ଯେମିତି ଦିଅଁକୁ ସେମିତି ପୂଜା

ଆସ୍ତେ ଆସ୍ତେ ତମାସା ଦେଖୁ ଥିବା ଲୋକ ମାନେ ଚାଲି ଗଲେ ସେତେ ବେଳେ ବଗ ଗୋଟିଏ ଲମ୍ବା ମାଟିର ସୁରେଇରେ କିଛି ମାଂସ ତରକାରୀ ଧରି ଗଧିଆ ସାମନାରେ ରଖି କହିଲା ଗଧିଆ ଭାଈ ! ଏହି ଲମ୍ବା ସୁରେଇ ଭିତରେ ଆପଣଙ୍କ ପସନ୍ଦର ମାଂସ ତରକାରୀ ମୁଁ ରଖିଛି । ଏହାକୁ ଖାଇ ଆପଣ ଆପଣଙ୍କର ଭୋକର ଅନ୍ତ କରନ୍ତୁ । ଆସନ୍ତୁ ତୁମେ ଆଉ ମୁଁ ଦୁଇ ଜଣ ସେହି ମାଂସ ତରକାରୀ ସ୍ୱାଦ ନେବା ଆଉ ଆମ ପେଟର ଭୋକକୁ ଶାନ୍ତ କରିବା ।

ମାଟି ପାତ୍ରଟିର ଲମ୍ବା ତଥା ସରୁ ମୁହଁ ଥିଲା । ସେହି ସରୁ ମୁହଁ ବାଟରେ ଗଧିଆର ମୁହଁ ପଶି ପାରିଲା ନାହିଁ । ତେଣୁ ସେ ମାଂସ ତରକାରୀ ଟିକିଏ ମଧ୍ୟ ଖାଇ ପାରିଲା ନାହିଁ । ଏପଟେ ବଗ ତା’ର ଲମ୍ବା ଥଂଟ ସୁରେଇ ମୁହଁରେ ପୂରାଇ ମାଂସ ତରକାରୀର ସଂପୂର୍ଣ୍ଣ ମଜା ଉଠାଉ ଥାନ୍ତି । ଏଥର ଗଧିଆ ବଗ କରି ଥିବା ଚାଲାକିକୁ ବୁଝି ଗଲା । ସେ ବା କ’ଣ କରିବ ବା କ’ଣ କହିବ? ବାସ୍ ଚୁପ୍ ଚାପ୍ ବଗ ଖାଉ ଥିବା ମାଂସ ତରକାରୀର କିଛି ବିନ୍ଦୁ ମାଟିରେ ପଡି ଯାଉ ଥିବା ଦେଖି ତାହାକୁ ଜିଭରେ ଚାଟି ଚାଟି ଖାଉ ଥାଏ ଗଧିଆ । ବଗ କହିଲା ସୁରେଇ ଭିତରେ ମୁହଁ ପୂରାଅ ଆଉ ଖାଅ । ଆହା ଏହି ମାଂସ ତରକାରୀ କେତେ ସ୍ୱାଦ ସତେ? କେତେ ସୁନ୍ଦର ସୁଗନ୍ଧ ବାହାରୁଛି ସେଥିରୁ । କ’ଣ ତୁମେ ଏହାକୁ ଖାଇନ?

ଗଧିଆ ଲଜ୍ଜାରେ ମୁହଁ ତଳକୁ କରି ବସି ରହିଲା । କିଛି ସମୟ ପରେ ସେ ବଗକୁ କହିଲା – ମାନୁଛି ଭାଈ ମୁଁ କେବଳ ଚାଲାକ୍ ନୁହେଁ । ତୁମେ ମଧ୍ୟ ମୋ ଠାରୁ ଚାଲାକିରେ କିଛି କମ୍ ନୁହଁ । ତମେ ଠିକ୍ ମୋର ପ୍ରତିଶୋଧ ନେଇଛ । ଛାଡ ସେ କଥା ମୁଁ ଯେମିତି କରିଛି, ତୁମେ ମଧ୍ୟ ଠିକ୍ ସେହି ଭଳି କରିଛ । ଅର୍ଥାତ୍: ଯେମିତି ଦିଅଁକୁ ସେମିତି ପୂଜା ।


ଗପ ସାରଣୀ

ତାଲିକାଭୁକ୍ତ ଗପ