ସଦ୍ବୁଦ୍ଧିର ଔଷଧ

ସନ୍ନ୍ୟାସୀ ବୁଝାଇଲେ, “ନା! ପ୍ରବର ଭଲ କାମ କରି ଜଣେ ଲୋକର ଜୀବନ ବଂଚାଇଲେ । କିନ୍ତୁ ମୋ ଔଷଧର ପ୍ରଭାବ କମିଆସିବା ମାତ୍ରେ, ସେ ଚିନ୍ତା କଲେ ଏପରି କାମ କରିବା ପାଇଁ ନିଷ୍ପତି ନେବାଟା ଆଦୌ ଠିକ୍ ହେଲା ନାହିଁ । ଭବିଷ୍ୟତରେ ଆଉ କେବେ ବି ଏପରି କରିବି ନାହିଁ । ତେଣୁ ସେ ନିଜ ପରିଶ୍ରମ ଅନୁଯାୟୀ ତମ୍ବାମୁଦ୍ରା ପ୍ରାପ୍ତ ହେଲେ । ବିଦୁର ଭଲକାମଟି କରି ସାରିବା ପରେ ଭାବିଲେ ଏପରି କାମ କରି କାହିଁକି ସମୟ ନଷ୍ଟ କରିବି । ତଥାପି ସ୍ଥିର କଲେ ଭବିଷ୍ୟତରେ କେବେ ଏପରି ସୁଯୋଗ ମିଳିଲେ, ସାହାଯ୍ୟ କଲେ କ୍ଷତି କଣ । ତେଣୁ ତାଙ୍କୁ ପ୍ରବରଙ୍କ ଠାରୁ ଉନ୍ନତ ଫଳ ମିଳିଲା । ଚତୁର ପରୋପକାର କରି ଅନ୍ତରରେ ଆନନ୍ଦିତ ହୋଇଉଠିଲେ ଓ ସ୍ଥିର କଲେ ଭବିଷ୍ୟତରେ ସେ ସର୍ବଦା ଏପରି ଭଲକାମ କରିବେ । ତେଣୁ ତାଙ୍କୁ ସ୍ୱର୍ଣ୍ଣ ମୁଦ୍ରା ମିଳିଲା ।” ସନ୍ନ୍ୟାସୀ ସବୁ କଥା ବୁଝାଇବା ପରେ ମଧ୍ୟ ଦୁଇ ଯାଆଙ୍କ ମନରେ ଅସନ୍ତୋଷ ଭାବ ରହିଲା । ଘରକୁ ଫେରି ଆସି ଦେଖିଲେ, ସେମାନଙ୍କର ପତିମାନେ ବସି ସୁନା ମୋହର ଗଣୁଛନ୍ତି । ବଡଭାଇ କହିଲେ, “ଏହି ଘରେ ଯାହା ଥିଲା ସବୁ ସମାନ ଭାବରେ ଆମ ଭିତରେ ବଂଟାଯାଇଛି । ତେଣୁ ଏହି ସୁନା ମୋହର ଆମେ ସମାନ ଭାବରେ ବାଂଟି ନେବା ।

ଏହି କଥାରୁ ପ୍ରମାଣିତ ହୋଇଗଲା ଯେ, ସେ ତିନି ଭାଇଙ୍କ ମଧ୍ୟରେ ଚତୁର ଅଧିକ ସୁଶୀଳ ଓ ସଦ୍ବୁଦ୍ଧି ସମ୍ପନ୍ନ ଉତ୍ତମ ବ୍ୟକ୍ତି ହୋଇପାରିଛନ୍ତି । ବିଦୁର ଓ ପ୍ରବୀରଙ୍କ ପତ୍ନୀଙ୍କୁ ଆଉ ଏହି ସତ୍ୟ ବୁଝିବା ପାଇଁ ବିଳମ୍ବ ହେଲାନାହିଁ, ଯେ, ପ୍ରକୃତ ସଦ୍ବୁଦ୍ଧିଧାରୀ ବ୍ୟକ୍ତି କେବଳ ସଦ୍ବୁଦ୍ଧି ଔଷଧର ପ୍ରଭାବରେ ପରୋପକାର ବା ସତ୍କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇ ନ ଥାଏ । ନିଜର ଅନ୍ତରରେ ମହନୀୟ ଭାବକୁ ଯଥାର୍ଥ ସ୍ଥାନ ଦେଇ, ତାର ପରିପ୍ରକାଶ ପାଇଁ ଆବଶ୍ୟକୀୟ ସ୍ୱାର୍ଥତ୍ୟାଗ ସହିତ, ନିଜର କର୍ମ ପାଇଁ ସର୍ବଦା ବୀତସ୍ପୃହ ଓ ନିରହଂକାର ରହିବାହିଁ ସତ୍କାର୍ଯ୍ୟ । ତେଣୁ ସନ୍ନ୍ୟାସୀଙ୍କ ବିଚାର ସମ୍ପୂର୍ଣ୍ଣ ନିରପେକ୍ଷ ଅଟେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ