ଯୌନାଙ୍ଗ ପୂଜା ଏବଂ ବୁଦ୍ଧ

ଆମେ ସମସ୍ତେ ଜାଣୁ ପୁରୁଷର ପରିଶ୍ରାଗାର ନିଜ ଦେହର ମଇଳାକୁ ବାହାର କରିଥାଏ। ପରିଶ୍ରା ତଥା ଵଂଶ ବୃଦ୍ଧି ନିମନ୍ତେ ମନୁଷ୍ୟର ଯୌନାଙ୍ଗର ସୃଷ୍ଟି ତାହା କିପରି ଦୈବିକ ଶକ୍ତିର ଅଧିକାରୀ ନିଜେ ଭାବି ଦେଖନ୍ତୁ। ମନୁଷ୍ୟ ଲିଙ୍ଗ ଅନୁଯାଇ ଦୁଇ ଶ୍ରେଣୀର ଯଥା ଯାହାର ପୁରୁଷ ଲିଙ୍ଗ ଅଛି ତାକୁ ଆମେ ପୁଲିଙ୍ଗ କହୁ ଏବଂ ଯାହାର ନାରୀ ଲିଙ୍ଗ ଅଛି ତାକୁ ଆମେ ସ୍ତ୍ରୀଲିଙ୍ଗ କହୁ। ଯେତେବେଳେ ଆମେ ଶିବଲିଙ୍ଗ କହୁ ଏହା ଶିବଙ୍କ ର ଲିଙ୍ଗ ଅର୍ଥାତ୍ ଶିବଙ୍କ ଯୌନାଙ୍ଗ ବା ପରିସ୍ରାଗାର ନଭାବି ଦୈବିକ ପ୍ରତୀକ ମାନିବ ପଛରେ କି ଉଦ୍ଧେଶ୍ୟ ଅଛି ତାହାଥରେ ଭାବିଦେଖନ୍ତୁତ? ଏହା ଏକ ମାନସିକ ବିକୃତତା ନୁହେଁକି ?

ହିନ୍ଦୁ ଧର୍ମରେ ତ୍ରିମୁର୍ତ୍ତୀଙ୍କୁ ସର୍ବୋଚ୍ଚ ଦେବତ୍ୱର ମାନ୍ୟତା ମିଳିଛି। ଶିବ ହେଉଛନ୍ତି ସହାଂର କର୍ତ୍ତା। ଶିବ ଠାକୁର ବା “ଶିବ” ନାମ କୌଣସି ବେଦରେ ଦେଖିବାକୁ ମିଳେ ନାହିଁ କିନ୍ତୁ ବୈଦିକ ପ୍ରଚାରକ ମାନେ ଶିବଙ୍କୁ ରୁଦ୍ରଙ୍କ ସହ ଯୋଡନ୍ତି। କହନ୍ତି ଶିବ ହେଉଛନ୍ତି ରୁଦ୍ରଙ୍କର ଅବତାର। ପ୍ରକୃତରେ ବିଷ୍ଣୁ ଏବଂ ବ୍ରହ୍ମା ଛଡା କୌଣସି ବୈଦିକ ଠାକୁର ହିନ୍ଦୁଧର୍ମୀ ଲୋକମାନେ ପୂଜା କରନ୍ତି ନାହିଁ। ବ୍ରହ୍ମାଙ୍କୁ କିଛି ଲୋକ ପୂଜା କଲାବେଳେ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବେ ପୂଜା ଲୋକେ ବହୁତ କମ୍ କରନ୍ତି; କିନ୍ତୁ ବିଷ୍ଣୁଙ୍କ ଅବତାର ନାମରେ ସ୍ଥାନୀୟ ଅନ୍ୟଭାଷୀ ଜନପ୍ରିୟ ବ୍ୟକ୍ତିବିଶେଷ ରାମ, କୃଷ୍ଣ ଇତ୍ୟାଦି ଅନେକ ମାତ୍ରାରେ ପୂଜା ପାଆନ୍ତି । ତେଣୁ ବୈଦିକ ପ୍ରଚାରକ ମାନେ ଜନପ୍ରିୟ ପୁରାତନ ବ୍ୟକ୍ତିତ୍ୱମାନଙ୍କୁ ଈଶ୍ୱରର ମର୍ଯ୍ୟାଦା ଦେଇ ସେମାଙ୍କୁ ବୈଦିକ ଭଗବାନଙ୍କ ଅବତାର ବୋଲି ପ୍ରଚାର କରନ୍ତି। କାଳ୍ପନିକ କଥା ଏବଂ କାଳ୍ପନିକ ଦେବଶକ୍ତିରେ ସେମାଙ୍କୁ ଶକ୍ତିଶାଳୀ କରି ଭ୍ରମତ୍ତ୍ୱ ସୃଷ୍ଟିକରୀ ସେମାନଙ୍କ ମନକୁ ନିୟନ୍ତ୍ରଣ କରନ୍ତି। ବିନା ସଂସ୍କୃତ ମନ୍ତ୍ର ବା ସଂସ୍କୃତ ଗୀତରେ ପୂଜା ବିଦ୍ଧି ହେଉଛି ଅବୈଦିକ ପୂଜା ପଦ୍ଧତି ବା ମୂଳନୀବାସୀ ପୂଜା ପଦ୍ଧତି, ଯାହା କିଛି ମୂର୍ତ୍ତିବାଦ ମାନୁଥିବା ପ୍ରକୃତ ମୂଳନୀବାସୀଙ୍କ ପୂଜାବିଧି; କିନ୍ତୁ ଯେତେବେଳେ ଜଣେ ପୂଜକ ନିଜକୁ ବୈଦିକ ପୂଜାଧାରି ବା ସଂସ୍କୃତ ମନ୍ତ୍ର ଦ୍ୱାରା ପୂଜାକରିବା ବିଦ୍ଧିକୁ ଅନୁକରଣ କରି ବୈଦିକ ପୂଜକର ମାନ୍ୟତା ଖୋଜେ ତାକୁ ବ୍ରାହ୍ମଣ ବୋଲି କୁହାଯାଏ । ଅର୍ଥାତ ଯେଉଁ ପୂଜକ ନିଜକୁ ବୈଦିକ ପୂଜାବିଧିର ଅନୁଗାମୀ ଭାବନ୍ତି ସେମାନେ ନିଜକୁ ବୈଦିକ ଜାତିପ୍ରଥାର ବ୍ରାହ୍ମଣ ପ୍ରମାଣ ପତ୍ରକୁ ସ୍ୱୀକାର କରନ୍ତି ଏବଂ ସେମାନଙ୍କ ଦର୍ଶନକୁ ପ୍ରଚାର କରନ୍ତି । ଯେତେବେଳେ ବ୍ରାହ୍ମଣବାଦୀ ପ୍ରଥା ଓଡିଆଜାତିରେ ଅଧିକୃତ ହେଲା ଏବଂ ଯେଉଁ ପୂଜକ ନିଜକୁ ବୈଦିକ ପୂଜାବିଧିର ଅନୁଗାମୀ ବୋଲି ସାମାଜିକ ମାନ୍ୟତାକୁ ସ୍ୱୀକାର କରି ବ୍ରହ୍ମଣବାଦକୁ ପ୍ରଚାରକଲେ ସେମାନେ ବର୍ଣ୍ଣବାଦ କୁ ଓଡ଼ିଆ ଭାଷିୟ ସଭ୍ୟତାରେ ଏଠାକାର ରାଜାଙ୍କ ସହଯୋଗରେ ସ୍ଥାପିତ କଲେ, ସେତବେଳେ ବୈଦିକ ସାର୍ଟିଫାଏଡ଼ ପୂଜକ ବନାମ ବ୍ରାହ୍ମଣ ସେମାନଙ୍କ ଶେଷ ନାମ ଅନୁସାରେ ସେମାନଙ୍କ ଜାତିକୁ ଚିହ୍ନଟ କରାଗଲା; ପରେ ଜାତିବାଦ ଅପମିଶ୍ରଣ ନହବା ପାଇଁ ସର୍ ନେମ୍ ବା ସାଇଙ୍ଗାକୁ ସୁରକ୍ଷା ପ୍ରଦାନ କରାଗଲା । ଆମରାଜ୍ୟରେ ବ୍ରାହ୍ମଣବାଦ ୧୧୬୧ ଖ୍ରୀଷ୍ଟାବ୍ଦ ପରେ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ; ୧୧୬୧ ଖ୍ରୀଷ୍ଟାବ୍ଦ ଆଗରୁ ଓଡ଼ିଶାରେ ଜାତି ପ୍ରଥା ନଥିଲା; ଯେତେବେଳେକି ୮୨୦ ଖ୍ରୀଷ୍ଟାବ୍ଦ ବେଳକୁ ଜାତିପ୍ରଥାର ଏଜେଣ୍ଟ ମାନେ ପୁରୀରେ ମଠ ତିଆରି କରି ସେମାନଙ୍କ କାମ ଆରମ୍ଭ କରିଦେଇଥିଲେ । ପୁରୀରେ ଥିବା ବ୍ରାହ୍ମଣ ସମାଜକୁ ସେଠାକାର ରାଜା କନୌଜରୁ ଆଣି ଅବସ୍ଥାପିତ କରିଥିଲେ ବୋଲି କିଛି ଇତିହାସକାର କୁହନ୍ତି ।

ଶିବ ହେଉଛନ୍ତି ଏକ ପୁରାତନ ବ୍ୟକ୍ତିତ୍ୱ ଯାହା କିଛି ପୁରାଣ ଅନୁଯାଇ ମଧ୍ୟ ହିମାଳୟ ପାଦଦେଶର ଏକ ଗୋଷ୍ଠୀର ଏକ ଜନପ୍ରିୟ ବ୍ୟକ୍ତିତ୍ୱ। ପୁରାଣ ଅନୁଯାଇ ମଧ୍ୟ ଶିବ ଜଣେ କୀରାଟ। କୀରାଟ ଜାତି ଏବେ ଇଣ୍ଡିଆ ସରକାରଙ୍କ ଦ୍ୱାରା ଅନୁସୂଚିତ ଉପଜାତିରେ ଶ୍ରେଣୀଭୁକ୍ତ। ଶିବଙ୍କୁ ଉତ୍ତର ଇଣ୍ଡିଆର ଲୋକମାନେ ଆଦି ଜନକ ବା ଆଦି ପୁରୁଷର ମାନ୍ୟତା ମଧ୍ୟ ଦିଅନ୍ତି; କିନ୍ତୁ ଶିବ ମଣିଷ ପରି ଦେଖା ହେଲେ ମଧ୍ୟ ତାଙ୍କ ପିତା ଏବଂ ମାତାଙ୍କ ଏବଂ ପୂର୍ବପୁରୁଷ କୌଣସି ବିଷୟରେ କୌଣସି ସ୍କ୍ରୀପଚରରେ ଦେଖିବାକୁ ମିଳେନା, ତେଣୁ ହୁଏତ ଶିବ ନାମ ଏକ ପୁରାତନ ବ୍ୟକ୍ତିବିଶେଷ ନାମରୁ ଉଦ୍ଧୃତ ଅଥବା ଅନେକ ସ୍କ୍ରୀପଚର ରେ ଲେଖା ଥିବା ପରି ସେ ହେଉଛନ୍ତି ମାନସ ପୁତ୍ର ମାନେ ମନ ଦ୍ୱାରା ତିଆରି ପୁତ୍ର ବା ଏକ କାଳ୍ପନିକ ଚରିତ୍ର ।

ତ୍ରିମୁର୍ତ୍ତିଙ୍କ ଭିତରୁ ସବୁଠାରୁ କିଏ ମହାନ ଏହାକୁ ସାବ୍ୟସ୍ତକରିବା ପାଇଁ ବୈଦିକ ପ୍ରଚାରକ ଏକ ବଢିଆ କାଳ୍ପନିକ ଗଳ୍ପ ସୃଷ୍ଟିକରି ହିନ୍ଦୁ ମାନଙ୍କୁ ଭୁତେଇ ଆସୁଛନ୍ତି। ପୁରାଣ ଅନୁଯାଇ ଗୋଟେ ମହାଯଂଜ୍ଞ ପାଇଁ ଅନେକ ମହାନ ଋଷି ସରସ୍ବତୀ ନଦୀକୂଳରେ ଏକତ୍ରିତ ହେଲେ। ତ୍ରିମୁର୍ତ୍ତିଙ୍କ ମଧ୍ୟରୁ କିଏ ବଡ! କାହାକୁ ପ୍ରଧାନ୍ତ ବା ମୁଖ୍ୟ ଭାବରେ ଯଂଜ୍ଞକୁ  ଉତ୍ସର୍ଗ କରାଯିବ? ସେଥିପାଇଁ ଋଷିମାନଙ୍କ ଭିତରେ ଭାଳେଣି ପଡିଲା। ଯେତେବେଳେ ଋଷିମାନେ ଠିକ୍ କରିପାରିଲେନାହିଁ କିଏ ବଡ; ଋଷିମାନେ ଋଷି ଭୃଗୁଙ୍କ ଏହି ତ୍ରିଦେବଙ୍କ ମଧ୍ୟରୁ କିଏ ବଡ ପରୀକ୍ଷା କରିବାକୁ କହିଲେ। ତେଣୁ ଋଷି ଭୃଗୁ ତିନୋଟି ଦେବଙ୍କୁ ପରୀକ୍ଷା କରିବାପାଇଁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମଲୋକରେ ପହଂଚି ଉଦ୍ଧେଶ୍ୟ ମୂଳକ ଭାବରେ ଯେତେବେଳ ଭୃଗୁ ବ୍ରହ୍ମାଙ୍କୁ ଅପମାନିତ କଲେ ବ୍ରହ୍ମା ରାଗି ଭୃଗୁ ଋଷିଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହୁଅନ୍ତେ ମା ସରସ୍ବତୀ ଭୃଗୁଙ୍କୁ ବଞ୍ଚାଇ ଦେଲେ। କିନ୍ତୁ ଋଷି ଭୃଗୁ ବ୍ରହ୍ମାଙ୍କ ଉପରେ ରାଗି କଳିଯୁଗରେ ପୂଜା ନପାଇବା ପାଇଁ ତାଙ୍କୁ ଅଭିଶାପ ଦେଲେ, ସେଥି ପାଇଁ ବ୍ରହ୍ମା କଳିଯୁଗରେ କେଉଁଠି ପୂଜା ପାଆନ୍ତି ନାହିଁ । ବ୍ରହ୍ମାଙ୍କ ପରେ ଭୃଗୁ ଶିବଙ୍କୁ ପରୀକ୍ଷା କରିବା ପାଇଁ ଯେତେବେଳେ କୈଳାଶ ପର୍ବତରେ ପହଁଚିଲେ ସେତେବେଳ ଶିବ ପାର୍ବତୀଙ୍କ ସହ ପ୍ରଣୟ କରୁଥିଲେ ତେଣୁ ତାଙ୍କ ଦ୍ୱାରପାଳ ନନ୍ଦୀ ଭିତରକୁ ଯିବା ପାଇଁ ମନା କରିଦେଲା ତେଣୁ ଋଷି ଭୃଗୁ ରାଗିଯାଇ ଶିବଙ୍କୁ ନିଜ ରୂପରେ ପୂଜା ନପାଇ ଲିଙ୍ଗ ରୂପରେ ପୂଜା ପାଇବା ପାଇଁ ଶିବଙ୍କୁ ଅଭିଶାପ ଦେଲେ; ସେହିଦିନଠାରୁ ଶିବ ନିଜ ରୂପରେ ପୂଜା ନପାଇ ଲିଙ୍ଗ ରୂପରେ ପୂଜା ପାଇ ଆସୁଛନ୍ତି। ତାପରେ ଭୃଗୁ ବିଷ୍ଣୁଙ୍କ ବିନାନୁମତିରେ ବୈକୁଣ୍ଠରେ ପ୍ରବେଶ କଲେ। ବିଷ୍ଣୁ ସେତେବେଳେ ବିଶ୍ରାମ ନେଉଥିଲେ। ଭୃଗୁ ବିଷ୍ଣୁଙ୍କୁ ଉଠିବାକୁ କହିଲେ କିନ୍ତୁ ବିଷ୍ଣୁ ଗଭୀର ନିଦ୍ରାରେ ଥିବା ହେତୁ ଉଠିଲେ ନାହିଁ; ଏହା ଦେଖି ଋଷି ଭୃଗୁ ବିଷ୍ଣୁଙ୍କ ଛାତିକୁ ଏକ ଶକ୍ତ ଗୋଇଠା ମାରିଲେ ଯାହା ବିଷ୍ଣୁଙ୍କ ଛାତିରେ ଛାପିଗଲା ଯାହା “ଶ୍ରୀ ବତ୍ସ” ବୋଲି ଲୋକମାନେ ଜାଣନ୍ତି। ଗୋଇଠା ଖାଇଲାପରେ ବିଷ୍ଣୁ ଉଠି ସମସ୍ତ କଥା ଜାଣିଲେ ଏବଂ ଭୃଗୁଙ୍କ ଗୋଇଠା ମାରିବାରୁ ନିଜ ଗୋଡ଼କୁ ଆଘାତ ହୋଇନାହିଁତ! ବୋଲି ପ୍ରଶ୍ନ କଲେ; ସେ କହିଲେ “ମୋ ଛାତି କଠିନ କିନ୍ତୁ ଆପଣଙ୍କ ଗୋଡ କୋମଳ” ଏପରି ବିଷ୍ଣୁଙ୍କ ମର୍ଯ୍ୟାଦାପୂର୍ଣ୍ଣ କଥାରେ ପ୍ରୀତ ହୋଇ ଋଷି ଭୃଗୁ ତ୍ରିଦେବଙ୍କ ଭିତରେ “ବିଷ୍ଣୁ” ଶ୍ରେଷ୍ଠ ବୋଲି ଘୋଷଣା କଲେ।

କିନ୍ତୁ ଗପଟିର ପ୍ରକୃତ ଉଦ୍ଧେଶ୍ୟ ହେଉଛି ଉତ୍ତର ଭାରତର ଜନପ୍ରିୟ ଆଦିବାସି ଲୋକପ୍ରିୟ ବ୍ୟକ୍ତିତ୍ତ୍ଵକୁ ନିଜ ଛତ୍ର ଛାୟାତଳେ ଈଶ୍ୱରର ମର୍ଯ୍ୟାଦା ଦେଇମଧ୍ୟ ବୈଦିକ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା ଏବଂ ଶିବଙ୍କ ବ୍ୟକ୍ତିତ୍ତ୍ଵକୁ ବିଷ୍ଣୁଙ୍କ ଆଗରେ ନ୍ୟୁନ ମନେ କରିବା । ଅର୍ଥାତ୍ ଅନୁଗାମୀ ମାନେ ଯେତେ ପର୍ଯ୍ୟନ୍ତ ଶିବଙ୍କୁ ଲିଙ୍ଗ ରୂପରେ ପୂଜା କରୁଥିବେ ସେତେ ପର୍ଯ୍ୟନ୍ତ ବିଷ୍ଣୁ ଶିବଙ୍କଠାରୁ ମହାନ ଥିବେ ଏବଂ ଅନୁଗାମୀମାନେ ମୁର୍ଖତାରେ ଶିକାର ଅଛନ୍ତି ବୋଲି ପ୍ରମାଣ ମିଳୁଥିବ। ଓଡ଼ିଶାର ଅନେକ ଶିବ ମନ୍ଦିର ପୂର୍ବେ ବୁଦ୍ଧଙ୍କ ମନ୍ଦିର ଥିଲା କିନ୍ତୁ ବ୍ରାହ୍ମଣବାଦୀ ଏବଂ ଶୈବ ସମ୍ପ୍ରଦାୟର ରାଜାମାନେ ଯେତେବେଳେ ଓଡିଶା ରାଜ୍ୟକୁ ଶାସନ କଲେ ମନ୍ଦିର ଗୁଡିକୁ ଶିବ ମନ୍ଦିରରେ ପରିଣତ କରିଦେଲେ। ଓଡ଼ିଶାର ଲିଙ୍ଗରାଜ ମନ୍ଦିର ଏହାର ଏକ ବଡ ପ୍ରମାଣ। 


ଗପ ସାରଣୀ

ତାଲିକାଭୁକ୍ତ ଗପ