ସତ୍କର୍ମର ପୁଣ୍ୟଫଳ

ଗୋଟିଏ ଚୋର ଥିଲା । ସେ ଧରାପଡିଯିବା ଭୟରେ ବଡ ଚୋରି ନକରି ଛୋଟ ଛୋଟ ଚୋରି କରୁଥାଏ । ଏହାଦ୍ୱାରା ସେ ତା’ର ପରିବାର ପୋଷଣ କରିବାରେ କଷ୍ଟ ଅନୁଭବ କରୁଥାଏ । ଦିନେ ସେ ଭାବିଲା ଧରାପଡିଯିବି ପଛେ ବଡ ବଡ ଚୋରି କରିବି । ଫଳରେ ପରିବାର ପ୍ରତିପୋଷଣରେ ଆଉ କିଛି ଅସୁବିଧା ହେବ ନାହିଁ ।

       ଏବେ ଚୋରଟି କ’ଣ ଭାବିଲା କେଜାଣି ବଡ ଚୋରି ଆରମ୍ଭ କରିବା ପୂର୍ବରୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଗଲା । କେବେ ମନ୍ଦିର ଦୁଆର ମାଡି ନ ଥିବା ଚୋରଟି ଏବେ ମନ୍ଦିର ଭିତରେ ପଶି ଠାକୁରଙ୍କ ଉପରେ ଫୁଲ ଚଢାଇ ପ୍ରାର୍ଥନା କଲା, ସେ କିପରି ତା’ର ଚୋରିକାମ ସୁରୁଖୁରୁରେ ଶେଷ କରିଦେବ ।

       ଚୋରଟି ଠାକୁରଙ୍କ ଉପରେ ଫୁଲ ଚଢାଇ ତରତର ହୋଇ ଫେରୁଥାଏ । ଏଣେ ରାତି ମାଡି ଆସୁଛି, ଶୀଘ୍ର ଗଲେ ଚୋରି କରିବ । ଏହା ଭାବି ଆସୁ ଆସୁ ପଥର ଉପରୁ ତା’ର ଗୋଡ ଖସିଯାଇ ପିଟି ହୋଇ ପଡିଲା । ଫଳରେ ମୁଣ୍ଡ ପିଟିହୋଇ ପଡି ମରିଗଲା ସେ ଚୋରଟି ।

       ମୃତ୍ୟୁପରେ ଚୋରକୁ ଯମଦୂତମାନେ ନେଇ ଗଲେ । ତା’ପରେ ଯମରାଜ ଚିତ୍ରଗୁପ୍ତଙ୍କ ପାଞ୍ଜିରୁ ଚୋରର ସୁକର୍ମ କୁକର୍ମର ହିସାବକରି ଚୋରକୁ କହିଲେ, “ତୁମର କର୍ମ ପଞ୍ଜିକାରେ ଏଭଳି କିଛି ସୁକର୍ମ ଅଛି, ଯାହାର ଫଳ ସ୍ୱରୂପ ତୁମେ ସ୍ୱର୍ଗକୁ ଯିବ । ଆଉ ସେହି ସୁକର୍ମ ହେଲା, ତୁମେ ମରିବା ପୂର୍ବରୁ ଠାକୁରଙ୍କ ଉପରେ ଫୁଲ ଚଢାଇ ପ୍ରାର୍ଥନା କରିଛ । ଏହି ହେତୁରୁ ତୁମକୁ ମାତ୍ର ତିନିଘଡି ପାଇଁ ସ୍ୱର୍ଗବାସ ମିଳିବ । ଆଉ କିଛି ତୁମର କହିବାର ଥିଲେ କହିପାର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ