ରୋଗ ଠାରୁ ଔଷଧ ଦୁଃଖ ଦାୟକ

ଗଧିଆ ବହୁତ ଉପସ୍ଥିତ ବୁଦ୍ଧିମାନ ପଶୁ ଥିଲା । ତେଣୁ ସେ କିଛି ସମୟ ଚୁପ୍ ରହି କହିଲା – ନାଇଁ ଭାଇ ମଶା ମାନଙ୍କୁ ଘଉଡାଇବାର ଆବଶ୍ୟକତା ନାହିଁ ।

ଝିଙ୍କ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲା, କହିଲା – କାହିଁକି ଭାଈ? ଗଧିଆ ଉତ୍ତର ଦେଲା – ଏହି ମଶା ମାନେ ବହୁତ ସମୟ ହେଲା ମୋତେ କାମୁଡି ମୋର ରକ୍ତ ଶୋଷି ନେଉ ଛନ୍ତି । ସେମାନଙ୍କର ପେଟ ଭର୍ତ୍ତି ହୋଇ ଗଲେ ସେମାନେ ଉଡି ପଳାଇ ଯିବେ । ଯଦି ତୁମେ ସେମାନଙ୍କୁ ତଡି ଦେବ, ତା’ହେଲେ ସେମାନେ ଭୋକିଲା ରହି ଯିବେ । ତା’ପରେ ସେମାନେ ସେମାନଙ୍କ ଦଳ ଆଡକୁ ଯାଇ ହଜାର ହଜାର ମଶା ମାନଙ୍କୁ ଡାକି ଆଣିବେ ମୋତେ କାମୁଡିବା ପାଇଁ । ତା’ପରେ ମୋ ଦେହରେ ଥିବା ସମସ୍ତ ରକ୍ତ ଶୋଷି ନେଇ ମୋତେ ଦରମଲା କରି ଦେଇ ପଳାଇ ଯିବେ । ଆଉ ମୁଁ ଯନ୍ତ୍ରଣାରେ ଏଠାରେ ଛଟ ପଟ ହୋଇ ମରି ଯିବି ।

ଆଉ ଗୋଟିଏ କଥା ହେଲା – ତୁମେ ଯଦି ମଶା ମାନଙ୍କୁ ତଡିବା ପାଇଁ ନିଜ ଦେହରେ ଥିବା ଶକ୍ତ କଂଟାର ବ୍ୟବହାର କରିବ ତେବେ ସେହି କଂଟାରୁ କିଛି କଂଟା ମୋ ଦେହରେ ମଧ୍ୟ ଫୋଡି ହୋଇ ଯିବ । ଫଳରେ ମୋତେ ସେହି କଂଟା କାଢିବାକୁ ବହୁତ କଷ୍ଟ ହେବ ଏବଂ କିଛି ଦିନ ପରେ ସେଠାରେ ବଡ ବଡ ଘା’ମାନ ସୃଷ୍ଟି ହେବ । ଏଣୁ ମୋତେ ବହୁତ କଷ୍ଟ ହେବ ଯାହା ଦ୍ୱାରା କି ମୁଁ ଅଳ୍ପ ଦିନ ଭିତରେ ପ୍ରାଣ ହରାଇବି । ସେଥି ପାଇଁ ଠିକ୍ ହେବ କି ମୁଁ ବର୍ତ୍ତମାନ କିଛି ସମୟ ପାଣିରେ ରହି ଦେହକୁ ଓଦା କରି ନିଏ । ଯାହା ଦ୍ୱାରା କି ମୁଁ ଅଧିକ ସୁଖ ପାଇବି । ତେଣୁ କଥାରେ ଅଛି – ରୋଗ ଠାରୁ ଔଷଧ ଅଧିକ ଯନ୍ତ୍ରଣା ଦାୟକ ।


ଗପ ସାରଣୀ

ତାଲିକାଭୁକ୍ତ ଗପ