ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ

       ସାପମାନଙ୍କର ଏଭଳି ସ୍ୱାର୍ଥତ୍ୟାଗରେ ଭଗବାନ ଭାରି ଖୁସି ହୋଇଗଲେ । ମଣିଷକୁ ବୁଦ୍ଧି ସହିତ ସାହସ ଦିଆଗଲା । ଆଉ ସାପ ଖାଲି ହାତରେ ଫେରିଗଲା ।

       ଏବେ ମଣିଷ ବୁଦ୍ଧି ଓ ସାହସ ଦୁଇଟିଯାକ ପାଇ ଗର୍ବରେ ଛାତି ଫୁଲାଇ ଚାଲିଲା । ସେ ଜଗତଜିତା ହୋଇ ପ୍ରବଳ ଅହଂକାରୀ ପାଲଟି ଗଲା । ସାପ ତା’ର ସାହସୀ ଗୁଣ ମଣିଷକୁ ଦେଇ ଅତି ଭୀରୁ ପାଲଟି ଗଲା । ପ୍ରତେକ ପ୍ରାଣୀଙ୍କୁ ଲୁଚି ଛପି ଚାଲିଲା ।

       ଏଥର ମଣିଷର ଆଚରଣ ସାପ ପ୍ରତି କ୍ରୂର ହୋଇଗଲା । ସାପକୁ ସେ ଯେଉଁଠି ଦେଖିଲା ଗୋଡେଇ ଗୋଡେଇ ବାଡେଇଲା । ସୁତରାଂ ସାପକୁ ଏହା ଅସହ୍ୟ ହେବାରୁ ଏକାନ୍ତରେ ବସି ଲୁହ ଗଡାଇବା ଛଡା କାହାକୁ କିଛି କହିପାରିଲା ନାହିଁ ।

       ଦିନକର କଥା । ଅନ୍ତର୍ଯ୍ୟାମୀ ଭଗବାନ ସାପର ମନକଥା ଶୁଣି ପାରିଲେ । ସେ ସାପ ନିକଟରେ ଉଭା ହୋଇ କହିଲେ, “ମଣିଷ ବେଳକୁ ବେଳ ଅତ୍ୟନ୍ତ ବିପଜ୍ଜନକ ହେବାରେ ଲାଗିଛି । ସେ ନିଶ୍ଚୟ ତୁମ ସାପମାନଙ୍କ ଉପରେ ଦାଉସାଧିବ । ଦରକାର ପଡିଲେ ତୁମର ବଂଶ ପୂରାପୂରି ନାଶ କରିଦେଇପାରେ । ସୁତରାଂ ତୁମମାନଙ୍କର ଆତ୍ମରକ୍ଷା ପାଇଁ ମୁଁ ‘ବିଷ’ଦେଉଛି । ତୁମେ ତାକୁ ପାଖରେ ରଖି ଆବଶ୍ୟକ ବେଳେ ପ୍ରୟୋଗ କରିବ । ଫଳରେ ମଣିଷ ତୁମମାନଙ୍କୁ ଅଯଥାରେ ଆଘାତ କରିବାରୁ କ୍ଷାନ୍ତ ରହିବ । ଆଉ ଡରିବ ମଧ୍ୟ ।”

       ଶେଷରେ ଭଗବାନ ଦେଇଥିବା ‘ବିଷ’କୁ ଗ୍ରହଣ କରି ସାପମାନେ ବିଷଧର

ପାଲଟି ଗଲେ ଓ ବିଷକୁ ଆପଣା ଶରୀର ଭିତରେ ଏକ ଥଳିରେ ସଂଚୟ କରି ରଖିଲେ ।

       ମାତ୍ର ଏହି କଥାଟି ଲୁଚି ରହିଲା ନାହିଁ । ମଣିଷ ଜାଣିଲା ପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଠିଲା । ସେ ଈର୍ଷାନ୍ୱିତ ହୋଇ ପ୍ରତିଶୋଧ ନେବା ଲାଗି ସୁଯୋଗ ଅପେକ୍ଷାରେ ରହିଲା ।

       ଦିନକର କଥା । ସବୁଦିନ ଭଳି ସାପ ମଣିଷର ପାଦତଳେ ଶୋଇଥାଏ । ହେଲେ ସେଦିନ ଈର୍ଷା ଜର୍ଜରିତ ମଣିଷ ସାପକୁ ବିନା କାରଣରେ ଗୋଇଠାଟିଏ ମାରିଲା । ଆଉ କହିଲା, “ଭାରି ଅନୁରକ୍ତି ଦେଖାଉଛୁ ସିନା, ମୋ ବିରୋଧରେ ଷଡଯନ୍ତ୍ର କରି ଭଗବାନଙ୍କଠାରୁ ବିଷ ଆଣି ରଖିଛୁ ପରା ମୋତେ ମାରିବା ପାଇଁ?”

       ଏବେ ମଣିଷର ଗୋଇଠାମାଡରେ ସାପର ମେରୁଦଣ୍ଡ ଭାଙ୍ଗିଗଲା । ସେ ଆଉ ଚାଲି ନ ପାରି ଘୁଷୁରି ଘୁଷୁରି ଚାଲିଲା । ନିରୀହ ଜୀବ ସାପର ମନକଥା ମଣିଷ ଜାଣିପାରିଲା ନାହିଁ କି ସାପ କିଛି କହିପାରିଲା ନାହିଁ, ନୀରବ ରହିଲା । ସେ ମନେ ମନେ ଭାବୁଥାଏ ଏଇ କ’ଣ ତ୍ୟାଗର ଫଳ? ଏହା ଭାବି ସାପ ମଣିଷଠାରୁ ଦୂରେଇ ରହିଲା, ଆଉ ସାଥୀହେଲା ନାହିଁ । ସେ ଲୁଚି ରହି ଗାତରେ କି ବଣ ବୁଦାରେ ରହିଲା । ତାକୁ ଯିଏ ଆକ୍ରମଣ କଲା ନିଜର ଆତ୍ମରକ୍ଷା ପାଇଁ ତାକୁ ଚୋଟ ମାରିଲା ଓ ବିଷ ପ୍ରୟୋଗ ବି କଲା । ହେଲେ ମଣିଷର ସାପପ୍ରତି ବିଶ୍ୱାସଘାତକତାର ବିଷ ଅତି ଉତ୍କଟତର ଥିଲା, ଯାହା କାଳକାଳକୁ କଥାରେ ରହିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ