ଶଗଡିଆ ଓ ଶଗଡ ଗାଡି

ଦିନେ ଶଗଡିଆ ତାର ଶଗଡ ଗାଡି ନେଇ ପାହାଡ ଉପରେ ଯାଉଥିଲା । ବହୁତ ରାସ୍ତା ଉଠାଣି ପଡିବାରୁ ବଳଦମାନେ ଥକିଗଲେ ଓ ଶଗଡ ଚକାରୁ ବି କେଁ କଟର ଶବ୍ଦ ବାହାରିଲା । କିନ୍ତୁ ସେ ଶଗଡିଆ ଗାଡି ଉପରେ ବସି ବଳଦଙ୍କୁ ବାଡେଇ ଚାଲିଥାଏ । ଶେଷରେ ଉଠାଣି ବେଶି ହେବାରୁ ବଳଦ ଆଉ ଟାଣି ପାରିଲେ ନାହିଁ ।

                ଏଣେ ଶଗଡିଆ ଖାଲି ପାଟିକରି ଗାଳି ଦେଉଥାଏ । “ମୁଁ ଏତେ କାମକରି ମୋଟେ ଥକୁ ନାହିଁ । ମାତ୍ର ତମେମାନେ ଖାଲି ଥକି ଯାଉଛ?” କିନ୍ତୁ ଶଗଡିଆ ଭୁଲି ଯାଉଛି ଯେ, ସେ ଉପରେ ବସିଛି, ତାକୁ ତ ଆଉ ଚାଲିବାକୁ ପଡୁନାହିଁ । ବରଂ ବଳଦଙ୍କୁ ହିଁ ଗାଡି ଟାଣିବାକୁ ପଡୁଛି ।

ଯେଉଁମାନେ ଉପର ପାହିଆରେ ଥାନ୍ତି, ସେମାନଙ୍କର ବି ତଳେ କାମ କରୁଥିବା ଲୋକଙ୍କର ଅସୁବିଧା ଜାଣିବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ