ରାଜାଙ୍କ ମାଙ୍କଡ

ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ ।

                ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।”

                ଏକଥା ଶୁଣି ସେ ମାଙ୍କଡ ଗୋଟାଏ ଖଣ୍ଡା ଧରି ରାଜାଙ୍କ ପାଖରେ ଜଗି ବସିଲା ।

                ମାଙ୍କଡ ଦେଖିଲା ହଠାତ୍ ଗୋଟାଏ ମାଛି ସେ ରାଜାଙ୍କ ମୁହଁ ପାଖରେ ଶବ୍ଦ କରି ଉଡୁଛି, ଯେତେ ଚେଷ୍ଟା କଲେବି ମାଙ୍କଡଟି ସେ ମାଛିକୁ ସେଠାରୁ ଏଡାଇ ପାରିଲା ନାହିଁ । ତେଣୁ ସେ ମାଙ୍କଡ ମାଛି ଉପରେ ବହୁତ ରାଗିଗଲା ଏବଂ ଶେଷରେ ତାକୁ ମାରିବା ପାଇଁ ସ୍ଥିର କଲା । ଯେମିତି ସେ ମାଛି ରାଜାଙ୍କ ମୁହଁ ଉପରେ ବସିଛି ମାଙ୍କଡ ଗୋଟେ ମାରିଲା । ମାଛି ତ ଉଡିଗଲା କିନ୍ତୁ ଖଣ୍ଡା ଚୋଟରେ ସେ ରାଜାଙ୍କ ମୁଣ୍ଡ ଦୁଇ ଖଣ୍ଡ ହୋଇଗଲା ଓ ରାଜା ବି ମରିଗଲେ ।

ବୋକାଙ୍କ ଉପରେ ନିର୍ଭର କଲେ ଲୋକେ ନିଶ୍ଚୟ ବିପଦରେ ପଡନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ