ସାବତ ମା

ମହେନ୍ଦ୍ର ବର୍ମା ଜଣେ ବିଶିଷ୍ଟ ନାଟ୍ୟକାର ରୂପେ ବେଶ୍ ଖ୍ୟାତି ଲାଭ କରିଥାନ୍ତି । ତାଙ୍କର ଅସାମାନ୍ୟ ପ୍ରତିଭା ଯୋଗୁଁ ସେ ଦିନେ ରାଜସଭାରେ ଅଭିନନ୍ଦିତ ହେଲେ । ଯେଉଁ ନାଟକ ଯୋଗୁଁ ସେ ଏ ସମ୍ମାନ ପାଇଲେ, ସେ ନାଟକର ବିଷୟବସ୍ତୁ ଅତ୍ୟନ୍ତ ବିଷାଦମୟ; ଜଣେ ଭଲ ପିଲା କିପରି ତା’ ବିମାତାର ବିଷ ଦୃଷ୍ଟିରେ ପଡି ସବୁ କ୍ଷେତ୍ରରେ ଅପମାନ ଓ ପରାଭବ ପାଇଛି ।

                କିନ୍ତୁ ମହେନ୍ଦ୍ରବର୍ମା ନିଜେ ଶିଶୁ କାଳରେ ନିଜ ଜନନୀଙ୍କୁ ହରାଇ ବିମାତାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ସେଦିନ ଅଭିନନ୍ଦନ ଉତ୍ସବ ପରେ ସେ ତାଙ୍କ ଘରକୁ ଫେରିଆସି ତାଙ୍କ ବିମାତାଙ୍କୁ ଜୁହାର କରନ୍ତେ ବିମାତା ତାଙ୍କୁ ପଚାରିଲେ, “ପୁଅ! ତୋ ନାଟକରେ କୁଆଡେ ବିମାତା ଯୋଗୁଁ ଜଣେ ପୁଅ ଯେ କେଡେ ଦୁର୍ଦ୍ଦଶା ଭୋଗେ, ତାହାହିଁ ଚିତ୍ରିତ ହୋଇଛି । ତୁ ଏପରି କଥା ଲେଖିବା ଫଳରେ ଲୋକେ ମୋତେ ଆଉ ଭୁଲ୍ ବୁଝିବେ ନାହିଁ ତ?” ତାଙ୍କ କଥା ଶୁଣି ମହେନ୍ଦ୍ର ବର୍ମା କହିଲେ, “ମା! ସଙ୍ଗେ ସଙ୍ଗେ ମୋ ସାଫଲ୍ୟ ଓ ସୌଭାଗ୍ୟ ଦେଖି ଲୋକେ ଏକଥା ବି ବୁଝିବେ ଯେ ସବୁ ବିମାତା ଏକା ପ୍ରକାର ନୁହଁନ୍ତି । ବିମାତାଙ୍କ ଭିତରେ ମହିୟସୀ ମାତା ବି ଅଛନ୍ତି – ଯେଉଁମାନଙ୍କ ଆଶୀର୍ବାଦରେ ପୁଅ ଏପରି ଯଶଶ୍ୱୀ ମଧ୍ୟ ହୋଇପାରେ ।” ଏହାପରେ ବିମାତା ମହେନ୍ଦ୍ର ବର୍ମାଙ୍କୁ ଅନେକ ଆଶୀର୍ବାଦ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ