ରାଜଗୁରୁଙ୍କ ଶତ୍ରୁତା

                ସେ ଅଭିନେତା ଜଣକ ରାଜାଙ୍କୁ କହିଲେ, “ମହାରାଜ! ମୁଁ ଜଣେ ସୁଆଙ୍ଗ ଅଭିନେତା । ମୁଁ ଆପଣଙ୍କ ଦରବାରରେ ବାଘ ନାଚ ବା ସୁଆଙ୍ଗ କରିବାକୁ ଚାହୁଁଛି । ଆପଣ ଏଥିପାଇଁ ମୋତେ ଅନୁମତି ପ୍ରଦାନ କରନ୍ତୁ । ହେଲେ ମୋର ଗୋଟିଏ ସର୍ତ୍ତ ଅଛି । ମୋର ସୁଆଙ୍ଗ ତେନାଲୀରାମା ଯେପରି ନିଶ୍ଚିତ ଦେଖିବେ ।”

                ରାଜା ବି ସଂଗେ ସଂଗେ ତା’ର କଥାରେ ସମ୍ମତି ପ୍ରଦାନ କଲେ । ତେନାଲୀରାମାଙ୍କୁ କିନ୍ତୁ ସେ ଲୋକଟିର କଥା ଶୁଣି କେମିତି କେମିତି ଲାଗିଲା । ତେଣୁ ସେ ଭାବିଲେ, ଏ ଲୋକଟି ନିଶ୍ଚୟ କିଛି ମନ୍ଦ ଉଦ୍ଧେଶ୍ୟରେ ଏଠାକୁ ଆସିଛି । ଏହା ଭାବି ତେନାଲୀରାମା ସେଦିନ ଏକ କବଚ ପରିଧାନ କରି ସୁଆଙ୍ଗ ସ୍ଥଳୀକୁ ଆସିଲେ । ଲୋକଟି ସମସ୍ତେ ଉପସ୍ଥିତ ହେବାପରେ ଯାଇ ତା’ର ବାଘ ଖେଳ ଆରମ୍ଭ କରିଦେଲା । କିଛି ସମୟ ପରେ ସେ ଲୋକଟି ବାଘ ରୂପରେ ତେନାଲୀରାମାଙ୍କ ଉପରକୁ ଲମ୍ପ ପ୍ରଦାନ କଲା । ତେନାଲୀରାମା ବି ତାଙ୍କର ନଖ ଦ୍ୱାରା ସେ ବାଘରୂପୀ ଲୋକକୁ ଆକ୍ରମଣ କଲେ ।

                ତେନାଲୀରାମାଙ୍କ ଉପରେ ଲୋକଟି ଏପରି ଆକ୍ରମଣ କରିବାର ଦେଖି ରାଜା ମଧ୍ୟ ଖୁବ୍ ବ୍ୟଥିତ ହୋଇପଡିଲେ । ତେଣୁ ସେ ରାଜା ସଂଗେ ସଂଗେ ତେନାଲୀରାମାଙ୍କ ପାଖକୁ ଯାଇ ଗଭୀର ଆଘାତ ଲାଗିଛି କି କ’ଣ ବୋଲି ତାଙ୍କୁ ପଚାରି ବୁଝିଲେ । ତହୁଁ ତେନାଲୀରାମା କହିଲେ, “ମହାରାଜ! ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏ ଲୋକର ନିଶ୍ଚୟ କିଛି ମନ୍ଦ ଉଦ୍ଧେଶ୍ୟ ମୋ ଉପରେ ଅଛି । ମୁଁ ତ ସେହିଦିନ ହିଁ ତା’ର ସର୍ତ୍ତ ଶୁଣି ଜାଣି ପାରିଥିଲି । ତେଣୁ ମୁଁ କବଚ ପିନ୍ଧି ଏଠାକୁ ଆସିଥିଲି ।” ତେନାଲୀରାମାର କଥା ଶୁଣି ରାଜା କହିଲେ, “ତୁମେ ତା’ହେଲେ ସେହି ବ୍ୟକ୍ତିକୁ ଧରିପାରିବ ।” ଏହାର ଉତ୍ତରରେ ତେନାଲୀରାମା କହିଲେ, “ଅବଶ୍ୟ ପାରିବି ମହାରାଜ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ