ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା

ଓଡିଶା ହେଉଛି ପ୍ରାଚୀନରୁ ଏକ ବୁଦ୍ଧି ସମ୍ପନ୍ନ ଗୋଷ୍ଠୀ କିନ୍ତୁ ଏହି ଉନ୍ନତ ଗୋଷ୍ଠୀକୁ ସମୟାନୁକ୍ରମେ ଉଦ୍ଧେଶ୍ୟ ମୂଳକ ଭାବେ କ୍ରମାଗତ ଅନ୍ଧବିଶ୍ୱାସ ଏବଂ ଅଯୌକ୍ତିକତା ଅନ୍ଧକାର କୂଅ ମଧ୍ୟକୁ ପେଲି ଦିଆଯାଇଛି। ଏଠାକାର ବୁଦ୍ଧି ସମ୍ପନ୍ନ ଗୋଷ୍ଠୀର ବଂଶଧରମାନଙ୍କୁ ପଛୁଆ ଜାତି ଭାବରେ ଠେଲି ଦିଆଯାଇଛି। ଗୌତମ ବୁଦ୍ଧ ହେଉଛନ୍ତି ଓଡ଼ିଆର ଗର୍ବ କିନ୍ତୁ ଧୂର୍ତ୍ତ ଜାତି ବୁଦ୍ଧଙ୍କୁ ଓଡ଼ିଆ ଗୋଷ୍ଠୀରୁ ବାହାର କରି ତାଙ୍କ ଜନ୍ମ ସ୍ଥାନକୁ ମଧ୍ୟ ଇଣ୍ଡିଆ ବାହାରେ ଫୋପାଡ଼ି ଦେଇଛନ୍ତି। ବୁଦ୍ଧଙ୍କ ଜନ୍ମସ୍ଥାନ ଇଣ୍ଡିଆରେ ନୁହେଁ ନେପାଳରେ ବୋଲି ୱାଲିସ ଆଣ୍ଟନ ଫୁହରର (୨୬ ନଭ। ୧୮୫୩, ଲିଃମ୍ବୁରଗ ଅନ ଦେର ଲହନ, ଜର୍ମାନୀ – ୫ ନଭ।୧୯୩୦ ବିନ୍ନିଞ୍ଜନ, ସୁଇଜରଲାଣ୍ଡ) ଘୋଷଣା କରିଥିଲେ; ଯିଏକି ଜର୍ମାନ ଇଣ୍ଡୋଲୋଜିଷ୍ଟ ଭାବେ ଆର୍କିଓଲୋଜିକାଲ ସର୍ଭେ ଇଣ୍ଡିଆ ପାଇଁ କାମ କରିଥିଲେ। ବ୍ରିଟିଶ ଆର୍କିଓଲୋଜିକାଲ ସର୍ଭେ ଇଣ୍ଡିଆ ୱାଲିସ ଆଣ୍ଟନ ଫୁହରରଙ୍କୁ ତାଙ୍କ ମିଥ୍ୟା ଏବଂ ଜାଲିଆତି ରିପୋର୍ଟ ପାଇଁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ନିଜେ ୱାଲିସ ଆଣ୍ଟନ ଫୁହରର ମଧ୍ୟ ତାଙ୍କ ଲିଖିତ ତଥ୍ୟ ମିଥ୍ୟାବୋଲି ମାନିଥିଲେ କିନ୍ତୁ ଆଜିପର୍ଯ୍ୟନ୍ତ ଇଣ୍ଡିଆ ଏବଂ ଓଡିଶା ସରକାର ତାଙ୍କ ମିଥ୍ୟା ତଥ୍ୟକୁ ସତ୍ୟମାନି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏକ ପ୍ରଶ୍ନବାଚି ହୋଇଛି। ଜାପାନ, ଚୀନ, କୋରିଆ ଭଳି ଉନ୍ନତ ଦେଶମାନଙ୍କରେ ଏକ ଭାରତୀୟ ଏତେ ସମ୍ମାନ ଯୋଗ୍ୟ ତଥା ଈଶ୍ୱର ପଦବାଚ୍ୟ ବିବେଚିତ ହେଉଥିବାବେଳେ ନିଜ ଜନ୍ମସ୍ଥାନରୁ ତାଙ୍କୁ ଫୋପାଡ଼ି ଦେବା ନିଶ୍ଚୟ ଏକ ପ୍ରଶ୍ନବାଚୀ!

ଇତିହାସ ପ୍ରମାଣ ଅନୁଯାଇ ଓଡ଼ିଶା ହେଉଛି ବୁଦ୍ଧ ରାଜ୍ୟ କିନ୍ତୁ ସମୟାନୁକ୍ରମେ ତାହା ଏବେ ଏଠାରେ ବିଧ୍ବସ୍ତ । ମୋର୍ଯ୍ୟ ସାମ୍ରାଜ୍ୟର ରାଜା ଚଣ୍ଡାଶୋକ କଳିଂଗ ଯୁଦ୍ଧରେ ( ଖ୍ରୀଷ୍ଟ ପୂର୍ବ ୨୬୨– ୨୬୧) ଜିତିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ଦେଖି ଅନୁତପ୍ତ ହେଲେ, ସେତେବେଳେ ଓଡିଶାର ପ୍ରଚଳିତ ଥିବା ବୁଦ୍ଧ ଧର୍ମ ଦ୍ବାରା ପ୍ରଭାବିତ ହୋଇ ସେ ବୁଦ୍ଧ ଧର୍ମ ଗ୍ରହଣ କରି ସମଗ୍ର ଅଶୋକ ରାଜ୍ୟରେ ତାହା ପ୍ରଚଳିତ କରିଥିଲେ । ଅଶୋକଙ୍କ ରାଜ୍ୟ ଏବେ ଇଣ୍ଡିଆ ନାମରେ ସୁପରିଚିତ ଯାହାର ଓଡ଼ିଶା ଏକ ରାଜ୍ୟ । ଖ୍ରୀଷ୍ଟ ପୂର୍ବ ୨୬୧ ବେଳେ ଓଡିଶାରେ ବୁଦ୍ଧ ଧର୍ମ ପ୍ରଚଳିତ ଥିଲା ସେଥି ପାଇଁ ଆମେ ଧଉଳି ଗିରି, ଖଣ୍ଡ ଗିରି, ଉଦୟ ଗିରି, ଲଳିତ ଗିରି, ରତ୍ନ ଗିରି ଇତ୍ୟାଦି ପ୍ରାଚୀନ ପ୍ରମାଣ ସବୁ ପାଉ, ଯାହା ବର୍ତ୍ତମାନର ପୁରୀ ମନ୍ଦିର, କୋଣାର୍କ ମନ୍ଦିର ଠାରୁ ମଧ୍ୟ ବହୁ ପୁରାତନ । ଏସବୁମାନଙ୍କରେ ବୁଦ୍ଧ ଧର୍ମର ପ୍ରମାଣ ଥିଲାବେଳେ ଜଗନ୍ନାଥଙ୍କ ପ୍ରମାଣ ଦେଖିବାକୁ ମିଳେନାହିଁ ଯୋଉଥିରୁ ପ୍ରମାଣିତ ହୁଏ ଓଡିଶାରେ ବୁଦ୍ଧ ଧର୍ମ ଜଗନ୍ନାଥ ସଂସ୍କୃତିଠାରୁ ବହୁ ପୁରୁଣା । ପୁରୀ, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ବୁଦ୍ଧଙ୍କ ମନ୍ଦିର ଥିଲା ବୋଲି ଅନେକ ମତ ମଧ୍ୟ ଦିଅନ୍ତି । ଅଶୋକଙ୍କ ପରେ ଯେତେବେଳେ କପଟି ବୈଦିକ ବ୍ରାହ୍ମଣ ପୁଷ୍ୟାମିତ୍ର ଶୁଂଗ ଯେକି ଅଶୋକଙ୍କ ରାଜ୍ୟର ସେନାପତି ଥିଲେ, ଅଶୋକଙ୍କ ବଂଶଧର ବୃହଦ୍ରଥକୁ ବିଶ୍ଵାସଘାତକରି ନିର୍ମମ ଭାବରେ ହତ୍ୟାକରି ଅଶୋକଙ୍କ ଅଖଣ୍ଡ ସାମ୍ରାଜ୍ୟକୁ ଅଧିକୃତ କରିନେଲେ । ବୈଦିକ ବ୍ରାହ୍ମଣମାନଙ୍କ ସଂଖ୍ୟା ସେତେବେଳେ ଖୁବ କମ୍ ଥିଲା ଏବଂ ସେମାନଙ୍କ ପ୍ରଭାବ ଉତ୍ତର ଭାରତରେ ହିଁ ସୀମିତ ଥିଲା । ୧୬୦୦ ମସିହାର ବ୍ରିଟିସରାଜ ଅନୁସାରେ ସେତେବେଳେ ଇଣ୍ଡିଆର ଜନସଂଖ୍ୟା ପ୍ରାୟ ୧୦ କୋଟି ଥିଲା । ବର୍ତ୍ତମାନ ଯଦି ସମୁଦାୟ ଇଣ୍ଡିଆର ୧୨୬ କୋଟି ଲୋକସଂଖ୍ୟାରେ ବ୍ରାହ୍ମଣଙ୍କ ସଂଖ୍ୟା ମାତ୍ର ୬ କୋଟିରୁ କମ୍ ହୁଏ, ତେବେ ପୁଷ୍ୟାମିତ୍ରଙ୍କ ( ଖ୍ରୀଷ୍ଟ ପୂର୍ବ ୧୮୫-୧୪୯) ସମୟରେ କେତେ ଥିବେ ତାହା ଅନୁମାନ କରିହେବ ।

ପୁଷ୍ୟାମିତ୍ର ଶୁଂଗ, ଅଶୋକଙ୍କ ଦ୍ବାରା ନିର୍ମିତ ଅନେକ ବୁଦ୍ଧ ପ୍ରମାଣ ସବୁ ନଷ୍ଟ କରି ସବୁକିଛି ବ୍ରାହ୍ମଣଙ୍କ ସପକ୍ଷରେ କରିନେଲେ । ବୁଦ୍ଧ ଭକ୍ତ ମାନଙ୍କୁ ଭୟଭିତକରି ବୁଦ୍ଧ ସନ୍ୟାସମାନଙ୍କୁ ହତ୍ୟା କଲେ । ପ୍ରତି ବୁଦ୍ଧ ସନ୍ୟାସର ମୁଣ୍ଡ ପିଛା ୧୦୦ ସୁନା ମୁଦ୍ରା ଘୋସଣା କଲେ ସେଥି ପାଇଁ ବୁଦ୍ଧ ଧର୍ମ ଇଣ୍ଡିଆରୁ ଉଭେଇଗଲାମନୁସ୍ମୃତିର ନିୟମ ଲାଗୁ କରି ଜାତି ପ୍ରଥାର ପ୍ରସାର କରିବାକୁ ଲାଗିଲେ । ଅଶୋକଙ୍କ ଛୋଟ ଛୋଟ ରାଜ୍ୟ ମିଶେଇ କରିଥିବା ଅଖଣ୍ଡ ରାଜ୍ୟରେ ପ୍ରତ୍ୟକ ରାଜ୍ୟର ସମାଜକୁ ସେମାନଙ୍କ ବୃତି ଅନୁସାରେ ନାମିତ କରାଗଲା । ଆଦିବାସୀ ମୂର୍ତ୍ତି ପୁଜକଙ୍କୁ ବ୍ରାହ୍ମଣର ମର୍ଯ୍ୟାଦା ଦିଆଗଲା, ପରେ ହୁଏତ ଜାତି ପ୍ରଥାର ପ୍ରସାର ପାଇଁ ସେମାନଂକୁ ବୈଦିକ ପଦ୍ଧତିରେ ପୁଜା ପାଇଁ ସଂସ୍କୃତ ଭାଷାରେ ବେଦ ସିକ୍ଷାର ସୁବିଧା ଦିଆଗଲା । ରାଜାମାନଙ୍କୁ କ୍ଷତ୍ରିୟର ମର୍ଯ୍ୟାଦା ଦିଆଗଲା, ବେପାର ବାଣିଜ୍ୟ ବୃତି କରୁଥିବା ବ୍ୟକ୍ତିଙ୍କୁ ବୈଶ୍ୟର ମର୍ଯ୍ୟାଦା ଦିଆଗଲା ଏବଂ ଅବଶେଷ ସମାଜରେ ଯେକୌଣସି ବୃତି କରୁଥିବା ବ୍ୟକ୍ତିଙ୍କୁ ଶୁଦ୍ରର ମାନ୍ୟତା ମିଳିଲା । ଯେଉଁ ମାନେ ସେମାନଂକ ସମାଜର ଅଂସବିଶେଷ ବା ଜାତି ପ୍ରଥାର ଅଂସବିଶେଷ ନଥିଲେ ସେମାନଂକୁ ଅଜାତି ବା ଅତିଶୁଦ୍ର କୁହାଗଲା । ଇଣ୍ଡିଆରେ ଅଜାତି ବା ଅତିଶୁଦ୍ରମାନଂକୁ ଦଳିତ, ଅଛୁଆଁ ଏବଂ ହରିଜନ ମଧ୍ୟ କୁହାଯାଏ । ଇଣ୍ଡିଆର ସମ୍ବିଧାନ ଅନୁଯାଇ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଂକୁ “ଜେନେରାଲ” ଶ୍ରେଣୀ ଭୁକ୍ତ କରାଯାଇଥିଲାବେଳେ ଶୁଦ୍ରମାନଂକୁ “ଓ।ବି।ସି” ଏବଂ ଅତିଶୁଦ୍ରମାନଂକୁ “ଏସ।ସି ଏବଂ ଏସ।ଟି” ଶ୍ରେଣୀ ଭୁକ୍ତ କରାଯାଇଛି । ଜାତି ପ୍ରଥା ନଥିବା ଦେଶ ଏବଂ ଅନ୍ୟ ଧର୍ମର ଲୋକମାନକୁଂ ମଧ୍ୟ ବୈଦିକ ନୀତି ଅନୁଯାଇ ଅଜାତିରେ ଗଣା ଯାଏ, ସେଥି ପାଇଁ ବିଦେଶୀ ମାନଂକୁ ହିନ୍ଦୁ ମନ୍ଦିର ପ୍ରବେଶ ମନା; କାରଣ ସେମାନେ ମଧ୍ୟ ଅଜାତି ଏବଂ ଅଛୁଆଁ । ବୈଦିକ ନୀତି ଅନୁଯାଇ ବିଦେଶର ଜ୍ଞାନୀ, ମାନୀ ଏବଂ ଧନୀ ସମସ୍ତେ ଅଜାତି । ବୈଦିକ ନୀତି ଅନୁଯାଇ ବୈଜ୍ଞାନିକ ଆଇନଷ୍ଟାଇନ, ବିସ୍ବ ପ୍ରଶିଦ୍ଧ ଲେଖକ ସେକ୍ଶପିଅର, ବିସ୍ବ ପ୍ରଶିଦ୍ଧ ଧନୀ ବିଲଗେଟସ ଏବଂ ଗଣତାନ୍ତ୍ରିକ ନେତା ଓବାମା, ପୁଟୀନ ଇତ୍ୟାଦି ସମସ୍ତେ ଅଛୁଆଁ ଏବଂ ଅଜାତି; କିନ୍ତୁ ଅଶୋକଙ୍କ ଅଖଣ୍ଡ ରାଜ୍ୟ ବା ଇଣ୍ଡିଆ ବାହାରେ ବ୍ରାହ୍ମଣମାନଙ୍କ ପ୍ରଭାବ ନଥିବାରୁ ଶ୍ରୀଲଂକା, ଜାପାନ, ଚୀନ ପରି ଦେଶମାନଙ୍କରେ ଏବେ ମଧ୍ୟ ବୁଦ୍ଧ ଧର୍ମ ଜୀବିତ । ବ୍ରାହ୍ମଣମାନଙ୍କ ଜାତି ପ୍ରଥା ରୁକ୍ବେଦ ପୁରୁଷ ସୁକ୍ତ ୧୦:୯୦ ରୁ ଆସିଛି ଯାହା ନିମ୍ନରେ ଲିଖିତ ।

ପୁରୁଷ ସୁକ୍ତ ଅନୁଯାଇ ପୁରୁଷମେଧ ବା ପୁରୁଷକୁ ବଳୀ ଦେବାଦ୍ବାରା ପୃଥିବୀ ଏବଂ ଜାତିର ସୃଷ୍ଟି ହୋଇଛି। ପୁରୁଷ ହେଉଛି ଆଦିମ ଏବଂ ବିଶାଳ, ଯାହାର ହଜାର ମୁଣ୍ଡ ଏବଂ ହଜାର ପାଦ ଥିଲା । ଯାହାର ହତ୍ୟା ବା ବଳୀ ଦ୍ବାରା ବୈଦିକ ମନ୍ତ୍ର ତିଆରି ହେଲା, ଘୋଡା ଏବଂ ଗାଈ ତିଆରି ହେଲେ, ମୁହଁରୁ ତିଆରି ହେଲେ ବ୍ରାହ୍ମଣ, ବାହୁରୁ ତିଆରି ହେଲେ କ୍ଷତ୍ରିୟ, ଜଂଘ ରୁ ତିଆରି ହେଲେ ବୈଶ୍ୟ ଏବଂ ପାଦରୁ ତିଆରି ହେଲେ ଶୁଦ୍ର।

ଅର୍ଥାତ୍ ମନୁଷ୍ୟ ସମାଜକୁ ମନୁଷ୍ୟର ଅଂଗ ପରି ବିଭାଜିତ କରି, ସେମାନଂକ ମଧ୍ୟରେ ବୃତି ଗତ ଉଚ୍ଚ ନିଚ୍ଚ ମନୋଭାବର ବିଭାଗୀକରଣ କରି ସାଶନ କରିବା ଥିଲା ମୂଳ ଉଦ୍ଧେସ୍ୟ, କିନ୍ତୁ ଯେହେତୁ ଏହା ବ୍ରାହ୍ମଣ ମାନେ କରିଥିଲେ ତେଣୁ ସେମାନେ ସେମାନଙ୍କୁ ପ୍ରାଧାନ୍ୟ ଦେଇ ମନୁସ୍ମୃତିର ନିୟମ ମାନ କରିଥିଲେ । ବୁଦ୍ଧ ତାଙ୍କ ସମୟରେ ପୁରୁଷ ସୁକ୍ତର ଘୋର ବିରୋଧୀ ଥିଲେ ଯେହେତୁ ଓଡିଆମାନେ ବୁଦ୍ଧଙ୍କ ବାର୍ତ୍ତାକୁ ପ୍ରାଧାନ୍ୟ ଦେଉଥିଲେ ସେଥି ପାଇଁ ପୁରୁଷ ସୁକ୍ତକୁ ବା ଜାତି ପ୍ରଥା କୁ ବିରୋଧ କରି ମୁଖ, ବାହୁ, ଜଂଘ ଏବଂ ଗୋଡ ନଥିବା ଅବସିଷ୍ଟ ଅଂଗ କୁ ସମାଜର ସମାନତାର ପ୍ରତିକ ରୁପେ ଗ୍ରହଣ କରି ପ୍ରତିକଟିକୁ ଜାତିପ୍ରଥା ବିରୋଧରେ ବ୍ୟବହାର କରୁଥିଲେ ଯାହା ଏବେ ଆମେ ଜଗନ୍ନାଥ ବୋଲି ଜାଣୁ, ତେଣୁ ଜଗନ୍ନାଥ ହେଉଛନ୍ତି ବ୍ରାହ୍ମଣଙ୍କ ପୁରୁଷ ସୁକ୍ତ ବା ଜାତି ପ୍ରଥା ବିରୋଧୀ ବୁଦ୍ଧଙ୍କ ବାର୍ତ୍ତାର ପ୍ରତୀକ ଯାହା ଏବେ ପୁରୀରେ ଛଦ୍ମ ବା ମିଥ୍ୟା ଘୋଷିତ ବିଷ୍ଣୁ ଅବତାର ରୁପରେ ପୂଜାପାଉଛନ୍ତି ।


ପୁରୀ ମନ୍ଦିର ୧୧୬୧ ମସିହାରେ ନିର୍ମିତ; କିନ୍ତୁ ତାହା ଆଗରୁ ଏହା ଏକ ବୁଦ୍ଧ ମନ୍ଦିର ଥିଲା ଏହାର ପ୍ରମାଣ ମଧ୍ୟ ଅଛି। ପୁରୀ ମନ୍ଦିର ନିର୍ମାଣ ଆଗରୁ ଆଦି ସଂକରାଚାର୍ୟ ୮୨୦ଖ୍ରୀଷ୍ଟାବ୍ଦରେ ପୁରୀରେ ଗୋବର୍ଧନ ମଠ ନିର୍ମାଣ କରିଥିଲେ, ଯିଏକି ଶିବ ଭକ୍ତ ସନାତନ ବା ଜାତି ପ୍ରଥାର ପ୍ରଚାରକ ଥିଲେ । ତାଙ୍କର ଅନୁଗାମୀ ରାମାନୁଜ ଯିଏକି ବିଷ୍ଣୁ ଭକ୍ତ ଥିଲେ, ଯେତେବେଳେ ପୁରୀ ଆସିଥିଲେ ସେତେବେଳର ରାଜା ଚୋଡଗଂଗଦେବଂକୁ ଶିବ ଭକ୍ତରୁ ବିଷ୍ଣୁ ଭକ୍ତରେ ପରିଣତ କରିଥିଲେ, ପରେ ବୁଦ୍ଧଙ୍କ ଜାତି ପ୍ରଥା ବିରୋଧିର ପ୍ରତିକ ବିଷ୍ଣୁ ନାମରେ ନାମିତ କରାଯାଇ ଜଗନ୍ନାଥଙ୍କ ନାମରେ ସନାତନ ଧର୍ମ ଅନୁଯାଇ ଓଡିଶା ବାହାରୁ ଆମନ୍ତ୍ରିତ ହୋଇ ଆସିଥିବା ବ୍ରାହ୍ମଣଙ୍କ ବିଧିରେ ସଂସ୍କୃତ ମନ୍ତ୍ର ଦ୍ବାରା ପୁଜା ପାଇଲେ । ବୁଦ୍ଧ ସଂସ୍କୃତିର ଲୋପପାଇ ଜଗନ୍ନାଥ ସଂସ୍କୃତିର ଉଦ୍ଭାବନ ହେଲା, ଏହା ପାଇଁ ମନ ଗଢା କହାଣୀ ତିଆରି କରି ସଂସ୍କୃତି ସହ ମିଶା ହେଲା ଏବଂ ୮୫୬ (୨୦୧ ୭ – ୧୧୬୧ = ୮୫୬) ବର୍ଷ ପିଢି ପଢି ଧରି ତାକୁ ହସ୍ତାନ୍ତର କରା ଚାଲିଛି । ଓଡିଆଂକ ଠାକୁର ସଂସ୍କୃତରେ କାହିଁକି ବୁଝନ୍ତି ଭକ୍ତମାନେ କେବେ ସେକଥା ଆଜି ଜାଏ ଭାବି ନାହାନ୍ତି । ସନାତନ ଧର୍ମ ମୁର୍ତି ପୁଜା, ଜାତି ପ୍ରଥା, ଉଚ ନୀଚ, ସାମାଜିକ ଅସମାନତା, ମିଛ, ମାୟା, ଛନ୍ଦ, କପଟ, ହିଂସା, ସୋସଣ, ଠକେଇ, ଅତ୍ୟାଚାର, ଅନ୍ଧ ବିସ୍ଵାସ, ଅସ୍ପୃସ୍ୟ଼ତା, ତର୍କ ହୀନତା ଏବଂ ଅବୈଜ୍ଞାନିକ ଆଧାର ଉପରେ ପ୍ରତିବେଶିତ ଥିଲା ବେଳେ ବୁଦ୍ଧ ଧର୍ମ ଏହାର ବିରୋଧୀ, ସତ୍ୟ ଏବଂ ବୈଜ୍ଞାନିକ ଆଧାର ଉପରେ ପ୍ରତିବେଶିତ; ସେଥି ପାଇଁ ବିଦ୍ବାନ ମାନେ ବୁଦ୍ଧଙ୍କୁ ବିସ୍ବର ପ୍ରଥମ ମନୋବିଗ୍ୟାନିର ଆଖ୍ୟା ମଧ୍ୟ ଦେଇଥାନ୍ତି । ବୁଦ୍ଧ, ମୂର୍ତ୍ତି ପୁଜା ଏବଂ ଭଗବାନଙ୍କ ସ୍ତିଥିକୁ ମଧ୍ୟ ଅସ୍ବିକାର କରିଥିଲେ । ଜୀବନରେ ଆସ୍ଥା ରଖୁଥିବା ବ୍ୟକ୍ତିକୁ ଆସ୍ତିକ କୁହାଯାଏ କିନ୍ତୁ ସନାତନ ପ୍ରଚାରକମାନେ ବୁଦ୍ଧ ଭାଗବାନଙ୍କୁ ମାନୁ ନଥିବା ବ୍ୟକ୍ତି ବୋଲି ନାସ୍ତିକର ଆଖ୍ୟା ଦେଲେ । ଅପବାଦ ଦେଇ ମଧ୍ୟ ତାଂକୁ କପଟରେ ବିଷ୍ଣୁଙ୍କ ନବମ ଅବତାରର ଆଖ୍ୟାଦେଲେ, ଯାହା ଦ୍ବାରା ଏପରି ଲାଗିବ ବୁଦ୍ଧ ଧର୍ମ ସନାତନ ଧର୍ମର ଏକ ଅଂଶବିଶେସ ଏବଂ ବୁଦ୍ଧ ଧର୍ମର ପରିସୀମା ସନାତନ ଧର୍ମ ଭିତରେ ହିଁ ଅଛି; ଯେହେତୁ ବୁଦ୍ଧ ବିଷ୍ଣୁଙ୍କ ଅବତାର, ସମୟ ସହିତ ବୁଦ୍ଧଙ୍କୁ ଭକ୍ତ ଭୁଲିଯିବେ ଏବଂ ବିଷ୍ଣୁଙ୍କ ପ୍ରାଧାନ୍ୟତା ବୁଦ୍ଧଙ୍କୁ ଲୁଚାଇ ଦେବ । ବୁଦ୍ଧଙ୍କ ଜନ୍ମସ୍ଥାନ ନେପାଳରେ ନୁହେଁ ଓଡିଶାରେ ବୋଲି ମଧ୍ୟ ପ୍ରମାଣ ମିଳିଲାଣି । ବୁଦ୍ଧଙ୍କ ଦାନ୍ତ ପୁରୀରେ ପୁଜା ପାଉଥିଲା ବୋଲି ଶ୍ରୀଲଂକାର କିଛି ବିଦ୍ବାନ ମତ ଦିଅନ୍ତି ତେଣୁ ପୁରୀ ଆଗରୁ ଦନ୍ତପୁରୀ ନାମରେ ଖ୍ୟାତ ଥିଲାବୋଲି ସେମାନେ କୁହନ୍ତି । ବୁଦ୍ଧଙ୍କ ଅନ୍ୟନାମ ଭୁବନେସ୍ବର ଯାହା ଏବେ ଓଡିଶାର ରାଜଧାନୀର ନାମ । ଏସବୁ ତଥ୍ୟରୁ ଜଣାପଡେ ବୁଦ୍ଧ ଓଡିଆ ଜାତି ସହ ସ୍ନସ୍ଳିଷ୍ଟ । ଯେହେତୁ ବୁଦ୍ଧ ଧର୍ମ ଓଡିଆ ମାନଙ୍କର ପୂର୍ବ ଧର୍ମ ଏବଂ ସେଥିରେ ଅନେକ ବୁଦ୍ଧଙ୍କ ସିଖଣିୟ ବାଣୀ ଅଛି ଏଠାରେ କିଛି ବୁଦ୍ଧଙ୍କ ମହତ ବାଣୀ ଦିଆଗଲା ।

ଖ୍ରୀଷ୍ଟପୂର୍ବ ୪୦୦ରୁ ଖ୍ରୀଷ୍ଟୀୟ ୧୭୦୦, ଦୀର୍ଘ ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ବର୍ଷଧରି ଓଡିଶାର ଜନସାଧାରଣ ଯେଉଁ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ, ତାହା ହେଉଛି ବୌଦ୍ଧଧର୍ମ । କଳିଙ୍ଗ ଯୁଦ୍ଧ ପରେ ଆମର ଏଇ ଓଡିଶା ମାଟିରୁ ହିଁ ବୌଦ୍ଧଧର୍ମକୁ ବିଶ୍ୱଧର୍ମରେ ପରିଣତ କରିବାପାଇଁ ସମ୍ରାଟ ଅଶୋକଙ୍କର ସ୍ୱପ୍ନ ସାକାର ହୋଇଥିଲା । ସମଗ୍ର ଓଡିଶା ଭୂଖଣ୍ଡରେ ଖ୍ରୀଷ୍ଟପୂର୍ବ ୨୭୧ ପରଠାରୁ ପ୍ରାୟ ୧୫୦୦ ବର୍ଷ ଧରି ବିପୁଳ ବୌଦ୍ଧ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସୃଷ୍ଟି ହୋଇଥିଲା । ସେ ସବୁର ଅବକ୍ଷୟ ସମୟକ୍ରମେ ଘଟିଥିଲେ ମଧ୍ୟ ଯେତିକି ବି ଆଜି ଅବଶିଷ୍ଟ ଅଛି, ତାହା ଭାରତରେ ଥିବା ଅନ୍ୟାନ୍ୟ ଅଂଚଳର ବୌଦ୍ଧ ସ୍ଥାପତ୍ୟଠାରୁ ମଧ୍ୟ ଅଧିକ ।

ଓଡିଶାର ପ୍ରାଚୀନ ପୃଷ୍ଠଭୂମି

ବୌଦ୍ଧ ଜାତକର କାହାଣୀଗୁଡିକରେ ମଧ୍ୟ କଳିଙ୍ଗର ନାମ ବହୁଳ ଭାବରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀକୁ ବୁଦ୍ଧଦେବଙ୍କ ସମୟ ବୋଲି ଧରାଯାଏ । ତେଣୁ ବୌଦ୍ଧ ଜାତକ କାହାଣୀସବୁ ବୁଦ୍ଧଦେବଙ୍କ ସମୟରେ କିମ୍ବା ତାଙ୍କର ପରବର୍ତ୍ତୀ କାଳରେ ରଚିତ୍ତ ହୋଇଥିବା ଅନୁମାନ କରାଯାଇପାରେ । କଳିଙ୍ଗ ନାମ ରହିଥିବା ଜାତକ ଗଳ୍ପଗୁଡିକ ହେଉଛି ‘ଚୁଲ୍ଲ କଳିଙ୍ଗ ଜାତକ’, ‘କଳିଙ୍ଗବୋଧି ଜାତକ । ‘ଶରଭଙ୍ଗ ଜାତକ’ରେ କୁହାଯାଇଛି ଯେ, କଳିଙ୍ଗ ରାଜାଙ୍କ ନାମ ‘କାଳିଙ୍ଗ’ ଥିଲା । ଏହିସବୁ ଜାତକ ଗଳ୍ପରେ ‘ଦନ୍ତପୁରୀ’ କଳିଙ୍ଗର ରାଜଧାନୀ ଥିଲା । ଐତିହାସିକମାନେ ମତ ଦିଅନ୍ତି ଯେ, ଏଠାରେ ବୁଦ୍ଧଦେବଙ୍କର ପବିତ୍ର ଦନ୍ତକୁ ଏକ ଚୈତ୍ୟରେ ରଖି ପୂଜା କରାଯାଉଥିବାରୁ ଏହାକୁ ‘ଦନ୍ତପୁରୀ’ ନାମରେ ନାମିତ କରାଯାଇଥିଲା । ଶ୍ରୀଲଙ୍କାର ବୁଦ୍ଧିଜୀବୀଙ୍କ ମତରେ ଏବେକାର ପୁରୀ ହେଉଛି ସେହି ଦନ୍ତପୁରୀ ।

ପାଲି ଭାଷାରେ ଲିଖିତ ନିକାୟ ତଥା ବିନୟପିଟକଗୁଡିକରେ ମଧ୍ୟ କଳିଙ୍ଗ, ଏହାର ଧର୍ମ, ରାଜନୀତି ଆଦି ସମ୍ପର୍କରେ ସାମାନ୍ୟ ଉଲ୍ଲେଖ ରହିଛି । ବୁଦ୍ଧଦେବଙ୍କ ସମୟରେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀ ବେଳକୁ ଭାରତରେ ୧୬ ଗୋଟି ମହାଜନପଦ ରହିଥିବା ବିଷୟ ‘ଅଙ୍ଗୁତର ନିକାୟ’ ରେ ବର୍ଣ୍ଣନା ରହିଛି । ସେଗୁଡିକ ହେଉଛି – ଅଙ୍ଗ, ମଗଧ, କାଶୀ, କୋଶଳ, ବଜଜୀ, ମଲ୍ଲ, ଚେଦୀ, ବଙ୍ଗ, କୁରୁ, ପାଂଚାଳ, ମତ୍ସ୍ୟ, ସୁରସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କମ୍ବୋଜ । ଅଙ୍ଗ ସିଂହଳର ବୌଦ୍ଧଗ୍ରନ୍ଥ ମହାବଂଶ (Mahavamsa) ରେ ବି ‘କଳିଙ୍ଗ’ ନାମର ଉଲ୍ଲେଖ ରହିଛି । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ କଳିଙ୍ଗ ରାଜାଙ୍କ ଝିଅ ସୁସିମା (Susima) ସିଂହଳ ରାଜାଙ୍କ ଜେଜେ ମା’ ଥିଲେ ।

ପ୍ରାଚୀନ କାଳରେ ଓଡିଶା ଭାରତର ସମଗ୍ର ପୂର୍ବ ଉପକୂଳରେ ବ୍ୟାପ୍ତ ଏକ ବିଶାଳ ଭୂଖଣ୍ଡ ଥିଲା । ଏହା କଳିଙ୍ଗ, ଉତ୍କଳ, ଉଡ୍ର ଆଦି ଏକାଧିକ ନାମ ବହନ କରୁଥିଲା । ତେବେ କେତେକ ପୌରାଣିକ ଗ୍ରନ୍ଥରେ କଳିଙ୍ଗଠାରୁ ଉତ୍କଳ ପ୍ରାଚୀନ ବୋଲି ଉଲ୍ଲେଖ ରହିଛି । ମହାକବି କାଳିଦାସ ‘ରଘୁବଂଶ’ କାବ୍ୟରେ ଉତ୍କଳ କଳିଙ୍ଗର ଏକ ପଡୋଶୀ ରାଜ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି । ମାତ୍ର ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ଓଡିଶା, ଉତ୍କଳ ଅଥବା କଳିଙ୍ଗର ସୃଷ୍ଟି ବହୁ ପ୍ରାଚୀନ । ସେହି ପ୍ରାଚୀନ କାଳରୁ ଉତ୍କଳର ବୁଦ୍ଧିଜୀବୀମାନେ ସାରା ଭାରତବର୍ଷକୁ ଜ୍ଞାନ ବିତରଣ କରୁଥିଲେ । ବହୁ ସନ୍ଥ ଓ ଧର୍ମଗୁରୁ ଏଠାକୁ ଆସି ନିଜନିଜ ଧର୍ମର ପ୍ରଚାର ପ୍ରସାର କରିବା ସହିତ ପରମ ଶାନ୍ତି ଏବଂ ତୃପ୍ତି ଲାଭ କରିଥିଲେ । ମହାକାରୁଣିକ ବୁଦ୍ଧଦେବ ସେହିଭଳି ଜଣେ ଧର୍ମ ପ୍ରବର୍ତକ ଥିଲେ । ମିଥ୍ୟା ଐତିହାସିକ ଲିଖନ ଅନୁସାରେ ବୁଦ୍ଧ ନେପାଳରେ ଜନ୍ମ ଲିଖିତ ଥିଲେ ମଧ୍ୟ ବହୁ ଦୃଷ୍ଟିକୋଣରୁ ଏହା ମିଥ୍ୟା ବୋଲି ବିବେଚିତ୍ତ ହୁଏ ଏବଂ ବୁଦ୍ଧଙ୍କ ଜନ୍ମ ଓଡ଼ିଶାରେ ବୋଲି ଇଙ୍ଗିତ କରେ । ସିଦ୍ଧାର୍ଥଙ୍କ ବୁଦ୍ଧତ୍ୱ ପ୍ରାପ୍ତି ପରେ ପ୍ରଥମେ ‘ତପସ୍ସୁ’ ଏବଂ ‘ଭଲ୍ଲିକ’ ନାମକ ଉତ୍କଳର ଦୁଇଜଣ ନାଗରିକଙ୍କଠାରୁ ସୁମିଷ୍ଟ ଖାଦ୍ୟ (ପିଠା ଓ ମହୁ) ଖାଇ ଉପବାସ ଭଙ୍ଗ କରିଥିଲେ ଏବଂ ତାଙ୍କୁ ନିଜର ତପସ୍ୟା ଉପଲବ୍ଧ ଜ୍ଞାନ ପ୍ରଦାନ କରିଥିଲେ । ତା’ପରେ ସେମାନେ ଦୁହେଁ ହୋଇଯାଇଥିଲେ ବୁଦ୍ଧଙ୍କର ଦୁଇ ପ୍ରଥମ ଉପାସକ । ଓଡିଶାରେ ବୌଦ୍ଧଧର୍ମ ସଂପର୍କରେ ବିଶେଷ ଗବେଷଣା କରିଥିବା ବିଶିଷ୍ଟ ଗବେଷକ ଡକ୍ଟର ନବୀନ କୁମାର ସାହୁ ତାଙ୍କ ‘Buddhism in Orissa’ ପୁସ୍ତକରେ ତପସ୍ସୁ ଓ ଭଲ୍ଲିକଙ୍କ ଦେଶ ଅସିତାଞ୍ଜନ ବୋଲି କହିଛନ୍ତି । ବୌଦ୍ଧଗ୍ରନ୍ଥ ‘ମହାବସ୍ତୁ’ ଅନୁସାରେ, ଏହା ଥିଲା ଉତ୍କଳ (ଉକ୍କଲ)ର ଅନ୍ତର୍ଭୁକ୍ତ ।

ଓଡିଶାର ବୌଦ୍ଧ ସାହିତ୍ୟ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ବିପୁଳ ସମ୍ପଦ କାଳର କରାଳ ଗର୍ଭରେ ବିଲୀନ ହୋଇଯାଇଥିଲେ ସୁଦ୍ଧା ଯାହା ବି କିଛି ଅବଶିଷ୍ଟ ରହିଛି ତାହା ଭାରତର ଯେ କୌଣସି ଅଂଚଳର ବୌଦ୍ଧ ସମ୍ପଦଠାରୁ ଯେ ଯଥେଷ୍ଟ ଅଧିକ ଓ ଅନନ୍ୟ ସେକଥା ବିନା ଦ୍ୱିଧାରେ କୁହାଯାଇପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ