ରାଜାଙ୍କ ନ୍ୟାୟ ବିଚାର

       ଲୋକଟି ହାତଯୋଡି କହିଲା, “ହଜୁର! ମୋ ଘର ଏଇ ରାଜ୍ୟରେ । ମୋ’ ପାଖରେ ସମ୍ବଳବୋଲି କିଛି ନାହିଁ । ତିନିଦିନ ହେଲା କିଛି ନଖାଇ ଉପବାସରେ ଅଛି । ବାଟରେ ଯାଉଯାଉ ପାଚିଲା ଆମ୍ବ ଦେଖି ଢେଲା ମାରିଲି । ମାତ୍ର ଢେଲାଟି କୁଆଡେଗଲା ମୁଁ ଜାଣିନି, ହେଲେ ଦୁଇଟି ଆମ୍ବ ଖସି ତଳେ ପଡିଲା ।”

       ସୁତରାଂ ନ୍ୟାୟପାଳ ଓ ରାଣୀ ଉଭୟେ କଥାବାର୍ତା ହେଲେ ଲୋକଟିକୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ।

       ଠିକ୍ ଏତିକିବେଳେ ପଶାଖେଳ ଶେଷ ହେଲା ରାଜାଙ୍କର । ଏଥର ରାଜା ନ୍ୟାୟପାଳଙ୍କଠାରୁ ସବୁକଥା ଶୁଣିଲେ । ତା’ପରେ ଲୋକଟିକୁ ପଚାରିଲେ, “ତୁମେ ଗଛକୁ କେତୋଟି ଢେଲା ମାରିଲ?”

       ଲୋକଟି ଗୋଟିଏ ଢେଲା ମାରିଥିବା କହିବାରୁ ରାଜା ପଚାରିଲେ, “ଢେଲାମାଡରେ କେତୋଟି ଆମ୍ବ ଖସିଲା?”

       ‘ହଜୁର ଦୁଇଟି ଆମ୍ବ’ – ଲୋକଟି ଡରିଡରି କହିଲା ।

       ତା’ପରେ ରାଜା କହିଲେ “ତୁମେ ଏମିତି ଶୁଖିଲା ହେଖାଯାଉଛ କାହିଁକି?”

       ଲୋକଟି କହିଲା, “ଆଜ୍ଞା! ମୁଁ ତିନି ଦିନ ହେଲା କିଛି ଖାଇନି । ମୂଲ ଲାଗି ପେଟପୋଷେ, ହେଲେ ମୂଲ ମିଳିଲା ନାହିଁ । କ୍ଷୁଧା ମେଂଟାଇବା ପାଇଁ ଗଛକୁ ଢେଲା ମାରି ଆଜି ଏଭଳି ଅଘଟଣ ଘଟିଛି । ମୁଁ ଆଉ ଏଭଳି ଭୁଲ୍ କରିବି ନାହିଁ ।”

       ଶେଷରେ ରାଜା ତାଙ୍କର ରାୟ ଦେବାକୁ ଯାଇ କହିଲେ, “ଲୋକଟିକୁ ରାଜ ଦରବାରରେ ଏକ ଚାକିରି ଦିଆଯାଉ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ