ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ

                ଏହା ଦେଖି ସେ ଜାହାଜର ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଘଟଣା କ’ଣ ବୋଲି ପଚାରିବାରୁ ଚିତ୍କାର କରୁଥିବା ସେ ଯାତ୍ରୀଜଣକ କହିଲା, “ମୋ’ ପାଖରେ ଥିବା ଏକ ହଜାର ଦିନାର ମୁଦ୍ରା କିଏ ଚୋରି କରି ନେଇଗଲା ।” ଏହା କହି ସେ ଉଚ୍ଚସ୍ୱରରେ ଖାଲି କାନ୍ଦିବାକୁ ଲାଗିଲା ।

                ଏବେ ସେ ଜାହାଜର କର୍ମଚାରୀମାନେ ସେହି ଯାତ୍ରୀ ପାଖକୁ ଆସି କହିଲେ, “ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କର ଟଙ୍କା ଚୋରି ହୋଇଛି ତେବେ ତାହା ନିଶ୍ଚୟ ଏଇ ଜାହାଜ ଭିତରେ ହିଁ କୋଉଠି ଥିବ । ଆମେ ପ୍ରତ୍ୟେକ ଯାତ୍ରୀଙ୍କର ଜିନିଷପତ୍ର ତଲାସି ନେଲେ ତ ବଳେ ଟଙ୍କା ବାହାରିଯିବ ।”

                ଏହାପରେ ସଙ୍ଗେ ସଙ୍ଗେ ସେ ଜାହାଜର ଗୋଟିଏ ମୁଣ୍ଡରୁ ତଲାସି ଆରମ୍ଭ ହୋଇଗଲା । ଯେତେବେଳେ ସେ ଜାହାଜର କର୍ମଚାରୀମାନେ ବୁଖାରୀବାବାଙ୍କୁ ତଲାସି କରିବା ପାଇଁ ଆସିଲେ, ସେତେବେଳେ ତାଙ୍କ ପାଖ ଯାତ୍ରୀମାନେ କହିଲେ, “ଆପଣମାନେ ବୁଖାରୀ ବାବାଙ୍କ ଭଳି ଜାଣେ ସାଧୁ, ସଚ୍ଚୋଟ, ସତ୍ୟବାଦୀଙ୍କୁ ତଲାସି କରିବା ମୋଟେ ଠିକ୍ ହେବ ନାହିଁ । ଏହା ଦ୍ୱାରା ତାଙ୍କ ମନରେ ଘୋର ଦୁଃଖ ହେବ ।”

                ଏହା ଶୁଣି ବୁଖାରୀ କହିଲେ, “ନା ନା, ଯାହାଙ୍କର ଦିନାର ଚୋରି ଯାଇଛି ତାଙ୍କର ମନ ତ ନିଶ୍ଚୟ ଦୁଃଖ ହୋଇଥିବ । ସୁତରାଂ ସେଇ ଦୁଃଖ ଦୂରକରିବା ପାଇଁ ଆପଣମାନେ ଜିନିଷ ଉଦ୍ଧାର କରିବା ଦରକାର । ସେଥିଲାଗି ମୋତେ କାହିଁକି ତଲାସି କରିବେ ନାହିଁ? ଏଭଳି ପରିସ୍ଥିତିରେ ମୋତେ ତଲାସି କଲେ କ୍ଷତି କ’ଣ?”

                ଏବେ ସେ ଜାହାଜ କର୍ମଚାରୀମାନେ ବୁଖାରୀଙ୍କର ତଲାସି ନେଲେ; ଅଥଚ ସେମାନେ ସେଥିରୁ କିଛି ବି ପାଇଲେ ନାହିଁ ।

ଏହି ଘଟଣାର ଠିକ୍ ଦୁଇଦିନ ପରେ ସେହି ଜାହାଜ ଭିତରେ ମୁଦ୍ରା ଚୋରି ଅଭିଯୋଗ କରିଥିବା ସେ ଯାତ୍ରୀଜଣକ ଅତ୍ୟନ୍ତ ମନଦୁଃଖରେ ବୁଖାରୀଙ୍କୁ ପଚାରିଲା, “ଆପଣଙ୍କ ନିକଟରେ ତ ଏକହଜାର ଦିନାର ଥିଲା, ତାକୁ ଆପଣ କ’ଣ କଲେ?”

ଏହା ଶୁଣି ବୁଖାରୀ ହସିହସି କହିଲେ, “ସେ ସବୁକୁ ମୁଁ ସମୁଦ୍ରରେ ଫିଙ୍ଗିଦେଲି । ତୁମେ ବୋଧହୁଏ ମୋ’କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବ ଯେ, ମୁଁ ଏହାକୁ କାହିଁକି ସମୁଦ୍ରକୁ ଫିଙ୍ଗିଦେଲି? କାହିଁକିନା ମୁଁ ମୋର ଜୀବନ କାଳରେ ମାତ୍ର ଦୁଇଟି ଅମୂଲ୍ୟ ସମ୍ପଦ ହାସଲ କରିଥିଲି । ସେଥିରୁ ଗୋଟିଏ ସତ୍ୟବାଦିତା ଓ ଅନ୍ୟଟି ଲୋକଙ୍କର ବିଶ୍ୱାସଭାଜନ । ଯଦି ମୋ ନିକଟରୁ ଜାହାଜ କର୍ମଚାରୀମାନେ ଟଙ୍କା ଜବତ କରିଥାନ୍ତେ ଓ ମୁଁ ସହଯାତ୍ରୀମାନଙ୍କୁ ସତକଥା କହିବାକୁ ଯାଇ କହିଥାନ୍ତି, ଏ ଟଙ୍କା ମୋର ବୋଲି, ତେବେ ମୋର ଏକଥା କେହି ବି ବିଶ୍ୱାସ କରିନଥାନ୍ତେ । ଫଳରେ ମୋର ସଚ୍ଚୋଟତା ଓ ସାଧୁତାରେ କଳଙ୍କ ଲାଗିଯାଇଥାନ୍ତା । ମୋର ଜୀବନରେ ମୁଁ ଟଙ୍କା ଓ ସମ୍ପତ୍ତି ପୁଣିଥରେ କମାଇପାରିବି, ମାତ୍ର ସାଧୁତା ଓ ସତ୍ୟବାଦିତା ନୁହେଁ । ଏହାହିଁ ମୋର ଜୀବନର ଶ୍ରେଷ୍ଠ ସମ୍ପଦ । ଏଥିରେ କଳଙ୍କର ଦାଗ ଲାଗିଲେ ତାହା  କେବେବି ଆଉ ଛାଡିବ ନାହିଁ । ତେଣୁ ମୁଁ ମୋ ଟଙ୍କାତକ ସମୁଦ୍ରକୁ ଫିଙ୍ଗିଦେଲି ।”

ବାବା ବୁଖାରୀଙ୍କର ଏଭଳି କଥାରେ ସେ ଯାତ୍ରୀଜଣକ ହଠାତ୍ ମୁଣ୍ଡ ନୁଆଇଁ ଦେଲେ ଓ ବାବାଙ୍କ ପାଦତଳେ ପଡି ନିଜ କରିଥିବା କୁକର୍ମ ପାଇଁ କ୍ଷମା ମାଗିଲେ । ସେଇଥିପାଇଁ କୁହାଯାଇଛି –

“ସାଧୁତା ଓ ସତ୍ୟବାଦିତା ବଳରେ ସାଧାରଣ ବ୍ୟକ୍ତି ହୁଏ ମହାନ

ମାନବର ଏହି ଦୁଇ ଗୁଣ ନିଶ୍ଚେ ଅମୂଲ୍ୟ ସମ୍ପଦ ସଂଗେ ସମାନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ