ସହଯୋଗରେ ସବୁ କାମ ଚାଲେ

ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ ଆଜି ଠାରୁ ତୁମ ରାସ୍ତା ଆମ ରାସ୍ତା ଅଲଗା ଅଲଗା ହେବ ।

                ପେଟ ଉତ୍ତର ଦେଲା ଏ କି କଥା କ’ଣ କହୁଛ ଭାଈ ମାନେ । ତୁମେମାନେ ଭାବିଛ କି ମୁଁ କିଛି କାମ ଧନ୍ଦା କରୁ ନାହିଁ । କେବଳ ବସି ବସି ଖାଉଛି।

                ଏ କଥା ଶୁଣି ପାଦ ଅଲଗା ଅଙ୍ଗକୁ କହିଲା କ’ଣ ଭାବୁଛ ତୁମେ ମାନେ । ଏହି କିଛି କରନ୍ତି ଢରନ୍ତି ନାହିଁ । କେବଳ କଥା କହିବେ ଆଉ ଖାଇବେ । ଭାଈ ତୁମେ ମାନେ ଭଲ ଭାବ ବା ମନ୍ଦ ଭାବ ମୁଁ ଆଜି ଠାରୁ ଏହି ପେଟ ପାଇଁ କିଛି କାମ ଧନ୍ଦା କରିବି ନାହିଁ । ଏଥର ତୁମେ ଚିନ୍ତା କର ତୁମେ କ’ଣ କରିବ?


ଗପ ସାରଣୀ

ତାଲିକାଭୁକ୍ତ ଗପ