ଲାଉର ତୀର୍ଥ ଦର୍ଶନ

       ଏକବର୍ଷ ବ୍ୟବଧାନ ଭିତରେ ତାହା ଶୁଖି ସଢି ନଷ୍ଟ ହୋଇ ଯାଇଥିଲା । ତା’ର ଉପରଟି ସୁନ୍ଦର ଦେଖାଯାଉଥିଲେ ମଧ୍ୟ ତାକୁ କାଟି ଦେବାରୁ ତାହା ଦୁର୍ଗନ୍ଧ ଯୁକ୍ତ ହୋଇଗଲା । ସୁତରାଂ ସେଥିରୁ ତିଆରି ଶାକର କିଭଳି ସ୍ୱାଦିଷ୍ଟ ହୋଇଥାନ୍ତା? ଖାଇବା ବେଳେ ଲାଉ ଶାକରର ପ୍ରଶଂସା ଶୁଣି ସମସ୍ତେ ଖଣ୍ଡିଏ ଖଣ୍ଡିଏ ପାଟିରେ ଦେଉ ଦେଉ ତାହା ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ନଖାଇ ଫୋପାଡି ଦେଲେ । ଏଭଳି ଖାଦ୍ୟ ଦିଆଯାଇ ଆଗନ୍ତୁକମାନଙ୍କୁ ଅପମାନିତ କରାଯାଇଛି ବୋଲି ସେମାନେ ମନରେ ଭାବିଲେ ।

       ଠିକ୍ ଏତିକିବେଳେ ଶେଠ୍ ଙ୍କ ପତ୍ନୀ ଆସି କହିଲେ, “ଆପଣମାନେ ଲାଉ ଶାକରକୁ ଫୋପାଡି ଦେଇ ବଡ ଭୁଲ୍ କରିଛନ୍ତି । କାରଣ ଏହା ସେହି ଲାଉର ଶାକର ଯିଏ ସମସ୍ତ ତୀର୍ଥର ପୁଣ୍ୟଲାଭ କରି ଫେରି ଆସିଛି । ଏହା ଯଦି ସ୍ୱାଦିଷ୍ଟ ହୋଇ ପାରିଲା ନାହିଁ, ତେବେ ଆପଣମାନେ କିଭଳି ଭାବୁଛନ୍ତି ଯେ, ଜଣେ ବ୍ୟକ୍ତି ଦୁଷ୍କର୍ମ କରି ତୀର୍ଥ ଦର୍ଶନ ଦ୍ୱାରା କିଭଳି ପୁଣ୍ୟାତ୍ମା ହୋଇ ପାରିବ?”

       ଏବେ ଆଗନ୍ତୁକମାନେ ଅସଲ କଥାଟି ବୁଝିପାରିଲେ । ଆଉ ଶେ ଶେଠ୍ ମଧ୍ୟ ନିଜ ଭୁଲ୍ ବୁଝିପାରିଲେ, ପୁଣ୍ୟଫଳ ମିଳେ ଜନସେବା କଲେ ନା ତୀର୍ଥ ଦର୍ଶନରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ