ଶ୍ରେଷ୍ଠ ବ୍ୟକ୍ତି

ଦିନକର କଥା ବୁଦ୍ଧଦେବ ନିଜର ଶିଷ୍ୟମାନଙ୍କ ସହିତ ପରିଭ୍ରମଣ କରୁଥାନ୍ତି । ଠିକ୍ ସେହି ସମୟରେ ଜଣେ ଶିଷ୍ୟ ବୁଦ୍ଧଦେବଙ୍କୁ ପ୍ରଶ୍ନ ଛଳରେ କହିଲେ, ଗୁରୁଦେବ ଏହି ପୃଥିବୀରେ ଶ୍ରେଷ୍ଠ ବ୍ୟକ୍ତି କିଏ? ଟିକିଏ ହସି ଦେଇ ବୁଦ୍ଧଦେବ କହିଲେ ଏହି ପୃଥିବୀରେ ଚାରିପ୍ରକାର ବ୍ୟକ୍ତି ଅଛନ୍ତି ।

ପ୍ରଥମ ବ୍ୟକ୍ତି :- ଯେଉଁମାନେ କି ନିଜର ମଙ୍ଗଳ ଚିନ୍ତା କରନ୍ତି ନାହିଁ ବା ଅନ୍ୟର ମଙ୍ଗଳ ମଧ୍ୟ ଚିନ୍ତା କରନ୍ତି ନାହିଁ ।

ଦ୍ୱିତୀୟ ବ୍ୟକ୍ତି :- ଯେଉଁମାନେ କି ଅନ୍ୟର ଭଲ ଓ ମଙ୍ଗଳ ପାଇଁ ସବୁବେଳେ କାର୍ଯ୍ୟ କରନ୍ତି, କିନ୍ତୁ ନିଜର ମଙ୍ଗଳ ପାଇଁ କୌଣସି ଚିନ୍ତା ବା କାର୍ଯ୍ୟ କରନ୍ତି ନାହିଁ ।

ତୃତୀୟ ବ୍ୟକ୍ତି :- ଯେଉଁମାନେ କି ସଦାସର୍ବଦା ନିଜର ମଙ୍ଗଳ ପାଇଁ ଚେଷ୍ଟିତ ହୋଇଥାନ୍ତି, କିନ୍ତୁ ଅନ୍ୟର ମଙ୍ଗଳ ପାଇଁ କୌଣସି ବି କାର୍ଯ୍ୟ ବା ଚେଷ୍ଟା ଆଦୌ କରନ୍ତି ନାହିଁ ।

ଚତୁର୍ଥ ବ୍ୟକ୍ତି :- ଯେଉଁମାନେ କି ନିଜର ମଙ୍ଗଳ ସାଧନ କରିବା ସଙ୍ଗେ ସଙ୍ଗେ ଅନ୍ୟର ତଥା ଏ ସମାଜର ମଙ୍ଗଳ ପାଇଁ ମଧ୍ୟ କାର୍ଯ୍ୟ କରିଥାନ୍ତି ବା ଚିନ୍ତା କରିବାରେ ବ୍ୟସ୍ତଥାନ୍ତି ।

ଏହି ଚାରି ପ୍ରକାର ବ୍ୟକ୍ତିମାନଙ୍କ ମଧ୍ୟରୁ ସେହି ବ୍ୟକ୍ତି ହିଁ ଶ୍ରେଷ୍ଠ ଯେ କି ନିଜର ମଙ୍ଗଳ ସହିତ ଅନ୍ୟର ମଙ୍ଗଳ ତଥା ଏ ସମାଜର ମଙ୍ଗଳ ପାଇଁ ବି ସଦା ସର୍ବଦା ଚେଷ୍ଟା କରନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ