ରେଡକ୍ରସ ଜନ୍ମଦାତା

                ତହୁଁ ତା’ ମାଆ କହିଲେ, “ଯେଉଁ ପିଲାଙ୍କର କେହି ବି ସାହା ନାହାଁନ୍ତି ଅର୍ଥାତ୍ ବାପା କି ମାଆ ନାହାଁନ୍ତି, କେବଳ ସେହିମାନେ ହିଁ ସେଠାରେ ରହନ୍ତି । ସେମାନଙ୍କର ସେବା କଲେ ଅଶେଷ ମଙ୍ଗଳ ହୁଏ । ତେଣୁ ସେଇଥିପାଇଁ ମୁଁ ପ୍ରତିଦିନ ଏଭଳି କରୁଛି ।”

                ଏକଥା ଶୁଣି ସେ ପିଲାଟିର ଆଖି ହଠାତ୍ ଛଳଛଳ ହୋଇଗଲା । ମନରେ ସେ ଭାବିଲା, ତାରି ଭଳି ଛୋଟ ପିଲା ଯାହାଙ୍କର ବାପାମାଆ କେହି ବି ନ ଥିବେ ସେମାନେ କ’ଣ କରୁଥିବେ? କାହା ପାଖରେ ଅଳି ଅଝଟ କରୁଥିବେ? ଏହିଭଳି କେତେ କ’ଣ ଭାବି ସେ ପିଲାଟି ତା’ ମନରେ ଦୁଃଖ ପ୍ରକାଶ କଲା । ବେଳେବେଳେ ତା’ର ମାଆ ଅନାଥ ପିଲା, ଅସହାୟ ରୋଗୀ, ବୁଢାବୁଢୀଙ୍କ ପାଇଁ ଲୁଗାପଟା, ଔଷଧ, ଖାଦ୍ୟଦ୍ରବ୍ୟ ଆଦି ବାଂଟିବା ପାଇଁ ନେଇଗଲାବେଳେ ସେ ପିଲାଟି ମଧ୍ୟ ତାର ମା’ ସାଥିରେ ଗଲା ।

                ସୁତରାଂ ମାଆଙ୍କର ଏହି ମହତ କାର୍ଯ୍ୟ ସେ ପିଲାଟି ଉପରେ ବେଶ୍ ପ୍ରଭାବ ପକାଇଥିଲା ତାର ପିଲାଦିନୁ । ସେଇ ପିଲାଟି ବଡ ହେଲା ପରେ ଗରିବ ରୋଗୀ ଓ ଅସହାୟମାନଙ୍କର ସେବାପାଇଁ ପ୍ରତିଷ୍ଠା କଲା ଏକ ସେବା ଅନୁଷ୍ଠାନ । ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଅନୁଷ୍ଠାନ ସାହାଯ୍ୟ କଲା । ଏଇ ମଣିଷ ଜଣକ ଥିଲେ – ହେନେରୀ ତୁନାଂଟ ଏବଂ ପ୍ରତିଷ୍ଠା କରିଥିବା ଅନୁଷ୍ଠାନର ନାମ ଥିଲା – ‘ରେଡକ୍ରସ୍ ।’

                ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳେ ଜେନେଭା ସହରରେ ତାଙ୍କର ଜନ୍ମ ହୋଇଥିଲା । ବଡ ହେଲା ପରେ ସେ ଥରେ ଇଟାଲୀ ଯାଉଥିଲେ । ଯିବାବାଟରେ ଏକ ହୋଟେଲ୍ରେ ସେ ରାତ୍ରିଯାପନ କରୁଥାନ୍ତି । ହଠାତ୍ ଏକ ବିକଳ ଚିତ୍କାର ଶବ୍ଦ ଶୁଣାଗଲା । ସକାଳେ ହୋଟେଲ ଭିତରୁ ଆସି ପାଖରେ ଥିବା ଏକ ଛୋଟ ପାହାଡରେ ସେ ଚଢିଗଲେ । ଯେଉଁଆଡୁ ଶବ୍ଦ ଆସୁଥିଲା ସେଇଆଡକୁ ଚାହିଁଲେ ।

                ହେନେରୀ ଦେଖିବାକୁ ପାଇଲେ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଚାଲିଥିବା ଭୟଙ୍କର ଲୋମହର୍ଷଣକାରୀ ଯୁଦ୍ଧର ଦୃଶ୍ୟ । ଆକାଶ ଧୂଆଁମୟ । ଖଣ୍ଡିଆଖାବରା ହୋଇ ପଡିଥିବା ଆହତ ସୈନ୍ୟମାନଙ୍କର କରୁଣ ଚିତ୍କାର ନାଦରେ ଗଗନ ପବନ ମୁଖରିତ । ସୈନିକମାନଙ୍କର କାନ୍ଦକଟା ଶବ୍ଦରେ ହେନେରୀ ଭୀଷଣ ଅଥୟ ହୋଇପଡିଲେ । ଦେଖିଲେ ସେମାନଙ୍କ ପାଖରେ ସେବା କରିବା ପାଇଁ କେହି ବି ନାହାଁନ୍ତି । ତେଣୁ ସେ ତାଙ୍କର କେତେକ ସାଥିଙ୍କୁ ନେଇ କିଛି ଖାଦ୍ୟପଦାର୍ଥ, ପାନୀୟଜଳ, ଔଷଧ ନେଇ ଆହତଙ୍କ ସେବାରେ ଲାଗିପଡିଲେ । ଅସହାୟ ମଣିଷଙ୍କ ଜୀବନ ରକ୍ଷା କଲେ ।

                ହେନେରୀଙ୍କ ଉଦ୍ୟମରେ ସେ ଯୁଦ୍ଧରେ ଆହତ, ଅସହାୟ ଓ ପୀଡିତମାନଙ୍କର ସେବାପାଇଁ ବିଶ୍ୱ ରେଡକ୍ରସ୍ ଅନୁଷ୍ଠାନ ଗଢିଉଠିଲା । ହେନେରୀ ତାଙ୍କର ସମସ୍ତ ସମ୍ପତ୍ତି ଏହି ଅନୁଷ୍ଠାନକୁ ଦାନ କରିଦେଲେ । ଏହିଭଳି ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ୧୯୦୧ ମସିହାରେ ହେନେରୀ ଡୁନାଂଟ ବିଶ୍ୱଶାନ୍ତି ପାଇଁ ନୋବେଲ୍ ପୁରସ୍କାର ପାଇଲେ ।

ଆଜି ହେନେରୀ ନାହାଁନ୍ତି ସିନା, ହେଲେ ତାଙ୍କ ଦ୍ୱାରା ଗଢି ଉଠିଥିବା ବିଶ୍ୱରେଡ୍କ୍ରସ ସଂସ୍ଥା ଆଜି ମଧ୍ୟ ସମଗ୍ର ବିଶ୍ୱରେ ଅସହାୟଙ୍କର ସେବା କରିଚାଲିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ