ଯୁଧିଷ୍ଠିରଙ୍କ ଅତିଥି ସେବା

ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି ଯାଉଥାଆନ୍ତି । ଦିବସର ଅନ୍ତିମ ଭାଗକୁ ଯଜ୍ଞ କାର୍ଯ୍ୟ ଶେଷ ହେବାକୁ ଗଲା । ସାନଭାଇ ଭୀମଙ୍କୁ ସମ୍ରାଟ ଆଦେଶ ଦେଲେ, ‘ପୂର୍ଣ୍ଣାହୁତି ଦେବାର ସମୟ ଆସନ୍ନ । ତୁମେ ତୁମର ପୌଣ୍ଡ୍ର ଶଙ୍ଖକୁ ବଜାଇ ଯଜ୍ଞ ଶେଷ ହୋଇଛି ବୋଲି ଘୋଷଣା କର । ଏହି ଆଦେଶ ପାଇବା ମାତ୍ରକେ ଭୀମସେନ ନିଜର ପୌଣ୍ଡ୍ର ଶଙ୍ଖ ବଜାଇବାକୁ ଚେଷ୍ଟା କରି ମଧ୍ୟ ଶେଷରେ ନିରାଶ ହେଲେ । ଏହା ଦେଖି ଉପସ୍ଥିତ ଜନତା ସମୂହ କେବଳ ଆଶ୍ଚର୍ଯ୍ୟ ହେଲେ । ମହାରାଜ ଯୁଧିଷ୍ଠିର ଶଙ୍ଖ ନ ବାଜିବାରୁ ଅତ୍ୟନ୍ତ ବିଚଳିତ ହୋଇ ପଡିଲେ ଏବଂ ସଖା କୃଷ୍ଣଙ୍କ ପାଖକୁ ଧାଇଁ ଯାଇ ନିଜର ଦୁଃଖ ଜଣାଇଲେ ।

                ଧର୍ମରାଜ ଯୁଧିଷ୍ଠିରଙ୍କ କଥା ଶୁଣି ଶ୍ରୀକୃଷ୍ଣଙ୍କ ମୁଖରେ ଟିକିଏ ହସର ଲହଡି ଖେଳିଗଲା । ତାପରେ ସେ କହିଲେ, ‘ମହାରାଜ ! ମୋର ମନେ ହୁଏ ସମସ୍ତ ରାଜା ଏ ଭୋଜନରେ ସନ୍ତୁଷ୍ଟ ହୋଇ ନାହାଁନ୍ତି । ଅଥବା ଏମାନଙ୍କ ଭିତରେ ଭକ୍ତ ମୋଚି ବାଲ୍ମୀକଙ୍କୁ ଏହି ଯଜ୍ଞ ସମାବେଶକୁ ଆମନ୍ତ୍ରଣ କରାଯାଇ ନାହିଁ । ଏପରି କ୍ଷେତ୍ରରେ ତାଙ୍କର ଅଭ୍ୟର୍ଥନା ଏକାନ୍ତ ପ୍ରୟୋଜନ ବୋଲି ମୋର ମନେହୁଏ । ତେଣୁ ଆପଣ ପ୍ରଥମେ ଏ ବିଷୟରେ ଟିକିଏ ଚିନ୍ତାକରି ଦେଖନ୍ତୁ ନା?


ଗପ ସାରଣୀ

ତାଲିକାଭୁକ୍ତ ଗପ