ଶାଶୁଙ୍କ ଚିକିତ୍ସା

ସୁମତି ଶାଶୁଘରକୁ ଆସିବା ଏକ ସପ୍ତାହ ହୋଇଗଲାଣି । ସେ ଇତିମଧ୍ୟରେ ଘରର ଚାଲିଚଳଣି ସବୁ କ୍ରମେ ବୁଝିଗଲାଣି । ସେ ଦେଖିଲା ସେ ଘରେ ତା’ ଶାଶୁ ହିଁ ମୁରବି  । ଶଶୁର ନାମକୁ ମାତ୍ର ମୁରବି ।

ଦିନେ ସୁମତି ଦେଖିଲା ତା’ର ନଣନ୍ଦ ରାଧା ଥାଳିରେ ଖାଦ୍ୟ ଧରି କୁଆଡେ ଯାଉଛି । ତହୁଁ ସେ ପଚାରିଲା, “ରାଧା, ଏ ଖାଦ୍ୟ କାହାପାଇଁ ନେଉଛ?”

ରାଧା ତା’ ଭାଉଜ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା“ଭାଉଜ, ଏ ଖାଦ୍ୟ ମୁଁ ଜେଜେମା ପାଇଁ ନେଉଛି ।”

ଏକଥା ଶୁଣି ସୁମତି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ଜେଜେମା? କ’ଣ ସିଏ ବଂଚିଛନ୍ତି?”

ତା’ପରେ ରାଧା କହିଲା, “ହଁ ଭାଉଜ, ସେ ବଂଚିଛନ୍ତି, ତମେ ତାଙ୍କୁ ଦେଖିବାକୁ ଚାହଁ ତ ମୋ ସହିତ ଆସ ।”

ଏହା ପରେ ସୁମତି ରାଧା ସହିତ ଗଲା । ଗ୍ରାମର ବାହାରେ ତାଙ୍କର ଗାଈମାନଙ୍କ ପାଇଁ ବଡ ଗୁହାଳ ଥିଲା । ସେଇଠାରେ ଗୋଟାଏ କଣକୁ ଏକ ଖଟିଆ ଉପରେ ବୁଢୀଟିଏ ଶୋଇଥାଏ । ଚାରିପାଖରେ ଗୋବରର ଗନ୍ଧ । ରାଧା କହିଲା, “ଭାଉଜ, ଇଏ ହେଉଛନ୍ତି ଆମ ଜେଜେମା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ