ସମସ୍ୟାର ସମାଧାନ

ରାଜା ମହାଚିନ୍ତାରେ ପଡିଗଲେ । ଦିନେ ଦୁଇଦିନ ଅତିକ୍ରାନ୍ତ ହୋଇଗଲା । ହଠାତ୍ ବିରବଲ ଆସି ଦରବାରରେ ପହଁଚିଗଲେ । ସୌଭାଗ୍ୟ ବଶତଃ ବିରବଲଙ୍କ ପତ୍ନୀ ଯାତ୍ରା ଜନିତ କଷ୍ଟ ସହି ନ ପାରିବାରୁ ସେମାନେ ତୀର୍ଥ ଯାତ୍ରା ନକରି ଫେରିଆସିଲେ । ରାଜା ବିରବଲଙ୍କୁ ଦେଖି ଖୁସି ହୋଇଗଲେ । କାହିଁକି ନା’ ରାଜା ଜାଣିଥିଲେ ଯେ ବିରବଲ ତାଙ୍କର ପ୍ରଖର ବୁଦ୍ଧି ବଳରେ ଯେକୌଣସି ସମସ୍ୟାର ସମାଧାନ କରିଦେଇ ପାରିବେ ।

         ରାଜା ସଂଗେ ସଂଗେ ତାଙ୍କୁ ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ବିରବଲ ରାଜାଙ୍କୁ ଗୋଟିଏ ଦିନ ସମୟ ମାଗିଲେ । ଗୋଟିଏ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିଦେବେ ବୋଲି ନିର୍ଭର ପ୍ରତିଶୃତି ଦେଲେ । କିଛି ସମୟ ପାଇଁ ବିରବଲ ପିଂଜରା ପାଖକୁ ଯାଇ ସିଂହଟିକୁ ନିରୀକ୍ଷଣ କଲେ । ଭଲଭାବରେ ଦେଖିବା ପରେ ଜାଣି ପାରିଲେ ଯେ ସିଂହଟି ପ୍ରକୃତରେ ମହମରେ ତିଆରି କରାଯାଇଛି, ଏବଂ ଏହା ଉପରେ ଏକ ଧାତବ ପ୍ରଲେପ ଦିଆ ଯାଇଛି । ବିରବଲ ସଂଗେ ସଂଗେ ଏକ ଉପାୟ କଥା ଚିନ୍ତା କଲେ । ପରଦିନ ସେ ଦରବାରରେ ଜଣେ କର୍ମଚାରୀକୁ ଏକ ଲୁହାଛଡ ତତାଇ ଆଣିବାକୁ କହିଲେ । ସେହି ଛଡର ଗୋଟିଏ ପାଖରେ କାଠର ବେଂଟ ଲାଗିଥାଏ । ବିରବଲ ଛଡଟିକୁ ଧରି ପିଂଜରାର ଲୁହା ମଧ୍ୟରେ ଥିବା ଫାଙ୍କ ମଧ୍ୟଦେଇ ଛଡଟିକୁ ଚଲାଇଲେ । କିଛି ସମୟ ଗରମ ଲୁହାର ସ୍ପର୍ଶ ପାଇଲାପରେ ସିଂହଟି ତରଳିଗଲା । ଧୀରେ ଧୀରେ ପିଂଜରାଟି ଖାଲି ହୋଇଗଲା ।

         ବିରବଲଙ୍କର ଏତାଦୃଶ କାର୍ଯ୍ୟକଳାପ ଦେଖି ରାଜାଙ୍କର ଖୁସିର ସୀମା ରହିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ