ଶିଳ୍ପୀର ଇଚ୍ଛା

ମାଡ ଖାଇସାରି ସେନାପତି ଭାବିଲେ, “ମୋର ରାଜଶକ୍ତିର ପ୍ରଭାବ ଏହି ବଣୁଆଙ୍କ ଉପରେ ଟିକିଏ ହେଲେ ବି ନାହିଁ!” ଏହାଭାବି ସେ ଦେବୀଙ୍କୁ ପ୍ରାର୍ଥନା କଲେ, “ମା’ ମୋତେ ବଣୁଆ ଜାତିର ମୁଖ୍ୟ କରି ଦେ ।” ତୁରନ୍ତ ତାହାହିଁ ହେଲା ।

ଦିନେ ସେ ଭୟଙ୍କର ଖରାରେ କ୍ଷେତରେ କାମ କରୁଥିଲେ । ବହୁତ ଖରା ଯୋଗୁଁ ତାଙ୍କ ମଥା ବୁଲାଇଲା, ତା’ପରେ ସେ ପ୍ରାୟ ମୂର୍ଚ୍ଛିତ ହୋଇ ପଡିଲେ । ଠିକ୍ ପରେ ପରେ ସେ ଲକ୍ଷ୍ୟ କଲେ ବାଦଲଟିଏ ଆସି ସୂର୍ଯ୍ୟଙ୍କୁ ଘୋଡାଇ ଦେଲା । ଏସବୁ ଦେଖି ଶିଳ୍ପୀ ବହୁତ ଖୁସି ହୋଇ ଭାବିଲେ, “ଆହା, ଏ ବାଦଲର କି ଚମତ୍କାର ପ୍ରଭାବ ଓ କି ଶକ୍ତି । ସୂର୍ଯ୍ୟଙ୍କୁ ମଧ୍ୟ ସେ ଘୋଡାଇ ପକାଇଲା ।” ତେଣୁ ତାଙ୍କ ମନରେ ଇଚ୍ଛା ହେଲା ବାଦଲଟିଏ ହୁଅନ୍ତେ କି! ସେ ଦେବୀଙ୍କୁ ପ୍ରାର୍ଥନା କଲେ । ଦେବୀ ପ୍ରକଟ ହୋଇ ତାଙ୍କୁ ବର ଦେଲେ । ଶିଳ୍ପୀ ତତ୍କ୍ଷଣାତ୍ ହୋଇଗଲେ ବାଦଲ । ଏତିକିବେଳେ ଦମକାଏ ପବନ ଆସି ବାଦଲକୁ ଉଡାଇ ନେଲା । ତେବେ ଶିଳ୍ପୀ ସଙ୍ଗେ ସଙ୍ଗେ ଦେବୀଙ୍କୁ ସ୍ମରଣ କରି ପ୍ରାର୍ଥନା କଲେ ପବନ ହୋଇଯିବାକୁ । ତାହାହିଁ ହେଲା । ଦିନେ ସେ ଦେଖିଲେ ପବନ ଯାଇ ପାହାଡରେ ପିଟି ହୋଇଯାଉଛି, କିନ୍ତୁ ପାହାଡ ସେମିତି ଅଟଳ ହୋଇ ବସିଛି । କୌଣସି ପରିବର୍ତ୍ତନ ନାହିଁ । ସେ ଭାବିଲେ ପାହାଡହିଁ ସବୁଠାରୁ ଶକ୍ତିଶାଳୀ । ଅବିଳମ୍ବେ ସେ ଦେବୀଙ୍କୁ ପ୍ରାର୍ଥନା କଲେ ପାହାଡଟିଏ ତାଙ୍କୁ କରିଦେବାକୁ । ସେ ଗୋଟିଏ ପାହାଡ ହୋଇଗଲେ ।

କିଛିଦିନ ପରେ କେତେକ ଶିଳ୍ପୀ ପଥର କାଟିବା ନିମନ୍ତେ ସେଇ ପାହାଡିଆ ସ୍ଥାନକୁ ଆସିଲେ । ସେମାନଙ୍କ ମଧ୍ୟରେ କଥାଭାଷା ହେଲା ଯେ, ଏହି ପାହାଡର ପଥରରେ ମୂର୍ତ୍ତି ଗଢିବାକୁ ବେଶ୍ ସୁବିଧା ହେବ । ଶିଳ୍ପୀମାନଙ୍କ କଥା ଶୁଣି ଶିଳାରୂପୀ ସେ ଶିଳ୍ପୀ ଭୟରେ କାତର ହୋଇ ପୁଣି ମଣିଷ ହୋଇଯିବାକୁ ଦେବୀଙ୍କୁ ପ୍ରାର୍ଥନା କଲେ । ଦେବୀ ଆବିର୍ଭୁତା ହୋଇ କହିଲେ, “ଭୟ କରନା, ମୁଁ ତୋତେ ତୋର ପୂର୍ବରୂପ ଫେରାଇ ଦେଉଛି । ଏବେ ତୁ ପୂର୍ବର ସେହି ଶିଳ୍ପୀ ।” ଏବେ ସେ ନିଜ ଉପରେ ସନ୍ତୁଷ୍ଟ । ମନେ ମନେ ସତ୍ୟ କଲେ ଯେ ଭବିଷ୍ୟତରେ ଆଉ କେବେ ମଧ୍ୟ ଅଯଥା ଅଭିଳାଷ କରିବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ