ଯଦୁମଣି ରହସ୍ୟ

ତୁଳସୀ ବୃକ୍ଷରେ କୁକୁର ମୁତେ

                ନୟାଗଡ ରାଜାଙ୍କ ପାଖରେ ପ୍ରାୟ ସବୁ ସମୟରେ କବି ଯଦୁମଣି ଉପସ୍ଥିତ ଥାଆନ୍ତି । ନୟାଗଡ ରାଜା ମଧ୍ୟ କେବେ କବି ଯଦୁମଣିଙ୍କ ଆଚରଣରେ ଭୁଲ୍ ଦେଖି ନାହାଁନ୍ତି । ଦିନେ ରାଜା କବି ଯଦୁମଣିଙ୍କୁ କିପରି ଅପମାନିତ କରିବେ, ମନେ ମନେ ଚିନ୍ତା କଲେ । କବି ଯଦୁମଣି ଯେମିତି ଦିନେ ଆସି ରାଜ ଦରବାରରେ ପହଁଚି ଛନ୍ତି ରାଜା ତାଙ୍କୁ କହିଲେ –

–              ଯଦୁମଣି ତୁମେ କୁକୁର ।

–              ଯଦୁମଣି ସଂଗେ ସଂଗେ କହିଲେ, “ଛାମୁ ! ତୁଳସୀ ଗଛ

ରାଜାଙ୍କୁ ତୁଳସୀ ଗଛ କହି ଥିବାରୁ ରାଜା ମନେ ମନେ ଗର୍ବ ଅନୁଭବ କଲେ । କାରଣ, ରାଜା ଭାବିଲେ, “ମୁଁ କବି ଯଦୁମଣିଙ୍କୁ କୁକୁର କହିଲି, ଅଥଚ ସେ ମୋତେ ତୁଳସୀ ଗଛ କହିଲେ । ଏଇ ଥର କବି ଯଦୁମଣିଙ୍କୁ ମୁଁ ଅପମାନିତ କରି ପାରିଲି । ଦିନେ ଦିଦିନ ଯିବା ପରେ ରାଜା ପୁନର୍ବାର ଏ ବିଷୟରେ କବି ଯଦୁମଣିଙ୍କୁ ପଚାରିଲେ । ଯଦୁମଣି କହିଲେ, ଆପଣଙ୍କର ଏଥିରେ ସମ୍ମାନ ଗଲା । କାହିଁକି ନା କୁକୁର ପରା ପ୍ରତି ଦିନ ତୁଳସୀ ଗଛ ଉପରେ ପରିସ୍ରା କରେ । କବି ଯଦୁମଣିଙ୍କ କଥା ଶୁଣି ରାଜା କ୍ରୋଧରେ ଅଗ୍ନିଶର୍ମା ହୋଇ କହିଲେ, “ଯଦୁମଣି! ତୁମେ କାହାକୁ କ’ଣ କହୁଛ ଠିକ୍ ଭାବରେ ଜାଣି ପାରୁଛ ତ ।”

–              ଯଦୁମଣି କହିଲେ, ଯାହା କହିଛି ଠିକ୍ କହିଛି ।

–              ମାନେ

–              ଆପଣ ସେଦିନ ମୋତେ କୁକୁର କହିଲେ । ମୁଁ ଆପଣଙ୍କୁ ତୁଳସୀ ଗଛ କହିଲି । ଆପଣ ପ୍ରତି ଦିନ ଦେଖି ଥିବେ ବଗିଚାରେ ଯେତେ ତୁଳସୀ ଗଛ ଅଛି ତାହା ଉପରେ କୁକୁର ପରିସ୍ରା କରେ ।

କବି ଯଦୁମଣିଙ୍କ କଥା ଶୁଣି ନୟାଗଡ ରାଜା ମନେ ମନେ ଖୁବ୍ ଲଜ୍ଜିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ