ସବୁଠୁ ବଡ ମୁଁ

ଦିନେ ମଣିଷ ଓ ସିଂହ ଭିତରେ ଝଗଡା ହେଲା, ତାଙ୍କ ଭିତରେ ବଡ କିଏ? ଯାଉ ଯାଉ ବାଟରେ ସେମାନେ ଗୋଟିଏ ବଡ ମୂର୍ତ୍ତି ଦେଖିଲେ । ସେଥିରେ ହର୍କୁ୍ୟଲେସ୍ ସିଂହକୁ ଖାଲି ହାତରେ ମାରୁ ଥିବାର ଦେଖାଯାଇଛି । ଏହାକୁ ଦେଖି ମଣିଷ କହିଲା – “ଦେଖ ସିଂହ, ଏ ମୂର୍ତ୍ତିରୁ ଜଣାପଡୁଛି ଯେ ମଣିଷ ସିଂହଠାରୁ ବି ବଡ ।” ମାତ୍ର ସିଂହ ଏହା ଦେଖି କହିଲା, “ଏ ମୂର୍ତ୍ତିଟା ତ ମଣିଷ କରିଛି, ତେଣୁ ସେ ଏହିପରି ତିଆରି କରିଛି । ଯଦି ସିଂହ ତାକୁ ତିଆରି କରିଥାନ୍ତା, ସିଂହ ବି ମଣିଷକୁ ମାରିବାର ଦେଖାଯାଇଥାନ୍ତା ।”

ସମସ୍ତେ ନିଜ ନିଜର ବଡପଣିଆ ଦେଖାଇଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ