ସୁନ୍ଦରୀ ଗଣିକା

ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ ।  ଚତୁର ବ୍ୟଙ୍ଗକାର କହିଲେ –

                ଦେଖ ବୋଲକରା ହୋଇଲା ବେଳ

                ଆଉ କ୍ଷଣିକରେ ଅନ୍ଧାର କାଳ ।

                ରାତି ହୋଇ ଗଲେ ଜାତି ଖୋଜିବୁ

                ଅଜାତି ମଣିଷ ଫେରି ଆସିବୁ ।

                ଦିନ ଥାଉ ଥାଉ ଖୋଜିବୁ ଜାଣି

            ଜାତି ଦେଖି ସୌଦା ଆଣିବୁ କିଣି ।

ଏ କଥା କହି ଚତୁର କଥାକାର ପଇସା ସହିତ ବ୍ୟାଗ୍ ଥୋଇ ଦେଲେ । ଅବୋଲକରା ଦେଖିଲା ରାତି ହୋଇଗଲେ ଅଜାତିଆ ଦୋକାନୀ ହାବୁଡେ ପଡିଯିବି । ଅଜାତିଆ ବେପାରୀ ହାତରୁ ସଉଦା ଖାଇବା ତାଙ୍କର ଜାତକରେ ନାହିଁ । ସେଥି ଲାଗି ସେ ତରବର ହୋଇ  ସବୁ କାମକୁ ପଛରେ ରଖି ବୋଲକରା ଧାଇଁ ଗଲା ବଜାର ଆଡକୁ ।

ବଜାର ମଧ୍ୟରେ ପଶି ଯାଇଛି ବୋଲକରା । ଦୁଇ ଚାରିଟା ଦୋକାନ ପାରି ହୋଇ ଗଲା ପରେ ସେ ଦେଖିଲା ପାଖ ଦୋକାନ ଆଗରେ ଗୁଡାଏ ଲୋକ ଜମା ହୋଇଛନ୍ତି । କ’ଣ ହୋଇଛି ଜାଣିବାକୁ ଇଚ୍ଛା କରି ବୋଲକରା ଯାଇ ସେଠାରେ ପହଁଚି ଦେଖିଲା ଯେ ଗୋଟିଏ ପଥରର ନିର୍ମିତ ସ୍ତମ୍ବ ଉପରେ ଖୋଦେଇ ହୋଇ ଲେଖା ଯାଇଛି ‘ବୁଦ୍ଧି ବିପରୀତ ବିନାଶ କାଳ’।

ଅବୋଲକରା କେବଳ ଓଡିଆ ଭାଷା ଜାଣେ । ଯେହେତୁ ସେ ଓଡିଆ ହେଲେ ତାକୁ ଦେବନାଗରୀ, ହିନ୍ଦି, ଇଁରାଜୀ, ତାମିଲ, ସଂସ୍କୃତ ଏସବୁ ଭାଷା ଜଣା ନାହିଁ । ସେଥି ପାଇଁ କଥାଟାକୁ ଜାଣିବା ଲାଗି ଚାରି ପାଂଚ ଜଣଙ୍କୁ ପଚାରନ୍ତେ ସେମାନେ କିନ୍ତୁ ଓଡିଆ ଭାଷା ଜାଣି ନଥିବାରୁ ଅବୋଲକରାର କଥା କିଛି ବୁଝି ପାରିଲେ ନାହିଁ । ଅବୋଲକରା ମଧ୍ୟ ସେମାନେ ତାକୁ କ’ଣ ପଚାରୁଛନ୍ତି ତାହା ମଧ୍ୟ ବୁଝି ପାରିଲେ ନାହିଁ । ତହୁଁ ଅବୋଲକରା ମନରେ ଚିନ୍ତା କଲା ସଉଦାଟା କିଣି ନେଇ ଯିବି । ଏ ବିଷୟରେ ମହାନୁଭବଙ୍କୁ ପଚାରିବି । ସେଥି ଲାଗି ସେ କେବଳ ସେଠାରେ କ’ଣ ଲେଖା ଯାଇଛି ସେତକ ଜାଣି ସଉଦା କିଣି ଧର୍ମ ଶାଳାରେ ପହଁଚି ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ