ରୂପରେଖା କଥା

ପ୍ରତିଦିନ ଭଳି ଭୋଜରାଜ ସିଂହାସନ ପାଖରେ ପହଁଚିବା ପରେ ପରବର୍ତ୍ତି ପୁତ୍ତଳିକା ରୂପରେଖା କହିଲା, “ହେ ରାଜା! ମହାରାଜ ବିକ୍ରମାଦିତ୍ୟ ଖୁବ୍ ନ୍ୟାୟ ପରାୟଣ ଥିଲେ । ଯେତେ ଜଟୀଳ ସମସ୍ୟା ହେଲେ ମଧ୍ୟ ତାହାକୁ ଖୁବ୍ ସହଜରେ ସମାଧାନ କରି ଦେଉଥିଲେ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ ।”

       ଥରେ ଦୁଇଜଣ ତପସ୍ୱୀ ଏକ ସମସ୍ୟା ନେଇ ମହାରାଜ ବିକ୍ରମାଦିତ୍ୟଙ୍କ ପାଖକୁ ଆସିଲେ ଏବଂ କହିଲେ, “ମହାରାଜ! ବହୁ ଆଶା ନେଇ ଆମେ ଆପଣଙ୍କ ପାଖକୁ ଆସିଛୁ । ଆପଣ ଆମର ସମସ୍ୟାର ସମାଧାନ କରିଦେଲେ କରିଦେଲେ ଆମେ ନିଜକୁ ଧନ୍ୟ ମନେ କରିବୁ ।”

       ମହାରାଜ ସେମାନଙ୍କର ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁବାରୁ ପ୍ରଥମ ତପସ୍ୱୀ କହିଲେ, “ମୋ ମତରେ ଶରୀର ମଧ୍ୟରେ ମନ ଆଉ ହୃଦୟର ଗୁରୁତ୍ୱ ଅଧିକ । ମନ ଯାହା ଚାହେଁ ତାହା କରିପାରେ । ଧର୍ମ, କର୍ମ ସବୁକିଛି ମନ, ହୃଦୟର ବଶବର୍ତ୍ତି ।”

       ଦ୍ୱିତୀୟ ତପସ୍ୱୀ କହିଲେ, “ମୋ ମତରେ ତାଙ୍କ ଯୁକ୍ତି ଠିକ୍ ନୁହେଁ । ମୋ ଅନୁଭୂତି ଅନୁସାରେ ଜ୍ଞାନ ଏବଂ ବିବେକର ଗୁରୁତ୍ୱ ଅଧିକ । ମଣିଷ ନିଜର ଜ୍ଞାନ ତଥା ବିବେକ ମାଧ୍ୟମରେ ମନକୁ ବଶ କରିପାରେ । ବିବେକ ପାଖରେ ମନ ହାର ମାନିବାକୁ ବାଧ୍ୟ ହୁଏ ।”

       ତପସ୍ୱୀ ମାନଙ୍କର ସମସ୍ୟା ଜାଣିବା ପରେ ମହାରାଜ ବିକ୍ରମାଦିତ୍ୟ କହିଲେ, “ଆପଣମାନଙ୍କର ସମସ୍ୟା ଗୁରୁତର । ହଠାତ୍ କିଛି କହି ଦେଇ ଏହାର ସମାଧାନ କରାଯାଇ ନ ପାରେ । ମୋତେ କିଛିଦିନ ସମୟ ଦିଅନ୍ତୁ । ମୁଁ ଏହାର ସହଜ ସମାଧାନ କରିଦେବି ।”

       ମହାରାଜଙ୍କ କଥା ମାନି ଦୁଇ ତପସ୍ୱୀ କିଛିଦିନ ପରେ ଆସିବେ ବୋଲି କହି ବିଦାୟ ନେଲେ । ସେମାନେ ଯିବାପରେ ମହାରାଜ ଚିନ୍ତାକଲେ, ସତରେ ମନ ଖୁବ୍ ଚଂଚଳ । ଏହା ହୃଦୟକୁ କାବୁକରି ମଣିଷକୁ ମୋହ ମାୟା ଜାଲରେ ଛନ୍ଦି ପକାଏ । ମାତ୍ର ଜ୍ଞାନ ଓ ବିବେକ ଥିଲେ ମଣିଷ ନିଜକୁ ସୁଧାରି ପାରେ । ତେବେ କିଏ ବଡ? ମନ ନା ଜ୍ଞାନ? ଏହା ନିର୍ଣ୍ଣୟ କରିବା ଖୁବ୍ କଠିନ ।


ଗପ ସାରଣୀ

ତାଲିକାଭୁକ୍ତ ଗପ