ରାଜଜ୍ୟୋତିଷ

ସେଦିନ ସ୍ୱୟଂ ସେ ରାଜ୍ୟର ରାଜକୁମାରୀ ସେଠାକୁ ସ୍ନାନ କରିବାକୁ ଆସିଥା’ନ୍ତି । ସ୍ନାନ କରିବା ପୂର୍ବରୁ ସେ ଦାସୀ ହାତରେ ତାଙ୍କର ରତ୍ନ ମୁଦିଟି ଦେଇ କହିଲେ, “ଏଇଟା ଯତ୍ନରେ ରଖିଥା’, ମୁଁ ସ୍ନାନ କରିବା ପରେ ମୋତେ ଦେବୁ ।”

ରାଜକୁମାରୀ ସ୍ନାନ କରିବାକୁ ଯିବା ପରେ ଦାସୀଟି ମୁଦିଟିକୁ କେଉଁଠି ରଖିବ ଭାବି ସ୍ଥିର କରି ପାରିଲା ନାହିଁ । ଶେଷରେ କାନ୍ଥରେ ଥିବା ଏକ ଫାଟ ଭିତରେ ମୁଦିଟି ରଖି ନିଜ ମୁଣ୍ଡରୁ ଟିକିଏ ଅଡୁଆ ବାଳ କାଢି ଚିହ୍ନ ସ୍ୱରୂପ ସେ ଫାଟରେ ଗୁଞ୍ଜି ଦେଲା । ବହୁତ ସମୟ ପରେ ରାଜକୁମାରୀ ସ୍ନାନ ସାରି ସେଠାକୁ ଆସି ଦାସୀକୁ ମୁଦି ମାଗିଲେ । ଇତିମଧ୍ୟରେ ଦାସୀଟି ମୁଦି ରଖିବା ସ୍ଥାନ ପାଶୋରି ପକାଇଥାଏ । ଏବେ ଆଉ ସେ କ’ଣ ବା କରେ?

ଏଣେ ତା’ମୁହଁ ଦେଖି ରାଜକୁମାରୀ ବୁଝିଗଲେଣି କି ମୁଦିଟି ହଜି ଯାଇଛି, ସୁତରାଂ ସେ ରାଗିଯାଇ କହିଲେ, “ମୁଦି ନ ଆଣିଲେ ତୋର ମୁଣ୍ଡକାଟ କରିବି ।”

ବିଚାରା ଦାସୀଟି କାନ୍ଦି କାନ୍ଦି ଯାଇ ଜ୍ୟୋତିଷ ହୁସେନ୍ ପାଖରେ ପହଁଚି ସବୁକଥା କହିଲା । ହୁସେନ୍ ବିଚାରା କ’ଣ କରିବ? ସେ ବଲ ବଲ କରି ସେ ଦାସୀ ଆଡେ ଅନାଇଥାଏ । ତା’ର ଭାବ ହେଲା, ଦାସୀ ବିଚାରୀ ଯେମିତି ଅସହାୟ, ସେ ବି ଠିକ୍ ସେମିତି ଅସହାୟ ।

ସେ ସେମିତି ଅନାଇ ରହିଥିବାର ଦେଖି ଦାସୀ ପଚାରିଲା, “ତମେ ଦେଖୁଛ କ’ଣ?” ତା’ପରେ ହୁସେନ୍ ଦାସୀକୁ ଚାହିଁ ଦେଖିଲା ତା’ର ଓଢଣୀରେ ଏକ ଫଟା ଅଂଶ ଭିତରୁ ତା’ର ବାଳ ସବୁ ବାହାରକୁ ବାହାରିଛି । ସେ ଖାଲି କହିଲା, “ମୁଁ କେବଳ ଦେଖିପାରୁଛି ଗୋଟିଏ ଫାଟ ଓ ତା’ ମଧ୍ୟରୁ କିଛି ବାଳ ବାହାରିଛି ।”

ଏକଥା ଶୁଣିବା ମାତ୍ରେ ସେ ଦାସୀର ସବୁକଥା ହଠାତ୍ ମନେ ପଡିଗଲା ସେହିକ୍ଷଣି ସେ ଦୌଡିଯାଇ ମୁଦିଟିକୁ ଫାଟ ସନ୍ଧିରୁ ବାହାର କରି ଆଣି ରାଜକୁମାରୀକୁ ଦେଲା ଓ ଜ୍ୟୋତିଷ କଥା କହିଲା ।

ରାଜକୁମାରୀ ଏହା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଇଏ ତ ପ୍ରତ୍ୟକ୍ଷ ଅନୁଭୂତି! ସେ ଯାଇ ରାଜାଙ୍କୁ କହିଲେ । ରାଜା ଜ୍ୟୋତିଷକୁ ଡକାଇ ତାଙ୍କର ଖୁବ୍ ସମ୍ମାନ କଲେ ।

କିନ୍ତୁ କିଛିଦିନ ପରେ ମହା ବିଷମ ପରୀକ୍ଷାରେ ସେ ଜ୍ୟୋତିଷ ପଡିଲେ! ରାଜମହଲ୍ରୁ ଏକ ଚୋରଦଳ ବହୁତ ମୂଲ୍ୟବାନ୍ ଜିନିଷ ଚୋରି କରିଥା’ନ୍ତି । ରାଜା ହୁସେନକୁ ଡକାଇ ଏହାର ତଥ୍ୟ ନିରୁପଣ ପାଇଁ ଆଦେଶ ଦେଲେ । ହୁସେନ୍ ଚାଳିଶ୍ ଦିନ ସମୟ ରାଜାଙ୍କୁ ମାଗିଲା । ରାଜା ସେଥିରେ ସମ୍ମତ ଦେଲେ ।

ଏହାପରେ ହୁସେନ୍ ତା’ ଘରକୁ ଫେରି ହାଲିମାକୁ କହିଲା, “ବାସ୍, ଏବେ ଜ୍ୟୋତିଷ-ପତ୍ନୀ ହେବାର ଫଳ ପାଅ । ଚାଳିଶ ଦିନ ଭିତରେ ଚୋର ନ ଧରାଇ ଦେଲେ ମୁଣ୍ଡକାଟ । ଏବେ ଆମେ କ’ଣ କରିବା?”


ଗପ ସାରଣୀ

ତାଲିକାଭୁକ୍ତ ଗପ