ରବିଭାମା କଥା

ପରଦିନ ଯେତେବେଳେ ମହାରାଜ ଭୋଜ ସିଂହାସନ ଉପରେ ପାଦ ଥାପିଲେ ସେତେବେଳେ ଷଷ୍ଠ ପୁତ୍ତଳିକା ରବିଭାମା ତାଙ୍କର ରାସ୍ତା ଅବରୋଧ କରି କହିଲା, “ମଣିମା! ଆଗ ମୋ କଥା ଶୁଣନ୍ତୁ । ତା’ପରେ ନିଷ୍ପତି ନେବେ ଯେ ଆପଣ ଏ ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ଆପଣ କେଉଁ ଗୁଣରେ ସମକକ୍ଷ ।”

       “ମୋ ନାମ ରବିଭାମା । ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କର ବଳ ବିକ୍ରମ, ଧୈର୍ଯ୍ୟ ଏବଂ ଅତିଥି ସତ୍କାର ସମ୍ପର୍କରେ କହୁଛି ।

ଥରେ ବିକ୍ରମାଦିତ୍ୟ ତାଙ୍କର ନୂଆ ମହଲରେ (ଯାହାକି କ୍ଷିପ୍ରା ନଦୀକୂଳରେ ନିର୍ମିତ ହୋଇଥିଲା) ବସି ଭାବୁ ଭାବୁ ରାଜବାଟିରେ ଯାଇ ପଦଚାରଣ କରିବାକୁ ଲାଗିଲେ । ପ୍ରାକୃତିକ ଦୃଶ୍ୟ ତାଙ୍କୁ ବିମୋହିତ କଲା । ନଦୀକୂଳରେ ହରିଣ, ଠେକୁଆ, ମୟୁରଙ୍କୁ ଦେଖି ଖୁସି ହେଲେ । ହଠାତ୍ ସେଇ ସମୟରେ ଏକ ଘଟଣା ଘଟିଗଲା ଯେଉଁଥିପାଇଁ ସେ ଖୁବ୍ ମର୍ମାହତ ହୋଇ ପଡିଲେ । କ’ଣ କରିବେ କିଛି ସ୍ଥିର କରି ନ ପାରି ଅନୁଗତ ବେତାଳଙ୍କୁ ସ୍ମରଣ କଲେ ।

       ସେ ଦେଖିଲେ ଜଣେ ପୁରୁଷ, ଜଣେ ନାରୀ ଏବଂ ପିଲାଟିଏ ଏ କୂଳ ସେ କୂଳ ଖାଇ ବହି ଚାଲିଥିବା ନଦୀ ଗର୍ଭକୁ ଡେଇଁ ପଡିଲେ ଏବଂ “ବଂଚାଅ ବଂଚାଅ” ଚିତ୍କାର ଛାଡିଲେ । ଏକା ଏକା ତିନିଜଣଙ୍କୁ ଗଭୀର ନଦୀରୁ ବଂଚାଇବା ସମ୍ଭବ ନୁହେଁ । ଏଣୁ ବେତାଳଙ୍କୁ ନାରୀ ଏବଂ ପିଲାଟିକୁ ବଂଚାଇବା ପାଇଁ କହି ନିଜେ ପୁରୁଷଟିକୁ ବଂଚାଇବା ପାଇଁ ନଦୀକୁ ଡେଇଁ ପଡିଲେ । କିଛି ସମୟପରେ ବେତାଳମାନେ ନାରୀ ଓ ପିଲାଟିକୁ ଉଦ୍ଧାର କରି କୂଳକୁ ଆଣିଲେ । ମହାରାଜ ପୁରୁଷଟିକୁ ବଂଚାଇ ସେଠାରେ ପହଂଚିଲେ । ସେମାନେ ଗୋଟିଏ ପରିବାରର । ବାପା, ମାଆ ଏବଂ ପୁଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ