ଯୋଡିଏ ଡାଳିମ୍ବ କଥା

ଦିନେ ରାଜା କୃଷ୍ଣ ଚନ୍ଦ୍ର ଭାବିଲେ ଗୋପାଳ ଭାଣ୍ଡ ବଡ ଚତୁର । ଆଚ୍ଛା ତାର ନୂଆ ବୋହୂ ଆସିଛି କିପରି ଚତୁର? ଏହା ଜାଣିବାକୁ ଚାକର ଦ୍ୱାରା ଗୋପାଳ ଭାଣ୍ଡର ପୁଅର ବୋହୂ ଠାରୁ ତାକୁ ଡାଳିମ୍ବ ମଗାଇ ପଠାଇ ଥିଲେ । ଗୋପାଳର ପୁତ୍ର ବଧୂ ରାଜାଙ୍କର ରହସ୍ୟ ବୁଝି ପାରି ତାଙ୍କ ବଗିଚାରେ ଗୋଟାଏ ଡାଳିମ୍ବ ଗଛ ଥିଲା, ସେଥିରୁ ଦୁଇଟି ଡାଳିମ୍ବ ତୋଳି ଆଣି ରାଜାଙ୍କର ଲୋକ ହାତରେ ଦେଇ କହିଲେ –

 “ଏ ଡାଳିମ୍ବ ନେଇ ଯାଅ”

ରାଜାଙ୍କୁ କହିବ ଗୋଟିଏ ଡାଳିମ୍ବ ଖାଇବେ ଅନ୍ୟ ଡାଳିମ୍ବଟି ଅନ୍ୟ ହସ୍ତରେ ଧରିବେ ।

ରାଜା ଏ ତରୁଣୀ ଯୁବତୀର ମା ପୁଅ ସମ୍ବନ୍ଧ କଥାକୁ ବୁଝି ପାରି ମନେ ମନେ ଅପ୍ରସ୍ତୁତ ହୋଇ କହିଲେ । ଏ କଥା ଆଉ କାହାକୁ କହିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ