ସଇତାନର ସଇତାନୀ

ଜଙ୍ଗଲ ଭିତରେ ସିଂହ ରାଜା ଥରେ ସେଠାରେ ଥିବା ପୁରୁଷ ମଈଁଷି କୁ ଦେଖି ତା’ର ଜିଭରେ ପାଣି ଆସି ଗଲା । ସେ ଭାବିଲା ଯେଣ ତେଣ ଉପାୟରେ ସେହି ମଈଁଷିର ମାଂସକୁ ସେ ଖାଇବ । କିନ୍ତୁ ସେ ଆକାରରେ ଏତେ ବଡ ଥିଲା ଯେ ସିଂହ ପକ୍ଷରେ ତା’କୁ ଶିକାର କରିବା କଷ୍ଟକର ପାଠ ହୋଇ ପଡି ଥିଲା । ସେ ଚିନ୍ତା କଲା ମୁଁ ଯଦି ତାକୁ ଆକ୍ରମଣ କରି ଦେବି; ଯଦି ସେ ମୋତେ ତାର ବିରାଟକାୟ ଶିଙ୍ଘରେ ଭୂଷି ଦିଏ ତେବେ ତ ମୋର ସେଇଠି ସଇଲା ପାଠ । ମୁଁ ଏକଦମ୍ ରାମନାମ ସତ୍ୟ ହୈରେ ପହଁଚି ଯିବି । ତେବେ ଉପାୟ କ’ଣ?

                ଏମିତି ଚିନ୍ତା କରୁ କରୁ ତା’ର ମନରେ ଗୋଟିଏ ଉପାୟ ଆସି ଗଲା । ସେ ମଈଁଷି ପାଖକୁ ଯାଇ ଟିକେ ମୁରୁକି ହସି କହିଲା ମଈଁଷି ଭାଇ ମୁଁ ଆଜି ଜଙ୍ଗଲର ସମସ୍ତ ପ୍ରାଣୀକୁ ମୋ ଘରକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛି । ତୁମେ ନିଶ୍ଚିତ ଏହି ନିମନ୍ତ୍ରଣ ପାଇ ଆମ ଘରକୁ ଆସିବ । ସେଠାରେ ମୁଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଛି । ତା’ଭିତରେ କେତେକ ବ୍ୟଞ୍ଜନ ତ ତୁମେ କେବେ ଖାଇ ହିଁ ନଥିବ । ଏଥି ପାଇଁ ତୁମେ ନିଶ୍ଚୟ ଆସିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ