ସମୁଦ୍ର ପାଣି ଲୁଣିଆ କାହିଁକି?

ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍ ସମ୍ପତ୍ତିମାନ ଛଡାଇ ନେଉଥିଲେ ।

         ଏକଦା ଗ୍ରାମର ସୌଦାଗର ଧନେଶ୍ୱରଙ୍କର ଜ୍ୟେଷ୍ଠପୁତ୍ର ରାଜେଶ୍ୱର ବ୍ୟବସାୟ ଉଦ୍ଧେଶ୍ୟରେ ସୁମାତ୍ରା ଦ୍ୱୀପ ଉଦ୍ଧେଶ୍ୟରେ ବାହାରିଲେ । ସେମାନେ ହେଉଛନ୍ତି ସାତ ଭାଇ । ବଡ ଭାଇର ନାମ ରାଜେଶ୍ୱର ତା’ ତଳ ଭାଇର ନାମ ବାଜେଶ୍ୱର, ବଟେଶ୍ୱର, ମଙ୍ଗେଶ୍ୱର, ତା’ ତଳ ଭାଇର ନାମ ଗନ୍ଧେଶ୍ୱର, ତା’ ତଳ ଭାଇର ନାମ ବିଜେଶ୍ୱର ଓ ସବା ସାନ ଭାଇର ନାମ ଅଜେଶ୍ୱର । ଏହି ସାତ ଭାଇମାନେ ବିଦେଶକୁ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟ ନେଇ ସୁମାତ୍ରା ଇତ୍ୟାଦି ଦ୍ୱୀପରେ ବ୍ୟବସାୟ କରି ସେଠାରୁ ଧନ, ରତ୍ନ ନେଇ ଫେରି ଆସନ୍ତି । ବିଦେଶରୁ ଫେରିବାବେଳେ ଏହି ଧନେଶ୍ୱରଙ୍କର ପୁଅମାନଙ୍କୁ ବଡ ବୋହୂ ରଙ୍ଗ, ସୋଲି, ଉମା, ଶୁକ, ବିଦୁ ପ୍ରଭୃତି ସାତ ବୋହୂମାନେ ବନ୍ଦାପନା କରି ଘରକୁ ନେଇ ଆସନ୍ତି । ଧନେଶ୍ୱର ଘରେ ଆନନ୍ଦ ଉତ୍ସବରେ ଭରିଯାଏ । ଲୋକେ କହନ୍ତି ଧନେଶ୍ୱରର ସାତଟି ପୁଅ ନୁହଁନ୍ତି ସାତଟି ରତ୍ନ । କାରଣ ଏମାନେ ନିଜ ଦେଶର ଉତ୍ପାଦିତ ଦ୍ରବ୍ୟ ଅନ୍ୟ ଦେଶରେ ବିକ୍ରୟ କରି ନିଜର ସୁନାମ ବଢାଇବା ସଙ୍ଗେ ସଙ୍ଗେ ହୀରା, ନୀଳା, ମୋତି ମାଣିକ୍ୟର ଭଣ୍ଡାର ଖୋଲି ଦେଇଥିଲେ ।

         ଏହି ମାନଙ୍କର ସୁଖ ସମୃଦ୍ଧିରେ ବାଧା ଦେଲା ସମୁଦ୍ରର ଜଳଦସ୍ୟୁ । ସେମାନେ ଅନ୍ୟ ଦେଶର ଲୋକ । ସମୁଦ୍ର ପଥରେ ଆସୁଥିବା ଡଙ୍ଗା ବା ଜାହାଜକୁ ଅଟକାଇ ମାରଣାସ୍ତ୍ର ପ୍ରୟୋଗ କରି ସେମାନେ ତାଙ୍କଠାରୁ ସମସ୍ତ ସମ୍ପତ୍ତି ଲୁଟି କରି ନେଇ ଯାଉଥିଲେ । ଜଳଦସ୍ୟୁମାନଙ୍କ ଯୋଗୁଁ ସାଧବ ପୁଅମାନେ ବିଦେଶକୁ ଯିବାକୁ ଭୟକଲେ । ସେହି ଜାଭା, ସୁମାତ୍ରା, ବାଲି ଦ୍ୱୀପରେ ସାଧବମାନଙ୍କର ପ୍ରଭାବ ବହୁତ ଥିଲା । ବାଲି ଦ୍ୱୀପରେ ସେମାନେ ବ୍ୟବସାୟ କରି ବହୁତ ଧନ ରତ୍ନ ଆଣୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ