ଯେସାକୁ ତେସା, ସାନ୍ତ୍ୱନା

ଲୋକଟି କାନ୍ଦୁ ଥାଏ ଏଣେ ଗୋପାଳଙ୍କୁ କୁଣ୍ଢାଇ ଧରି ତାଙ୍କର ସଫା ଲୁଗାରେ  କାଦୁଅ ବୋଳୁଥାଏ । ଗୋପାଳ ଲୋକଟାର ବଦମାସି ବୁଝି ପାରିଲେ । ସେ ସେମିତି ଠିଆରେ ଠିଆରେ ପରିସ୍ରା କରି ବାମ ହାତରେ ଧରି ଲୋକଟି ମୁହଁକୁ କିଛି ପାଣି ଛାଟି ଦେଲେ । କିଛି ଲୋକଟିର ମୁଣ୍ଡରେ ଘଷି ଦେଲେ । ପୁଣି ନିଜେ କାନ୍ଦି କାନ୍ଦି ବୁଝାଇ ବାକୁ ଲାଗିଲେ ।

–              କ’ଣ କରିବା ଭାଇ ତୁନି ହୁଅ । ଏ ତ ସଂସାରର ନିୟମ । ଆଉ କାନ୍ଦିଲେ କ’ଣ ହେବ? ତୋ ମୁଣ୍ଡରେ, ମୁହଁରେ ତ ଥଣ୍ଡା ପାଣି ଦେଲିଣି ଏବେ ଶାନ୍ତ ହୋଇ ଘରକୁ ଯା ।

ଲୋକ ମାନେ ଭାବି ନଥିଲେ ଗୋପାଳ ଦ୍ୱାରା ସେମାନେ ଏମିତି ଅପଦସ୍ତ ହେବେ ବୋଲି ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ, ଏମିତି ଅଘଟଣ କାଣ୍ଡ ଘଟାଇ ଦେବେ । ବରଂ ଭାବି ଥିଲେ ଲୁଗା ପଟା ଖରାପ ହେବା ଯୋଗୁଁ ଗୋପାଳ ମନ ଦୁଃଖରେ ଘରକୁ ଫେରି ଯିବ ଆଉ ଆଜିର ରୋଜଗାର ଆପେ ଆପେ ବନ୍ଦ ।

 ମୁତ ଗୁଡିଏ ମୁଣ୍ଡ ଆଡୁ ଝରି ଝରି ଲୋକଟିର ପାଟିରେ ପଶି ଯିବାରୁ ସେ ଥୁ ଥୁ କରି ପାଟି ଧୋଇବା ପାଇଁ ପୋଖରୀ ଆଡକୁ ଧାଇଁଲା ।

 ଏ ଦୃଶ୍ୟ ଦେଖି ଅନ୍ୟ କେହି ହେଲେ ଗୋପାଳ ସାଥିରେ ଲାଗିବାକୁ ଚେଷ୍ଟା କଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ