ସୁନ୍ଦରୀ ଗଣିକା

ସେଠାରେ ଦେଖିଲା ଚତୁର କଥାକାର ସଂନ୍ଧ୍ୟା ସ୍ନାନ ସାରି ଧ୍ୟାନରେ ବସିଛନ୍ତି ଅବୋଲକରା ମହାନୁଭବଙ୍କର ଏପରି ଅବସ୍ଥା ଦେଖି ଚିନ୍ତା କଲା ଏବେ ରୋଷେଇବାସ ବନ୍ଦ । ଧ୍ୟାନରୁ ଉଠିବେତ ପ୍ରଥମେ ମୋର ଏହି ପ୍ରଶ୍ନର ଉତ୍ତର ସେ ଚତୁର କଥାକାର ଦେବେ । ତା’ପରେ ଯାଇ ଅନ୍ୟ ଯୋଉ କଥା ।

ଏହା ବାଦେ ବୋଲକରା ଦୁଇ ଖଣ୍ଡ ପାନ ଚିରି ସେଥିରେ ଚୂନ ଲଗାଇଲା ।

କେତେ କ୍ଷଣ ପରେ ଚତୁର କଥାକାର ଧ୍ୟାନରୁ ଉଠି ଦେଖିଲେ ବୋଲକରା ପାନରେ ଚୂନ ମାରୁଛି । ଚତୁର ବ୍ୟଙ୍ଗକାର କହିଲେ ଆଣିଲୁତ ସଉଦା ପତ୍ର । ବୋଲକରା କହିଲା ଆଣିଲି । ହେଲେ ରୋଷେଇ ଆଦି କାର୍ଯ୍ୟ ଆଜି ବନ୍ଦ । କାରଣ ମୁଁ ସେଠାରେ ଯାହା ସବୁ ଦେଖିଲି ତା’ର ସଠିକ୍ ଉତ୍ତର ଜାଣି ପାରିଲି ନାହିଁ । ଏବେ ତମେ ମୋତେ କହି ଦିଅ, ବିପରୀତ ବୁଦ୍ଧି ସର୍ବନାଶର ବେଳ । ଏହି ବାକ୍ୟଟିର ସଠିକ ଉତ୍ତର କ’ଣ ।

 ଚତୁର ବ୍ୟଙ୍ଗକାର କହିଲେ ଏହି କଥା, ହେଲା ମୁଁ ଯେତେବେଳେ ପର୍ଯ୍ୟନ୍ତ ତାହାର ସଠିକ୍ ଉତ୍ତର ଦେଉଛି, ତୁ ଯାଇ ରୋଷେଇ ବସା ।

ଅବଲୋକରା ଯାଇ ରୋଷେଇ ବସାଇଲା – ଚତୁର ବ୍ୟଙ୍ଗକାର ବୋଲକରା ପଚାରିଥିବା ବାକ୍ୟଟିର ଅସଲ ଅର୍ଥ ବୁଝାଇବାକୁ ଯାଇ ତାକୁ ଗୋଟିଏ କାହାଣୀଟିଏ କହିଲେ –

ବାରଣାସୀ ବୋଲି ଇଣ୍ଡିଆର ଏହି ପ୍ରସିଦ୍ଧ ତୀର୍ଥକୁ ଦେଶ ବିଦେଶରୁ ବହୁତ ଧାର୍ମିକ ଯାତ୍ରୀ ଆସି ଥାଆନ୍ତି । ସେହି ପବିତ୍ର ତୀର୍ଥ ବାରଣାସୀରେ ଜଣେ ଧାର୍ମିକ ତଥା ଦାନୀ ସୌଦାଗର ବାସ କରୁ ଥିଲେ । ବାରଣାସୀକୁ ଯେତେ ଦୁଃଖୀ ଦରିଦ୍ର ଆସନ୍ତି ସୌଦାଗର ସେମାନଙ୍କୁ ଖୋଜି ଖୋଜି ସେମାନଙ୍କର ସେବା କରନ୍ତି । ଆଉ ମଧ୍ୟ ତାଙ୍କ ଗୃହରେ ସଦା ସର୍ବଦା ଜଗତ ଜନନୀ ଅନ୍ନପୂର୍ଣ୍ଣା ଦେବୀଙ୍କର ବ୍ରତ ହେଉ ଥିଲା ।

ସୌଦାଗରଙ୍କର ତିନି ଗୋଟି ଭାର୍ଯ୍ୟା । ସବା ସାନ ଭାର୍ଯ୍ୟାଟି ଥିଲା ସୌଦାଗରଙ୍କର ଖୁବ୍ ଗେହ୍ଲା । ସେ ଭାର୍ଯ୍ୟାର ନାମ ଅମତି । ଅମତି ଦେଖିବାକୁ ଯେପରି ସୁନ୍ଦର କାମରେ ମଧ୍ୟ ସେହିପରି ଗୁଣବତୀ । ଆଗ ଭାର୍ଯ୍ୟା ମାନେ ସନ୍ତୋଷୀ ମାଆଙ୍କର ସେବା ପୂଜା କରି ପୁଅ ଝିଅ କରି ସାତୋଟି ସନ୍ତାନ ପାଇ ଥିଲେ ।

ସୌଦାଗର ଦେଖିବାକୁ ମଦନଙ୍କ ପରି ସୁନ୍ଦର । ଦିନକର କଥା ତାଙ୍କର ସେହି ସୁନ୍ଦର ରୂପ ଦେଖି ଏକ ସୁନ୍ଦରୀ ଗଣିକା ତାଙ୍କର ପ୍ରେମରେ ପଡି ଗଲା । ଗଣିକା ତା’ର ଆକର୍ଷଣୀୟ ସୁନ୍ଦର ରୂପରେ ସୌଦାଗରଙ୍କର ମନକୁ ଜିଣି ତାଙ୍କୁ ଖୁବ୍ ପାଖକୁ ନେଇ ଗଲା । ନାଚ, ଗୀତ ଦ୍ୱାରା ତାଙ୍କୁ ମୋହିତ କଲା । ଏମିତି ଏକ ଦୁର୍ଯୋଗ ବେଳ ଆସିଲାଯେ ସୌଦାଗରଙ୍କର ଧନ ଦୌଲତ ସବୁ ଚାଲି ଗଲା । ସମସ୍ତେ ତାଙ୍କୁ ହତଭାଗ୍ୟ ସୌଦାଗର ଭାବରେ ପରିଚିତ କଲେ । କିନ୍ତୁ ସୁନ୍ଦରୀ ଗଣିକା ମାନସୀ ସୌଦାଗରଙ୍କର ମନକୁ ନିଜ ଆୟତରେ ରଖିବା ଲାଗି ପ୍ରତି ଦିନ ସୌଦାଗରଙ୍କୁ ଗୋଟିଏ ଗୋଟିଏ ସୁବର୍ଣ୍ଣ ଓ ହୀରା ପ୍ରଦାନ କରୁଥିଲା । ଏହା ପରେ ସୌଦାଗର ଗରିବ ହୋଇଯିବା ଯୋଗୁଁ ଗଣିକା ସୌଦାଗରକୁ ନିଜ ଧନରେ କୋଠା ବାଡି ନିର୍ମାଣ କରାଇ ଦେଲା ।

ଗଣିକା ମାନସୀ ସମସ୍ତ ଦିଗରୁ ସୌଦାଗରଙ୍କର ମନକୁ ଜିଣିଲା । ଠିକ୍ ସେମିତି ସୌଦାଗର ମଧ୍ୟ ତାଙ୍କ ଆଗ ଭାର୍ଯ୍ୟା ମାନଙ୍କୁ ଭୁଲି ଗଣିକା ପ୍ରେମରେ ପଡି ସଦା ସର୍ବଦା ସେହି ଗଣିକା ସହିତ ରହିବାକୁ ଭଲ ପାଇଲେ, ସେଥି ଲାଗି ଗଣିକା ମାନସୀ ସଦା ସର୍ବଦା ସୌଦାଗରଙ୍କର ନୂଆ ଉଆସକୁ ଯିବା ଆସିବା ମଧ୍ୟ କଲା । ସୌଦାଗରଙ୍କର ସବୁ ଭାର୍ଯ୍ୟାଙ୍କ ନାମରେ ଲଗେଇ ଜୁଟେଇ ବହୁ ମିଛ କଥା କହିଲା । ଏମିତି ହେଲା ଯେ ଯେଉଁ ସାନ ଭାର୍ଯ୍ୟାକୁ ସୌଦାଗର ନିଜ ଜୀବନ ଦେଇ ଭଲ ପାଉ ଥିଲେ ସେ ସୌଦାଗର ତାଙ୍କ ସାନ ଭାର୍ଯ୍ୟା ଅମତିକୁ ମଧ୍ୟ ଆଉ ଭଲ ପାଇଲେ ନାହିଁ । ତା’ଛଡା ଗଣିକା ଜାଣି ଥିଲା ଯେ ସୌଦାଗରଙ୍କର ତାଙ୍କ ସାନ ଭାର୍ଯ୍ୟା ଉପରେ ବେଶୀ ମୁଅଁସ । ତେଣୁ ସତ ମିଛ କହି ସେ ଗଣିକା ସବା ଆଗେ ସାନ ଭାର୍ଯ୍ୟାଙ୍କ ପାଖରୁ ସୌଦାଗରଙ୍କୁ ଦୂରେଇ ଦେଲା ।

ସାନ ଭାର୍ଯ୍ୟା ଅମତି କିନ୍ତୁ ଧର୍ମ ପ୍ରାଣା ଥିବାରୁ ସେ ଗୋପନରେ ସନ୍ତୋଷୀ ମାଆଙ୍କର ସେବା ଆରାଧନା କରୁ ଥାଏ । ଗୋପନେ ଗୋପନେ ଏ କଥା ଗଣିକା ଜାଣି ପାରି ସୌଦାଗରଙ୍କୁ କୁହନ୍ତେ ସୌଦାଗର ତାଙ୍କ ସାନ ଭାର୍ଯ୍ୟାକୁ ଦଣ୍ଡ ଦେଇ ନିଜ ଉଆସରୁ ବାହାର କରି ଦେଲା । କାରଣ ଏହା ସୌଦାଗରଙ୍କ ଲାଗି ବିନାଶ କାଳେ ବିପରୀତ ବୁଦ୍ଧି ।


ଗପ ସାରଣୀ

ତାଲିକାଭୁକ୍ତ ଗପ