ରାମନାଥଙ୍କ ବୁଦ୍ଧି

                ରାମନାଥ କହିଲେ, “ଏତେ ସୁନ୍ଦର ଘର ମୋତେ ରହିବାକୁ ମିଳିଲା, ଏହି କାରଣରୁ ମୁଁ ମଧ୍ୟ ବହୁତ ଖୁସି । ଏତେ ନିଜର ମନେ ହୁଏ ଯେ ଭାବେ ନିଜ ଗାଁ କଥା ଭୁଲି ଏଇଠି ସବୁଦିନ ପାଇଁ ରହିଯିବି ।”

                ଏଭଳି କଥା ଶୁଣି ଗୁରୁନାଥ ହଠାତ୍ ଚମକି ଉଠିଲେ । ତା’ପରେ ସେ ଖୁବ୍ ବ୍ୟସ୍ତ ହୋଇ କହିଲେ, “କ’ଣ କହୁଛନ୍ତି? ଆମ ସର୍ତ୍ତକଥା କ’ଣ ଭୁଲିଗଲେ କି?”

                ରାମନାଥ ପଚାରିଲେ “ନା, ନା, ଆପଣଙ୍କ ସର୍ତ୍ତ କଥା ତ ମୋର ସ୍ପଷ୍ଟଭାବେ ମନେ ଅଛି । ଆପଣଙ୍କ ଜୁଆଁଇ ଆସୁଛନ୍ତି କି? ମୋତେ ଘର ଖାଲି କରିବାକୁ ପଡିବ କି?”

ଗୁରୁନାଥ ସ୍ପଷ୍ଟ ରୂପେ ବୁଝାଇ କହିଲେ “ନା, ନା ସେପରି କିଛି ନୁହେଁ । ଆସନ୍ତା ମାସଠାରୁ ଘରଭଡା ଛଅଶହ ଟଙ୍କା ହେବ । ଆପଣ ଚାହିଁଲେ ନୂଆ ସର୍ତ୍ତ ନେଇ ଲେଖାଲେଖି କରିବା, ନହେଲେ ଘର ଖାଲି କରିବେ ।”

ତାଙ୍କ କଥା ଶୁଣି ରାମନାଥଙ୍କ ମୁଣ୍ଡରେ ବଜ୍ରାଘାତ ହେଲା ପରି ଲାଗିଲା । କିଛି ସମୟ ପର୍ଯ୍ୟନ୍ତ ସେ ସ୍ତବ୍ଧ ହୋଇ ରହିଲେ । ତା’ପରେ ସେ କହିଲେ, “ଏହା ତ ବଡ ଅନ୍ୟାୟ କଥା । ବର୍ଷକରେ ଶହେଟଙ୍କା ବଢିବ? ପଚିଶ୍ ଟଙ୍କା ବଢାନ୍ତୁ । ଅନ୍ତତଃ ଏତିକି ପ୍ରମାଣିତ ହେବ ଯେ ଦୁନିଆରେ ଏବେ ମଧ୍ୟ ବିବେକୀ ଲୋକ ଅଛନ୍ତି । ମୋ କଥା ଆପଣ ନ ମାନିଲେ ମୁଁ ମଧ୍ୟ କୌଣସି ବାଟେ ପଇସା କମାଇବି ।”

ଗୁରୁନାଥ କହିଲେ, “ମୋର ଯାହା କହିବାର ଥିଲା ତା ମୁଁ କହିଲି । ତା’ପରେ ଆପଣଙ୍କର ଯାହା ଇଚ୍ଛା ।” ଏତିକି କହି ସେଠାରୁ ସେ ଚାଲିଗଲେ ।

ଟିକିଏ ଦୂରରେ ରହି ରାମନାଥଙ୍କ ସ୍ତ୍ରୀ ସେହି ଦୁଇଜଣଙ୍କ କଥା ଶୁଣୁଥିଲେ । ସେ ରାମନାଥଙ୍କୁ କହିଲେ, “କାହିଁକି ଖାଲିଟାରେ ଝଗଡା କରୁଛ? ଗ୍ରାମରେ ତ ଘର ଭଡାକୁ ଆଦୌ ମିଳୁ ନାହିଁ । ଏ ଘର ଛାଡିଲେ ଆମକୁ ଯାହା ଖାଲିଟାରେ ହଇରାଣ ହେବାକୁ ପଡିବ । ଯିଦି ଛାଡି ସେ ଯାହା କହୁଛନ୍ତି ସହଜରେ ତାହା ମାନିଯାଅ । ନୂଆ କାଗଜପତ୍ର କରିନିଅ ।”

                ଗୁରୁନାଥ ଓ ରାମନାଥ ଦୁହେଁ ନିଜ ନିଜ କଥା ଉପରେ ଜୋର୍ ଦେଇ ଅଡିବସିଲେ । ବର୍ଷକରେ ଘର ନଛାଡିଲେ ମାସକୁ ଦୁଇ ହଜାରେ ଟଙ୍କା ଦଣ୍ଡ । ଏସବୁ କଥା ଆଲୋଚନା ହେଉ ହେଉ ଦୁଇମାସ ଗଲା ତେଣୁ ଚାରିହଜାର ଟଙ୍କା ଦଣ୍ଡ । କିନ୍ତୁ ଲେଖା ହେଲା ବେଳକୁ ମାସକର ଲେଖା ହେଲା । ରାମନାଥ ଆନନ୍ଦରେ ଦୁଇହଜାର ଓ ଛଅଶହ ଟଙ୍କା ଦେଲେ ।

ରାମନାଥଙ୍କ ସ୍ତ୍ରୀ କହିଲେ, “ସେଇ କଥା ତ ଆଗରୁ କରିଥିଲେ ତୁମକୁ ଦୁଇହଜାର ଟଙ୍କା ଦେବାକୁ ପଡି ଥାଆନ୍ତା ।”

ରାମନାଥ କହିଲେ, “ତୁମେ ବୁଝି ନାହଁ । ଦୁଇମାସରେ ଚାରିହଜାର ଦେବା କଥା । ମୁଁ ଦୁଇହଜାର ଛଅଶହ ଦେଲି । ଆଉ ଚଉଦଶହ ମୋର ବଂଚିଗଲା । ଗୁରୁନାଥ ସେତକ ପଇସା ହରାଇ ମନେମନେ ସେ ଭାରି ଛଟପଟ ହେଉଥିବ । ମୁଁ ଜାଣି ଜାଣି ଏପରି କରିଛି । ତୁମେ ସେକଥା କ’ଣ ବୁଝିବ । ତୁମେ ତ ଜଣେ ଗ୍ରାମର ଝିଅ । ଲେଖାପଢା, ଘରଭଡା କଥା ବୁଝିବା ପରି ତୁମର ଏତେ ବୁଦ୍ଧି କୁଆଡୁ ଆସିବ? ମୁଁ ଯାହା କଲି ନା ସେଥିରେ ଗୁରୁନାଥ ଏମିତି ଚେକାଁଏ ପାଇବ ଯେ ଆଉ ଆସନ୍ତାବର୍ଷକୁ ଅଧିକ ପଇସାର ପ୍ରଶ୍ନ ଉଠାଇବ ନାହିଁ ।”

ରାମନାଥଙ୍କ ସ୍ତ୍ରୀ ବୁଝି ପାରିଲେ ନାହିଁ ଯେ ତାଙ୍କ ସ୍ୱାମୀଙ୍କ ବୁଦ୍ଧିରେ ସେ ଏବେ ହସିବେ ନା କାନ୍ଦିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ