ଲାଗିଲେ ଛାଡିବିନି

ଏଥର କେଶବଙ୍କୁ ସେ ଦୃଶ୍ୟ ଦେଖିବାକୁ ପବନା କହିଲା । କେଶବ ସେ ସବୁ ଦୃଶ୍ୟ ଦେଖି ହଠାତ୍ ଚମକି ପଡିଲା ତାଙ୍କ ପଡିଶା ବନମାଳୀ ନିଜ ହାତ ହଲେଇ ହଲେଇ ହସି ହସି କହୁଥିଲା । ଦେଖିଲତ ମୋ ଯୋଗୁଁ ଭୋଅଟ ତକ ତୁମର ହୋଇଗଲା ଜାଣ । ସେଇ ଗୋଟାଏ ଭୋଟରେ ଆମ ଦଳ ନିଶ୍ଚିନ୍ତ ଜିତି ଯିବ । ନଖିଆ ହସି ହସି କହିଲା ତୁ ସେ  ଟୋକାଟାକୁ ନଆଣି ଥିଲେ ଏସବୁ କିଛି ହୋଇ ପାରି ନଥାନ୍ତା । ସେ ଟୋକାଟାକୁ ମାଡ ମାରି ମୁଁ ଆଜି ମୋର ତିନିଟା ବେତ ଫଟାଇ ଦେଇଛି । ତା ବୋପା ଶଳା ଏକାଥରେ ମୋ ବସ ହୋଇ ଯାଇଛି । ସେହି କ୍ଷଣି କେଶବର ହାତ ମୁଠା ମୁଠା ହୋଇ ଗଲା । ତା ମୁଣ୍ଡକୁ ପିତ ଉଠି ଗଲା ପରିସ୍ଥିତି ଅସମ୍ଭାଳ ହୋଇପାରେ ଜାଣି କେଶବଙ୍କ ପାଟିରେ ହାତ ଦେଇ ତାଙ୍କୁ ସେଠୁ ଘୋଷାରି ଆଣିଲା ପବନା ।

ଦୁହେଁ ଘରକୁ ଆସି ଚିନ୍ତା କଲେ କ’ଣ କରାଯାଇ ପାରିବ । ଦୁହେଁ ସେଠୁ ସିଧା ଥାନାକୁ ଗଲେ । ଯେଉଁ ପାଟିରୁ ଭୋଟ ଜିତି ଥିଲେ ନିଶାମଣୀ ମଧ୍ୟ ତାଙ୍କ ହାଇ କମାଣ୍ଡଙ୍କୁ ଏହି ଖବରଟି ଦେଇ ଦେଲେ । ଅଳ୍ପ ସମୟ ଭିତରେ ସବୁ ଠିକ୍ ହୋଇ ଗଲା । ଭିଡିଓ କ୍ୟାମେରା ଧରି ପୋଲିସ୍ ଗୁପ୍ତରେ ନଖିଆର ଗୁପ୍ତ ରହସ୍ୟ ସବୁ ଜାଣି ପାରି ତାକୁ ସାଙ୍ଗେ ସାଙ୍ଗେ ଆରେଷ୍ଟ କଲା । ଚମ୍ପତି ବାବୁ ଚିତ୍ ମଧ୍ୟ ପଟାଙ୍ଗ ହେଲେ । କେଶବ ବାବୁ ତାଙ୍କ ପୁଅ ବାପୁନୁକୁ ମେଡିକାଲ୍ ନେଇ ତାର ଉପଯୁକ୍ତ ଚିକିତ୍ସା କଲେ । ଡାକ୍ତର ମଧ୍ୟ ସେହି ଏକା କଥା କହିଲେ ପିଲାଟିକୁ ଅତ୍ୟଧିକ ମାଡ ହେବା ଯୋଗୁଁ ତା’ର  ଏପରି ଅବସ୍ଥା ଘଟିଛି । ଯାହାକୁ ସମସ୍ତେ ଭୂତ ବୋଲି ସନ୍ଦେହ କରୁଥିଲେ । ନଖିଆ ଯେତେବେଳେ ସେ ଗାଁ ଦାଣ୍ଡରେ ବନ୍ଧା ହୋଇ ଯାଉଥିଲା । ରାଗରେ ତା ଦୁଇ ଆଖି ଲାଲ୍ ଦେଖା ଯାଉ ଥିଲା । ସେ କେବଳ ଗର୍ଜନ କରି କହୁଥିଲା ରହ ରହ ମୁଁ ଖାଲି ଫେରି ଆସେ ଏମିତି ଲାଗିବି ଯେ ଆଉ କେବେ ଛାଡିବିନି । ଏଣୁ ଆମେ ଦେଖୁଛେ ଯେ ଶିକ୍ଷିତ ବ୍ୟକ୍ତି ମଧ୍ୟ ଅନ୍ଧବିଶ୍ୱାସରେ ବଶିଭୂତ ହେଉଛନ୍ତି । ତେଣୁ ସବୁ କଥାକୁ ଭଲ ଭାବରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ୍ । କାହାର ଭୟରେ ତାର ଅଧିନ ହେବା ଅନୁଚିତ୍ । କାରଣ ଭୂତ, ପ୍ରେତ କେଉଁଠି ମଧ୍ୟ କାହାକୁ ଦେଖା ଦିଅନ୍ତି ନାହିଁ । ନିଜର ମନବଳ କମ୍ ଯୋରି ହେଲେ ନିଜ ଆଖି ସାମ୍ନାକୁ ସବୁ କଦର୍ଯ୍ୟ ଦୃଶ୍ୟ ଆସେ । ସେଥି ପାଇଁ ସଚେତନ ହେବା ନିହାତି ଆବଶ୍ୟକ ।


ଗପ ସାରଣୀ

ତାଲିକାଭୁକ୍ତ ଗପ