ରାଜଗୁରୁଙ୍କ ଶତ୍ରୁତା

                ଏହା ପରେ ସଭାସଙ୍ଗ ହେଲା । ତା’ପରଦିନ ତେନାଲୀରାମା ନାଚ ଦେଖାଉଥିବା ଲୋକର ବେଶ ଧାରଣ କରିଥିବା ରାଜଗୁରୁଙ୍କ ପାଖକୁ ଗଲେ ଓ ତାଙ୍କୁ କହିଲେ, “ମହାରାଜ ତୁମର ସୁଆଙ୍ଗ କଳାରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ସେ ଚାହୁଁଛନ୍ତି କାଲି ତୁମେ ଦରବାରରେ ସତୀ ସୁଆଙ୍ଗ ଦେଖାଇବ । ଏଥିରେ ଯଦି ତୁମେ ସଫଳ ହେବ ତା’ହେଲେ ତୁମକୁ ପୁରସ୍କାର ସ୍ୱରୂପ ପାଂଚ ହଜାର ସ୍ୱର୍ଣ୍ଣମୁଦ୍ରା ଦିଆଯିବ ।”

                ତେନାଲୀରାମାଙ୍କ ଠାରୁ ଏ ପ୍ରକାର କଥା ଶୁଣି ରାଜଗୁରୁ ତାଙ୍କ ମନେ ମନେ ଭାବିଲେ, “ପୁଅ! ସେଥର ସିନା ତୁ ମୋ ହାବୁଡରୁ ଖସିଗଲୁ । ହେଲେ ଏଥର ତୋତେ କିଏ ବଂଚାଇବ ମୁଁ ଦେଖିବି ।” ତେନାଲୀରାମା ସତୀ ସୁଆଙ୍ଗ ପାଇଁ ଏକ କୁଣ୍ଡ ନିର୍ମାଣ କଲେ । ସେହି କୁଣ୍ଡ ମଧ୍ୟରେ ବହୁତ କାଠ ରଖି ନିଆଁ ଲଗାଇ ଦିଆଗଲା । ରାଜବୈଦଙ୍କୁ ମଧ୍ୟ ତୁରନ୍ତ ସେଠାକୁ ଅଣାଗଲା । କାଳେ କିଏ ସେଥିଲାଗି ଆହତ ହୋଇ ପଡିବ । ସୁଆଙ୍ଗ ଅଭିନେତା ରୂପକ ରାଜଗୁରୁ ସତୀବେଶ ଧାରଣ କରି ଆସି ସେଠାରେ ପହଁଚିଲେ । ତାଙ୍କର ବେଶ ଭୂଷା ଏତେ ଚମତ୍କାର ଥିଲା ଯେ କେହି ବି ତାଙ୍କୁ ପୁରୁଷ ରୂପୀ ସ୍ତ୍ରୀ ବୋଲି ଜାଣିପାରିବେ ନାହିଁ ।

                ଶେଷକୁ ସତୀକୁ କୁଣ୍ଡ ମଧ୍ୟରେ ବସାଇ ଦିଆଗଲା । କିନ୍ତୁ ସତୀ ବେଶଧାରୀ ରାଜଗୁରୁ କୁଣ୍ଡରୁ ଆଉ ବାହାରି ପାରିଲେ ନାହିଁ । ଧୀରେ ଧୀରେ ତାଙ୍କ ଲୁଗାପଟା ସବୁ ଜଳିଗଲା । ଏପରି ଅବସ୍ଥା ଦେଖି ତେନାଲୀରାମା ତାଙ୍କୁ ଟାଣି ଆଣିଲେ । ପାଖରେ ଦେଖନ୍ତି ତ’ ସେ ସତୀ ଜଣକ ଆଉ କେହି ନୁହେଁ, ସ୍ୱୟଂ ରାଜଗୁରୁ ।

                ଏହାପରେ ରାଜଗୁରୁ ତେନାଲୀରାମାଙ୍କୁ ହାତଯୋଡି ସମସ୍ତଙ୍କ ଆଗରେ କ୍ଷମା ମାଗିଲେ ଏବଂ କହିଲେ, “ତେନାଲୀରାମା! ଆଜିଠାରୁ ମୁଁ ଆଉ କେବେବି ତୁମ ସହିତ ଶତ୍ରୁତା ଆଚରଣ କରିବି ନାହିଁ । ତୁମେ ତୁମର ଉଦାରତା ଦ୍ୱାରା ମୋର ହୃଦୟକୁ ତରଳାଇ ଦେଇ ପାରିଛ ।” ରାଜଗୁରୁଙ୍କ ଠାରୁ ଏଭଳି କଥା ଶୁଣି ତେନାଲୀରାମା ବି ଅତ୍ୟନ୍ତ ଖୁସିରେ ତାଙ୍କୁ କୋଳାଗ୍ରତ କଲେ ।”

                ଏହାପରେ ରାଜଗୁରୁ ଓ ତେନାଲୀରାମାଙ୍କ ମଧ୍ୟରେ କେବେବି ବିବାଦ ହୋଇଥିବାର କେହି ମଧ୍ୟ ଦେଖି ନାହାଁନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ