ସଫଳତା ପାଇଁ ଉଦ୍ୟମ ଲୋଡା

       ଏହା ଦେଖି ରାଜା ଭାରି ଖୁସି ହୋଇଗଲେ । ଭାବିଲେ ମୋ ଆଗରେ ଇଏ କି ଘୋଡା ଯେ ଦୌଡିବ? ଏହାଭାବି ପ୍ରଥମେ ରାଜା ତାଙ୍କର ଘୋଡାକୁ ପ୍ରବଳ ବେଗରେ ଛୁଟାଇ ନେଲେ ।

      କିଛି ସମୟପରେ ଆଗନ୍ତୁକ ଯୁବକ ତାଙ୍କର ଘୋଡାଦୌଡ ଆରମ୍ଭ କରି ଦେଲେ । ତାଙ୍କୁ ଘୋଡା ଦୌଡାର କୌଶଳ ବେଶ୍ ଜଣାଥିଲା । ତହୁଁ ସେ ବିଜୁଳି ବେଗରେ ଘୋଡା ଦୌଡାଇ ପୂର୍ବରୁ ରାଜାଙ୍କ ଦ୍ୱାରା ଉଡାଯାଇଥିବା ଧୂଳିକୁ ପବନ ଦ୍ୱାରା ଉଡାଇ ସଫା କରିଦେଲେ । ଏବେ ଆଗରୁ ଲୁଚି ଯାଇଥିବା ସୂର୍ଯ୍ୟ ଆକାଶରେ ଦେଖାଗଲେ । ଏବେ ରାଜାଙ୍କ ଘୋଡା ଆଗରେ ଠିଆ ହୋଇଗଲା ଯୁବକର ଘୋଡା ।

       ଏହା ଦେଖି ରାଜାଙ୍କ ମୁହଁ କଳାକାଠ ପଡିଗଲା ।

       ଆଗନ୍ତୁକ ଯୁବକ ତହୁଁ କହିଲେ, “ରାଜନ୍! ଆପଣଙ୍କ ବିଫଳତାର କାରଣ ଏବେ ଜାଣିଲେ ତ? ଆପଣ ଯଦି ନିଜର ପ୍ରଥମସ୍ଥାନ ବଜାୟ ରଖିବା ଲାଗି ଅନ୍ୟ ଘୋଡାର ଖୁରା ନ କାଟି ବରଂ ନିଜ ଘୋଡାର ବେଗ ବଢାଇବାଲାଗି ଚେଷ୍ଟା କରିଥାଆନ୍ତେ ତେବେ ଆଜି ହାରି ନଥାନ୍ତେ ।”

       ଏହା କହି ଯୁବକ ଜଣକ ଘୋଡାପିଠିରେ ବସି ବିଜୁଳି ବେଗରେ ଚାଲିଗଲେ ।

       ଶେଷରେ ରାଜା ନିଜ ଭୁଲ୍ ବୁଝିପାରିଲେ । ହେଲେ ଲଜ୍ଜା ଓ ଅପମାନ ସହି ନ ପାରି ପାହାଡ ଉପରେ ଚଢି ତା’ ଉପରୁ ଡେଇଁ ଆତ୍ମହତ୍ୟା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ