ରାଜା ମଦନ ପାଳ କଥା

         ଦୂରରୁ ମଦନ ପାଳ ଘୋଡା ଚଢି ଡକାୟତ ଆସୁଥିବା ଦେଖି ପାରିଲା । ସେ ଡକାୟତ ଝିଅକୁ କହିଲା, ପ୍ରିୟା ! ଏବେ ମୋ ଜୀବନ ଗଲା । ତୁମ ବାପା ରାଗି ମାଗି ଆସି ପହଁଚି ଲାଣି ନିଶ୍ଚୟ ମୋତେ ହତ୍ୟା କରିବ ।

         ଡକାୟତ ଝିଅ କହିଲା, କାହିଁକି ଏମିତି ବ୍ୟସ୍ତ ହେଉଛ । ତୁମେ ଗଛ ଉପରେ ଚଢି ଯାଅ । ବାପା ତମକୁ ଧରିବା ପାଇଁ ଗଛ ଉପରେ ଚଢିବ । ସେତିକି ବେଳେ ମୁଁ ଘୋଡା ଉପରେ ବସି ଶହେ କୋଶ ଉଡୁ ଥିବା ଘୋଡାକୁ ଗଛ ତଳକୁ ନେଇ ଆସିବି । ତମେ ଗଛ ଉପରୁ ଘୋଡା ପିଠିକୁ ଡେଇଁ ପଡିବ ଆମେ ଉଡି ଯିବା । ବାପା ସାନ ଘୋଡାକୁ ନେଇ ଆମକୁ ଆଉ ଧରି ପାରି ବେନି ।

         ଏ କଥା ଶୁଣି ମଦନ ପାଳ ଗୋଟିଏ ଡେଙ୍ଗା ଗଛ ଦେଖି ଚଢି ଗଲା ଯାହାର ବହୁତ ଶାଖା ମଧ୍ୟ ଥିଲା ।

         ମଦନ ପାଳ ଗଛ ଉପରେ ବସି ଥିବା ଦେଖି ଡକାୟତ ଘୋଡା ପିଠିରୁ ଓହ୍ଲାଇ ଧରିବା ପାଇଁ ଗଛ ଉପରକୁ ଚଢିଲା । ସେଇ ସମୟରେ ଡକାୟତ ଝିଅ ଘୋଡା ପିଠିରେ ବସି ଗଛ ତଳେ ଆଣି ଘୋଡାକୁ ଠିଆ କରାଇ ଦେଲା । ମଦନ ପାଳ ଗଛ ଉପରୁ ଗୋଟିଏ ଡିଆଁ ମାରି ଘୋଡା ପିଠିରେ ଆସି ବସି ଗଲା । ଡକାୟତ ଝିଅ ସଙ୍ଗେ ସଙ୍ଗେ ଚାବୁକ ମାରିଛି ଘୋଡା ଏକା ଡିଆଁକେ ଛୁଟିଛି ଯେ ଛୁଟିଛି ଆସି ସହରରେ ହାଜର ହେଲା ।

         ମଦନ ପାଳ ବହୁ ଦିନ ଯାଏଁ ଡକାୟତ ଝିଅ ସହିତ ଆରାମରେ ସହରରେ ରହିଲା । ଦିନେ ତାର ରାଜ୍ୟ କଥା ମନେ ପଡିଲା । ଭାବିଲା ପିତା ସିନା ରାଗରେ ମୋତେ ରାଜ୍ୟରୁ ବାହାର କରି ଦେଲେ ଏବେ ବୋଧେ ମୋତେ ଝୁରୁ ଥିବେ । ଘରକୁ ଫେରି ଯିବି କିନ୍ତୁ ମୋ ପାଇଁ କଂଟା ହେଲାଣି ଏଇ ଡକାୟତ ଝିଅ । ଏହାକୁ ନେଇ କେଉଁ ଆଡେ ଯିବି । ପିତା ଏ କଥା ଜାଣିଲେ ପୁଣି ଥରେ ରାଜ୍ୟରୁ ମୋତେ ବାହାର କରି ଦେବେ ।

         ସେତେ ବେଳକୁ ଡକାୟତ ଝିଅ ନିଶ୍ଚିତରେ ଶୋଇ ଯାଇ ଥାଏ । ମଦନ ପାଳ ଖଣ୍ଡା ବାହାର କରି ସେ ଝିଅକୁ ଦୁଇ ଗଡ କରି କାଟି ପକାଇଲା । ଆଉ ଯାହା ଅଳଙ୍କାର ପତ୍ର ଥିଲା ଧରି ଘରକୁ ବାହାରି ଆସିଲା ।

         ଏବେ ଶାରୀ କହିଲା, ଏ ଶୁଆ ଏବେ କହିଲୁ ଡକାୟତ ଝିଅ ମଦନ ପାଳର ଜୀବନ ବଂଚାଇଲା କିନ୍ତୁ ସେଇ ବେସରମ୍ ପୁରୁଷ ତାକୁ ହତ୍ୟା କରି ଦେଲା । ଏଇଥି ପାଇଁ ପୁରୁଷକୁ ଦେଖିଲେ ମୁଁ ଘୃଣା କରେ ।

         ଶୁଆ କହିଲା, ହଁ ତୁ ଠିକ୍ କହିଛୁ ।ଏବେ ମୁଁ ସ୍ତ୍ରୀ ଚରିତ୍ର କଥା କହୁଛି ଶୁଣ । ଶୁଣିଲେ ସବୁ ବଝି ପାରିବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ