ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ ।

                ତୁମମାନଙ୍କ ଘରେ ତ ସୁନାଗହଣାମାନ ଥିବ । ଆମ ମାଆ ଭଉଣୀମାନେ ସୁନାଗହଣା ପିନ୍ଧିବାପାଇଁ ଖୁବ୍ ଭଲ ପାଆନ୍ତି । କିନ୍ତୁ କାହିଁକି? ସୁନାପ୍ରତି ସେମାନଙ୍କର କାହିଁକି ଏତେ ଆଦର? ସେମାନଙ୍କୁ ପଚାରିଲେ ହୁଏତ କିଛି କିଛି ଜାଣି ହୁଅନ୍ତା ।

                ଖାଂଟି ସୁନା ହେଉଛି ହଳଦିଆ ଏବଂ ଉଜ୍ଜ୍ୱଳ । ଏହା ଏତେ ନରମ ଯେ ସେଥିରେ ଗହଣାଗାଣ୍ଠି ତିଆରି କରିହୁଏନି । ସେଥିପାଇଁ ସେଥିରେ ତମ୍ବା, ରୁପା, ନିକେଲ୍, ପାଲ୍ଲାଡିୟମ୍, ବୋଞ୍ଜ, ଇଣ୍ଡିୟମ୍, ଗାଲ୍ଲିୟମ୍ ଇତ୍ୟାଦି ମିଶାଯାଇଥାଏ । ସେଥିରେ ଏଇ ଯେଉଁସବୁ ଧାତୁ ମିଶାଯାଏ, ତା’କୁ କହନ୍ତି ଖାଦ । ଖାଦର ପ୍ରକାରକୁ ଚାହିଁ ତା’ର ରଙ୍ଗ ଅଲଗା ଅଲଗା ହୁଏ । ଯେପରିକି ସୁନାରେ ନିକେଲ୍ କି ପାଲ୍ଲାଡିୟମ୍ ମିଶେଇଲେ ସେଥିରୁ ପ୍ରସ୍ତୁତ ହୁଏ ଧଳା ସୁନା! ତମ୍ବା ମିଶିଥିଲେ ସୁନା ଦେଖାଯାଏ ସାମାନ୍ୟ ଗୋଲାପି ତଥା ବାଇଗଣିଆ । ଇଣ୍ଡିୟମ୍ କି ଗାଲ୍ଲିୟମ୍ ମିଶେଇଲେ ତା’ର ରଙ୍ଗ ହୋଇଯାଏ ନୀଳ । ତେବେ ହଳଦିଆ ରଙ୍ଗର ସୁନା ହିଁ ସବୁଠାରୁ ବେଶୀ ଲୋକପ୍ରିୟ । ତମ୍ବା, ରୁପା ଆଦି ଖାଦ ମିଶେଇଲେ ସୁନା ନରମ ନ ରହି ହୋଇଯାଏ କଠିନ । ଫଳରେ ସୁନାରୁ ଗହଣାଗାଣ୍ଠି ତିଆରି କରିବାରେ ଆଉ କିଛି ବି ଅସୁବିଧା ଉପୁଜେ ନାହିଁ ।

                ସୁନାକୁ ଇଂରାଜି ଭାଷାରେ ‘ଗୋଲ୍ଡ’ ବୋଲି କହନ୍ତି । ‘ଗୋଲ୍ଡ’ର ଅର୍ଥ ହଳଦିଆ । ବିଜ୍ଞାନ ପଢିବାବେଳେ ତୁମ ଶିକ୍ଷକ ତୁମକୁ ସୁନା ବିଷୟରେ ଅନେକ କଥା କହିଦେବେ । ତେବେ ଏଇଠି ଏତିକି ଜାଣିରଖ ଯେ ସୁନା ହେଉଛି ଏକ ରାସାୟନିକ ମୌଳିକ । ଲାଟିନ୍ ଭାଷାରେ ଏହା ‘ଅରମ୍’ (ବଙ୍କକ୍ସଙ୍କଜ୍ଞ) । ‘ଅରମ୍’କୁ ସଂକ୍ଷିପ୍ତରେ ‘Au’ (ଏୟୁ) ବୋଲି ଲେଖାଯାଏ । ତେଣୁ Au ହେଉଛି ସୁନା ମୌଳିକର ସଂକେତ । ‘ଅରମ୍’ର ଅର୍ଥ ଅତି ଉଜ୍ଜ୍ୱଳ ।


ଗପ ସାରଣୀ

ତାଲିକାଭୁକ୍ତ ଗପ