ଶିବ କୃପା

      ଶଙ୍କର ମଉସା ପଚାରିଲେ “ତୁମେ କ’ଣ ଜାଣ କି ଯିଏ ତୁମକୁ କାଲି ରାତିରେ ଏଠାରେ ରହିବାକୁ କହିଲା ସେ ନିଜେ ଜଣେ ଭୂତ । ସେ ଦେଖିବାକୁ ପତଳା; ତା’ର ଦକ୍ଷିଣ ଆଖିର ତଳକୁ ଗୋଟାଏ ବଡ କଳାଜାଇ ଅଛି ନା?”

      ସବୁଶୁଣି ନୃସିଂହ କହିଲା “ହଁ ସେ ତ ଠିକ୍ ସେହି ବୁଢା”

      ଶଙ୍କର ମଉସା କହିଲେ “ଆରେ ସେ ତ ଦଶମାସ ହେବ ମଲାଣି । ବଡ କଷ୍ଟରେ ଥାଏ । ବାର୍ଦ୍ଧକ୍ୟ ସମୟ ସେ ବଡ କଷ୍ଟରେ ବିତାଇଲା । ତା’ ପରିବାର ଲୋକ ତାକୁ ତିରସ୍କାର କରୁଥା’ନ୍ତି । ତେବେ ମନେହୁଏ ଏସବୁ ତା’ ପାଇଁ ଯଥେଷ୍ଟ ନୁହେଁ, ତେଣୁ ସେ ପିଶାଚ ହୋଇ ମଧ୍ୟ ଅନ୍ୟକୁ ହଇରାଣ କରୁଛି ଓ ନିଜେ ବି ହଇରାଣ ହେଉଛି । ତା’ ବିଷୟରେ ମୁଁ ତ ଆଗରୁ ଅନେକ ଲୋକଙ୍କଠାରୁ ଅନେକ କଥା ଶୁଣିଥିଲି; ହେଲେ ବିଶ୍ୱାସ କରୁନଥିଲି । ଏବେ ତୁମଠୁ ପ୍ରତ୍ୟକ୍ଷ ଅନୁଭୂତି କଥା ଶୁଣିଲି, ଏଣିକି ତ ବିଶ୍ୱାସ କରିବାକୁ ମୁଁ ବାଧ୍ୟ ।”

      ଭୂତ ସହ ରାତି ବିତାଇଥିବା କଥା ଜାଣି ତା’ ଶରୀର ଏଥର ଭୟରେ କମ୍ପିଲା । କ୍ରମେ ସେ ସୁସ୍ଥ ହେଲା । ତା’ପରେ ସପ୍ତାହକ ମଧ୍ୟରେ ତା’ର ନୂଆ ଦୋକାନ ଖୋଲିଗଲା ଓ ନୂଆ ଘରେ ସେ ନର୍ମଦା ସହିତ ରହିଥାଏ । ଆଜିକାଲି ସେ ନର୍ମଦା ସହିତ ଅତି ଭଦ୍ର ବ୍ୟବହାର କରୁଥାଏ । ନର୍ମଦା ଭାବିଲା ଯେ ଭଗବାନ ଶିବଙ୍କ ମନ୍ଦିର ପାଖକୁ ଆସିବା ମାତ୍ରେ ନୃସିଂହର ମନ ପରିବର୍ତ୍ତନ ହେଲା । ସେ ଆଉ କେବେ ମଧ୍ୟ ରାଗୁ ନଥାଏ ।

      ଦିନେ ନର୍ମଦା ଶିବମନ୍ଦିରକୁ ଯାଇଥାଏ; ଶଙ୍କର ମଉସାଙ୍କ ସହିତ ତା’ର ଦେଖା ହେଲା । ସେ ନର୍ମଦାକୁ ପଚାରିଲେ, “ଝିଅ ଏବେ ତୁ କିପରି ଅଛୁ? ଏବେ ନୃସିଂହ ତୋ ସହିତ ଭଲରେ ଚଳୁଛି ତ?”

      ଏକଥା ଶୁଣି ନର୍ମଦା ହସି ହସି ଉତ୍ତର ଦେଲା “ଆଜ୍ଞା ମଉସା, ପ୍ରଭୂ ଶିବଙ୍କ କୃପାରୁ ସବୁ ଭଲ ।”

      ନର୍ମଦାର କଥା ଶୁଣି ଶଙ୍କର ମଉସା ହଠାତ୍ ଚମକି ପଡି ପଚାରିଲେ, “କେଉଁ ଶିବଙ୍କ କଥା କହୁଛୁ ଝିଅ?”

      ତହୁଁ ନର୍ମଦା କହିଲା “ମଉସା, ଆପଣ ଏ କି ପ୍ରଶ୍ନ କରୁଛନ୍ତି? ଏଇ ମନ୍ଦିର ଭିତରେ ଥିବା ଠାକୁର ଶିବ । ଆଉ କିଏ?”

      “ଠିକ୍ କହିଛୁ ଝିଅ ।” ଏତିକି କହି ସେ ଶଙ୍କର ମଉସା ଏକ ଦୀର୍ଘଶ୍ୱାସ ପକାଇ ମନ ମଧ୍ୟରେ ଭାବିଲେ, “ପ୍ରକୃତରେ ଏହା ଶିବଙ୍କର ହିଁ କୃପା ।” ଶିବ ହେଲେ ସେହି ବୁଢା ଯିଏ କି ଶଙ୍କରଙ୍କର ବନ୍ଧୁ ଓ ସେଦିନ ରାତିରେ ପିଶାଚ ସାଜି ସେହି ଘରେ ଥିଲା ଓ ନୃସିଂହ ସହିତ କଥାବାର୍ତ୍ତା ହେଉଥିଲା, ଏକ ଦିଗରୁ ଦେଖିଲେ କେବଳ ତାହାରି ଯୋଗୁଁ ବା ତାହାରି କୃପାରୁ ନୃସିଂହର ମନ ପରିବର୍ତ୍ତନ ହେଲା ।

      କିନ୍ତୁ ଏହିକଥାକୁ ଶଙ୍କର କେବଳ ତାଙ୍କ ନିଜ ଭିତରେ ହିଁ ସୀମିତ ରଖିଲେ । ଏମିତିକାକି ନର୍ମଦାଙ୍କୁ ସେ ମଧ୍ୟ ଏ ବିଷୟରେ କିଛି ବି ଆଦୌ କହିଲେ ନାହିଁ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ