ରଘୁର ରସିଦ୍

ସେ ତା’ ମୁଣ୍ଡରେ ହାତଦେଇ ବସି ପଡିଲା । କ୍ରମେ ସେ ଉତ୍ତେଜିତ ହେଲା । ଚାଳିଶଟିଯାକ କଖାରୁ ଜଣେ ନେଇଯାଇ ନିଜ ଘରେ ତ ସେ କେବେବି ରଖିବ ନାହିଁ; ନିଶ୍ଚୟ ସେସବୁକୁ ସେ ବିକ୍ରି କରିବ । ବଜାରକୁ ନନେଇ ଚୋର ଏତେଗୁଡାଏ ଫଳ ଆଉ କେଉଁଠି ବା ବିକିବ?

ଏହା ଭାବି ସେ ସଙ୍ଗେ ସଙ୍ଗେ ବଜାର ଆଡେ ଚାଲିଲା । ଗୋଟିଏ ପରେ ଗୋଟିଏ ପରିବା ଦୋକାନ ଉପରେ ଆଖି ପକାଇ ଯାଉ ଯାଉ ସେ ଠାଏଁ ହଠାତ୍ ଅଟକିଗଲା ।

“ହେଇଟି ମୋ ଐରାବତ, ମୋ ଭୀମ, ମୋ ବାଘ…” ଏହା କହି ସେ ଚିତ୍କାର କଲା ।

ତା’କଥା ଶୁଣି ଦୋକାନୀ ପଚାରିଲା “ଏମିତି ପାଗଳଙ୍କ ଭଳି କ’ଣ କହୁଛ?”

ରଘୁଦାସ ପାଟିକରି କହିଲା “କ’ଣ କହିଲ, ମୁଁ ପାଗଳ? ତମେ ମୋ ଜିନିଷ ଚୋରି କରି ବିକୁଛ, ତମେ ଭଲ ଆଉ ମୁଁ ପାଗଳ?”

ଏଭଳି ହୋହାଲା ଶୁଣି ସେଠାରେ ଲୋକେ ଜମିଗଲେ । ଦୈବକୁ ସେତେବେଳେ ସେଠି ରାଜାଙ୍କ ଦ୍ୱିୱାନ ଥିଲେ । ରଘୁଦାସ ତାଙ୍କ ପାଖରେ ଅଭିଯୋଗ କଲା । ଦିୱାନ୍ ପଚାରିବାରୁ ଦୋକାନୀ କହିଲା ଯେ ସେ ମାତ୍ର ଘଂଟାଏ ଆଗରୁ ଏହି କଖାରୁତକ ଜମୀରସାହିର ବୀରେନ୍ଦ୍ର ଠାରୁ କିଣିଛି । ବୀରେନ୍ଦ୍ର ସେଯାଏଁ ବଜାରରେ ଅଛି ବୋଲି କେହି ଜଣେ କହିବାରୁ ଦିୱାନ ତାକୁ ତୁରନ୍ତ ଡକାଇ ଆଣିଲେ ।

ବୀରେନ୍ଦ୍ର ଆସି ଯୋର୍ ଗଳାରେ ଘୋଷଣା କଲା କି ଏହି କଖାରୁତକ ସେ ତା’ ନିଜ ବାଡିରୁ ଆଣିଛି । ଦିୱାନ୍ ରଘୁଦାସକୁ କହିଲେ, “ଏ କଖାରୁ ତମର ବୋଲି ପ୍ରମାଣ କ’ଣ?”

“ହଜୁର୍, ଇଏ ପରା ମୋର ଐରାବତ, ସିଏ ହେଲା ଭୀମ, ଆର ଗୋଟିକ ହେଲା…”

ରଘୁଦାସର ଏପ୍ରକାର କଥା ଶୁଣି ସମସ୍ତେ ହସିଲେ । ଦିୱାନ୍ କହିଲେ, “ରଘୁ! ତମେ ଖାଲି କଖାରୁର ନାମ କହିଦେଲେ ତ ସେସବୁ ତମର ବୋଲି ପ୍ରମାଣ ହୋଇଯିବ ନାହିଁ! ଆଉ କିଛି ପ୍ରମାଣ ଅଛି?”

ଏହା ଶୁଣି ରଘୁଦାସର ମୁହଁ ହଠାତ୍ ଉଜ୍ଜ୍ୱଳ ଦିଶିଲା । ସେ କହିଲା, “ଅଛି ହଜୁର୍, ଅଛି । ମୋ ପାଖରେ ରସିଦ୍ ଅଛି । ମୁଁ ତାହା ଏବେ ଆଣି ଦେଉଛି!”

ଦିୱାନ୍ ତାକୁ ରସିଦ୍ ଆଣିବାକୁ କହିଲେ । ଜଣେ ପରିଚିତ ଲୋକର ଘୋଡା ନେଇ ସେ ନିଜ ଘରକୁ ଗଲା ଓ ଗୋଟିଏ ପୁଟୁଳା ଧରି ଫେରି ଆସିଲା ।

“ଏଇ ମୋର ରସିଦ୍ । ଯେମିତି ରସିଦ୍ କାଗଜର ଫାଳେ ରସିଦ ଦେବାଲୋକର ପାଖରେ ରହିଥାଏ, ଏସବୁ ମୋ ପାଖରେ ଥିଲା ।” ଏହା କହି ରଘୁଦାସ ପୁଟୁଳାରୁ ଚାଳିଶଟି ଦଣ୍ଡା ବାହାର କଲା । କଖାରୁ ଚୋର ଛିଡାଇ ଆଣିବା ପରେ କଖାରୁର ଦଣ୍ଡାଟିମାନ କଖାରୁ ଲତାରେ ସେମିତି ଲାଗି ରହିଥିଲେ । ବର୍ତ୍ତମାନ ରଘୁଦାସ ସେହିଗୁଡିକ ନେଇ ଆସିଥିଲା । ଚାହୁଁ ଚାହୁଁ ସେ ପ୍ରତି କଖାରୁ ଦେହରେ ତା’ ଦଣ୍ଡା ଲଗାଇ ଦେଲା । ଠିକ୍ ଠିକ୍ ସବୁ ଖାପ ଖାଇଗଲା ।

ଦିୱାନ୍ ବୀରେନ୍ଦ୍ର ଆଡେ କଟମଟ କରି ଅନାଇ କହିଲେ, “ତୁ ବନ୍ଧା ହୋଇ ରାଜାଙ୍କ ପାଖକୁ ଚାଲ ।”

ବୀରେନ୍ଦ୍ର ତାଙ୍କ ଗୋଡତଳେ ପଡିବା ସଙ୍ଗେ ସଙ୍ଗେ ରଘୁଦାସର ଗୋଡତଳେ ପଡି ସେ ଅନେକ କ୍ଷମା ପ୍ରାର୍ଥନା ମାଗିଲା । ଦିୱାନ୍ ତାକୁ ରଘୁଦାସକୁ ଯଥେଷ୍ଟ କ୍ଷତିପୂରଣ ଦେବାକୁ ହୁକୁମ୍ ଦେବା ସଙ୍ଗେ ସଙ୍ଗେ ଜୋରିମାନା ମଧ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ