ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ

ଜର୍ମାନୀର ସାତବର୍ଷର ବାଳକ, ନାଁ ତା’ର ଫ୍ରେଡ୍ରିକ୍ । ଦିନେ ତା’ର ବାପାଙ୍କଠାରୁ ସେ ପୁରାଣ କାହାଣୀ ଶୁଣୁଥାଏ । ପ୍ରାୟ ତିନିହଜାର ବର୍ଷ ତଳର ଘଟଣା । ଏସିଆ ମହାଦେଶର ପଶ୍ଚିମ ସମୁଦ୍ର ଉପକୂଳରେ ‘ଟ୍ରୟ’ ନାମକ ଏକ ନଗରୀ ଥିଲା । ତା’ ଚାରିପଟେ ବିରାଟ ପାଚେରି ଘେରି ରହିଥିବାରୁ ତାକୁ କେହି ମଧ୍ୟ ଜୟ କରିପାରୁ ନ ଥିଲେ ।

                ଟ୍ରୟ ସଭ୍ୟତା ପରେ ଗ୍ରୀକ୍ ସଭ୍ୟତା ବି ଗଢି ଉଠିଥିଲା । ସେତେବେଳେ ଟ୍ରୟବାସୀଙ୍କ ଭଳି ଗ୍ରୀକ୍ବାସୀ ମଧ୍ୟ ବୀର ଥିଲେ । ଥରେ ଟ୍ରୟ ନଗରୀର ରାଜା ପ୍ରିୟମ୍ଙ୍କ ସାନପୁଅ ‘ପେରିସ୍’ ଗ୍ରୀକ୍ ରାଜବାଟୀ ବୁଲି ଦେଖିବାକୁ ଆସିଥିଲେ । ଗ୍ରୀସ୍ର ରାଣୀ ‘ହେଲେନ୍’ ଥିଲେ ଅପୂର୍ବ ସୁନ୍ଦରୀ । ସୁତରାଂ ପେରିସ୍ ଫେରିବାବେଳେ ହେଲେନ୍ଙ୍କୁ ଚୋରାଇ ନେଲେ । ଫଳରେ ଗ୍ରୀସ୍ ଓ ଟ୍ରୟ ମଧ୍ୟରେ ଘୋର ଲଢେଇ ଆରମ୍ଭ ହୋଇଗଲା । ସେ ଯୁଦ୍ଧରେ ଟ୍ରୟ ନଗରୀର ରାଜା ହାରିଗଲେ । ତା’ପରେ ହେଲେନ୍ଙ୍କୁ ସେଠାରୁ ଉଦ୍ଧାର କରାଗଲା । ଏହାହିଁ ଥିଲା ଗ୍ରୀକ୍ ପୁରାଣର ମୂଳ କଥା । ଗ୍ରୀକ ପୁରାଣରେ ବର୍ଣ୍ଣିତ ‘ଟ୍ରୟ’ ନଗରୀକୁ ଠାବ କରିବା ପାଇଁ ଜର୍ମାନୀର ସେହି ଛୋଟ ପିଲାଟି ଫ୍ରେଡ୍ରିକ୍ ମନେ ମନେ ସ୍ଥିର କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ