ସଂସାରର ସାଗର

ତା’ପରେ ନରେନ୍ଦ୍ର ତା’ର ଗୁରୁ ପରମାନନ୍ଦଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲା ଏବଂ ପଚାରିଲା ଏ କ୍ଷେତ୍ରରେ ତା’ର କ’ଣ କରିବା ଉଚିତ୍ ହେବ । ସବୁକଥା ଶୁଣି ଗୁରୁ କହିଲେ, “ତମେ ଯାହା କିଛି ବି ଭାବିଛ ତା’ତ ଭଲ କଥା । ତମେ ଚାହଁ ଶ୍ରେଷ୍ଠ ସନ୍ତରଣକାରୀ ହେବା ପରେ ବିବାହ କରିବ? ଚମ୍ପା ମଧ୍ୟ ଦିନେ ମୋତେ କହୁଥିଲା ଯେ ସେ ଯଦି ବିବାହ କରିବ ତ କେବଳ ଶ୍ରେଷ୍ଠ ସନ୍ତରଣକାରୀକୁ ହିଁ ବିବାହ କରିବ । ତେଣୁ ତମେ ଶ୍ରେଷ୍ଠ ସନ୍ତରଣକାରୀ ହୁଅ ଓ ଚମ୍ପାକୁ ବିବାହ କର । ନହେଲେ ତୁମ ଦୁହିଁଙ୍କର ଇଚ୍ଛା ଅତୃପ୍ତ ହୋଇ ରହିବ । ତମେ ତମର ଏହି ଇଚ୍ଛାର ପୂର୍ତି ପାଇଁ ରୂପଗ୍ରାମ ଯାଅ । ସେଠାରେ ଗଣେଶ ନାମକ ବ୍ୟକ୍ତି ସହିତ ତମେ ଦେଖାକର । ତାକୁ କହିବ ଯେ ମୁଁ ତୁମକୁ ପଠାଇଛି । ତେବେ ସେ ତୁମକୁ ଶ୍ରେଷ୍ଠ ସନ୍ତରଣ କଳା ଶିଖାଇ ଦେବ ।”

ଏହା ପରେ ଗୁରୁଙ୍କ କଥା ଅନୁସାରେ ନରେନ୍ଦ୍ର ରୂପଗ୍ରାମକୁ ଗଲା । ସେତେବେଳେ ଗଣେଶ ତ ତାଙ୍କ ଘରେ ନଥିଲେ । ତାଙ୍କର ବାପା ରୋଗଗ୍ରସ୍ଥ ହୋଇ ପଡିଥାନ୍ତି । ତେଣୁ ବୈଦ୍ୟଙ୍କ ପାଖକୁ ସେ ଯାଇଥାନ୍ତି । ଏସବୁ ଶୁଣି ନରେନ୍ଦ୍ର ଗଣେଶଙ୍କ ମା’ଙ୍କୁ କହିଲା, “ମୋର ଗଶେଶଙ୍କ ସହିତ ଜରୁରୀ କାମ ଅଛି । କହିପାରିବେ କି ସେ ଠିକ୍ କେତେବେଳେ ଫେରିବେ?”

ତହୁଁ ବୁଢୀ କହିଲେ, “ଶୀଘ୍ର ତ ଫେରିବ । କାରଣ ତୁମଠାରୁ ଅଧିକ ଜରୁରୀ କାମ ତ ତା’ର ନିଜର ଅଛି । ଗଣେଶର ଝିଅକୁ ଦେଖିବାକୁ ବରପକ୍ଷ ଆସିବେ ।”

ଏସବୁ ଶୁଣି ନରେନ୍ଦ୍ର କହିଲା, “ଘରର କର୍ତ୍ତା ବେମାର, ଆଉ ଠିକ୍ ସେତିକିବେଳେ ଆପଣଙ୍କ ନାତୁଣୀର ବର ଦେଖା ହେବ? ଇଏ କି ପ୍ରକାର କଥା?”

ନରେନ୍ଦ୍ରର କଥା ଶୁଣି ସେ ବୁଢୀ କହିଲେ, “ତମେ ପୁଅ ଠିକ୍ କହୁଛ । କିନ୍ତୁ ଥରେ ଭାବି ଦେଖ; ଯଦି କାହାଘରେ ଦଶଜଣ ଲୋକ ଥିବେ, ତେବେ ସେଥିରୁ କେହି ନା କେହି ତ ଅସୁସ୍ଥ ଥିବା ସ୍ୱାଭାବିକ । ତେବେ କ’ଣ ମଙ୍ଗଳ କାର୍ଯ୍ୟ ବନ୍ଦ କରାଯିବ?”

ନରେନ୍ଦ୍ର ଦେଖିଲା ଜଣେ ମୋଟା ଲୋକ ସେ ଘର ଭିତରକୁ ଆସି ନରେନ୍ଦ୍ରକୁ ଦେଖି କହିଲେ, “ମୁଁ ତ ତୁମକୁ ଆଗରୁ କେବେବି ଦେଖିନାହିଁ । ଅର୍ଥାତ୍ ତମେ ଗଣେଶର କେହି ବି ନୁହଁ ।”

ନରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ସେ ଆଗନ୍ତୁକଙ୍କୁ ପଚାରିଲା, “ଆପଣ କ’ଣ ସମସ୍ତିଙ୍କୁ ଚିହ୍ନନ୍ତି?”

ତା’ପରେ ସେ ଲୋକଟି କହିଲା “ଏପରି ମୁଁ କାହିଁକି କହୁଛି କି ତାଙ୍କର ସମସ୍ତ ବନ୍ଧୁବାନ୍ଧବ ତ ପତଳା । କେହି ସୁସ୍ଥ ସବଳ ନୁହଁନ୍ତି । କ’ଣ ସେ ତୁମଠାରୁ ଟଙ୍କା କରଜ ନେଇଛି କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ