ଶ୍ରୀଆଞ୍ଜନେୟ

ଏସବୁ ଶୁଣି ରାମୁ ଭୟରେ କମ୍ପିଲାଣି । ନିଜେ କହୁଥାଏ, “ହେ ଭଗବାନ୍ ମୁଁ ଏବେ କ’ଣ କରିବି?” ଭଗବାନଙ୍କ ନାମ ନେବା ମାତ୍ରେ ହନୁମାନଙ୍କ କଥା ହଠାତ୍ ତା’ର ମନେ ପଡିଲା । ରାମୁ ପ୍ରତ୍ୟହ ହନୁମାନ ମନ୍ଦିରକୁ ଯାଇ ହନୁମାନ ଚାଳିଶା ପଢେ । କିନ୍ତୁ “ଶ୍ରୀ ଆଞ୍ଜନେୟ” ବ୍ୟତୀତ ତାର ଆଉ କିଛିବି ମନେ ପଡିଲା ନାହିଁ । ଦୁଇ ଗେଡୁଭୂତ ତା’ ପାଖକୁ ଦୌଡି ଆସିଲେ । ତାଙ୍କୁ ଦେଖି ଦେଇ ରାମୁ ନିଜ ଆଖି ବନ୍ଦ କରି, “ଶ୍ରୀ ଆଞ୍ଜନେୟ” ବୋଲି ବାରମ୍ବାର କହି ଚାଲିଲା ।

କିଛି ସମୟ ପରେ ତାକୁ ଏମିତି ଲାଗିଲା ଯେମିତିକି ସେଠାରେ ଆଉ କେହିବି ନାହାଁନ୍ତି । ଆଖି ଖୋଲି ଦେଖିଲା । ପ୍ରକୃତରେ ସେଠାରେ ଆଉ କେହିବି ନାହାଁନ୍ତି । ସିନ୍ଦୁରା ଫାଟିଲାଣି । ଅଳ୍ପ ସମୟ ପରେ ସୂର୍ଯ୍ୟୋଦୟ ହେବ ।

ସେ ଆହୁରି ଜୋର୍ରେ “ଶ୍ରୀ ଆଞ୍ଜନେୟ” କହି ଚିତ୍କାର କରି ଉଲ୍ଲାସରେ ଡେଇଁଲା । ତା’ପରେ ଚାଲି ଚାଲି ସେ ନିଜ ଘରକୁ ଫେରୁଛି ରାସ୍ତାରେ ଦେଖିଲା ସୀତା ତଳକୁ ମୁଣ୍ଡ କରି ଦୁଃଖିତ ହୋଇ ଚାଲିଛି । ସେ ପଚାରିଲା “କୁଆଡେ ଯାଉଛ?”

ରାମୁର କଣ୍ଠ ସ୍ୱର ଶୁଣି ସୀତା ମଥା ଉଠାଇ ଚାହିଁଲା । ଆଶ୍ଚର୍ଯ୍ୟ ଓ ଆନନ୍ଦରେ ତା’ ଆଖିରୁ ଲୁହ ବୋହିଯାଉଥାଏ । ରାମୁ ସୀତାକୁ ସାନ୍ତ୍ୱନା ଦେଇ କହିଲା, “କାନ୍ଦ ନା, କୁହ ତ କାହିଁକି ଜଙ୍ଗଲ ଆଡକୁ ଯାଉଥିଲ?”

ସୀତା ଲୁହ ପୋଛି କହିଲା “ତୁମକୁ ଖୋଜି ଖୋଜି ଯାଉଥିଲି । ତୁମେ ପରା କହିଥିଲ ଯେ ଜଙ୍ଗଲରେ ରୋଷେଇ କରି ଭୂତଙ୍କୁ ଖୁଆଇବା ଶ୍ରେୟସ୍କର । ତେଣୁ ମୁଁ ଭାବିଲି ତୁମେ ଜଙ୍ଗଲରେ ଥିବ ।”

ସୀତାର କଥା ଶୁଣି ରାମୁ ଦୀର୍ଘ ଶ୍ୱାସ ପକାଇ କହିଲା, “ସେକଥା ମଧ୍ୟ ମୋର ପୁରଣ ହୋଇଯାଇଛି । ସେହି ଜଙ୍ଗଲରେ ପିଶାଚଙ୍କୁ ରାନ୍ଧି ଖୁଆଇବା ଅପେକ୍ଷା ତୁମକୁ ଖୁଆଇବା ବରଂ ବହୁତ ଭଲ ।”

ସୀତା ରାମୁର ହାତ ଧରି କହିଲା, “ଏଣିକି ମୁଁ ରାନ୍ଧିବି ଓ ତୁମେ ଖାଇବ । ତୁମେ ଯେବେ ରାନ୍ଧିବାକୁ କାହା ଘରକୁ ଯିବ ତେବେ ମୁଁ ମଧ୍ୟ ତୁମ ସାଥିରେ ଯାଇ ତୁମକୁ ସାହାଯ୍ୟ କରିବି ।”

ସୀତା କଥା ଶୁଣି ରାମୁ ବଡ ଖୁସି ହୋଇଗଲା ଓ ରାତ୍ରିରେ ହୋଇଥିବା ତା’ର ଅନୁଭୂତି ବିଷୟରେ ଏକ ଦୀର୍ଘ ବିବରଣୀ ଦେଲା । ଗପ କରୁକରୁ ସେ ଦୁହେଁ ଆସି ଘରେ ପହଁଚିଲେ ।

ସବୁ କିଛି ଜାଣିବା ପରେ ସୀତା ରାମୁକୁ କହିଲା “ଏଡେ ବଡ ବିପଦରୁ ତୁମେ କେବଳ ଆଞ୍ଜନେୟଙ୍କ କୃପାରୁହିଁ ବଂଚିଗଲ । ନହେଲେ ମୋର ଅବସ୍ଥା କ’ଣ ଯେ ହୁଅନ୍ତା?” ଏତିକି କହି ସେ ତା’ର ମଙ୍ଗଳସୁତ୍ରକୁ କପାଳରେ ଆଖିରେ ଲଗାଇଲା । ଏଣିକି ସେ ଦୁହେଁ ଖୁବ୍ ଖୁସିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ