ସୁବର୍ଣ୍ଣ ହଂସ

ବୋକାରାମ ରାଜାଙ୍କ କଥା ଶୁଣି ସେ ପ୍ରଥମେ ସେଇ ଗେଡାଧୂସରରଙ୍ଗ ଲୋକଠାରୁ ସାହାଯ୍ୟ ପାଇବାପାଇଁ ଚିନ୍ତାକଲା । ସେ ବଣକୁଯାଇ ସେ ଗଛ କାଟିଥିବା ସ୍ଥାନରେ ଦେଖିଲା ଜଣେ ଲୋକ ବିଷାଦ ମନରେ ବସିଛି । ବୋକାରାମ ସେ ଲୋକଟିକୁ ତାର ଦୁଃଖର କାରଣ ପଚାରିବାରୁ ସେ କହିଲା ‘ମୁଁ ତୃଷ୍ଣା ଅନୁଭବ କରୁଛି । ଯେତେ ଥଣ୍ଡା ପାଣି ପିଇଲେ ମଧ୍ୟ ସେ ତୃଷ୍ଣା ମୋର ଆଦୌ ପ୍ରଶମିତ ହେଉ ନାହିଁ । ଯଦି ଗୋଟିଏ ମଦ ଭଣ୍ଡାର ପାଆନ୍ତି ତେବେ ମୋର ତୃଷ୍ଣା ନିବାରଣ ହୋଇ ପାରିବ । ମାତ୍ର ଏଠାରେ ସେ ମଦ ଭଣ୍ଡାର କାହିଁ?’

                ଏପ୍ରକାର କଥା ଶୁଣି ସେ ବୋକାରାମ କହିଲା ‘ମୁଁ ତୁମକୁ ସାହାଯ୍ୟ କରିବି । ତୁମେ ମୋ ସହିତ ଆସ ସେଠାରୁ ତୁମେ ଯଥେଷ୍ଟ ମଦ ପିଇବାକୁ ପାଇବ ।’ ବୋକାରାମ ସେ ଲୋକଟିକୁ ରାଜପ୍ରାସାଦରେ ଥିବା ମଦଭଣ୍ଡାର ପାଖକୁ ନେଇଗଲା । ରାଜାଙ୍କ ଉପସ୍ଥିତିରେ ସେ ରାଜାଙ୍କ ମଦଭଣ୍ଡାରକୁ ସୂର୍ଯ୍ୟାସ୍ତ ପୂର୍ବରୁ ପିଇ ଶେଷ କରିଦେଲା ।

                ଏହାପରେ ବୋକାରାମ ରାଜାଙ୍କୁ ତାଙ୍କ କନ୍ୟାକୁ ବିଭାଦେବାପାଇଁ କହିବାରୁ ରାଜା ସମସ୍ତେ ଏଇ ଲୋକଟିକୁ ବୋକା କହୁଥିବାରୁ ସେ ପୁଣି ଆଉ ଗୋଟିଏ ନୂଆ ସର୍ତ୍ତ ବାଢିଲେ । ଏଥରର ସର୍ତ୍ତ ଅନୁସାରେ ରାଜା ତାକୁ ଏମିତି ଏକ ଲୋକ ଖୋଜି ଆଣିବାକୁ କହିଲେ ଯେ କି ପାହାଡ ପ୍ରମାଣେ ରୁଟି ଖାଇ ପାରିବ । ଏକଥା ଶୁଣି ବୋକାରାମ କିଛି ଚିନ୍ତା ନକରି ସିଧା ପୁଣି ବଣକୁ ଗଲା ।

ସେ ବଣରେ ପହଁଚି ଦେଖିଲା ଜଣେ ଜୀର୍ଣ୍ଣଶୀର୍ଣ୍ଣ ଲୋକଟିଏ ମନ ଦୁଃଖରେ ବସିଛି ।

ବୋକାରାମ ସେ ଲୋକଟିକୁ ତା ମନ ଦୁଃଖର କାରଣ ପଚାରିବାରୁ ସେ କହିଲା ‘ମୁଁ ଖୁବ୍ ଭୋକିଲା । ଟୋକେଇଏ ରୁଟି ଖାଇବା ପରେ ମଧ୍ୟ ମୋ ଭୋକ ଆଦୌ ମେଂଟୁନାହିଁ । ମୁଁ ବର୍ତ୍ତମାନ ଏପରି ଭୋକିଲା ଅଛି ଏ ଗଦାଏ ରୁଟି ଖାଇଲେ ମଧ୍ୟ ମୋ ଭୋକ ମେଂଟିବ ନାହିଁ ।’

ବୋକାରାମ ସେ ଲୋକଟିର ଏ କଥାଶୁଣି କହିଲା ‘ତୁମେ ମୋ ସହିତ ଆସ ମୁଁ ତୁମକୁ ପ୍ରଚୁର ରୁଟି ଖାଇବାକୁ ଦେବି ।’ ଏହା କହି ବୋକାରାମ ସେ ଲୋକଟିକୁ ରାଜପ୍ରସାଦକୁ ନେଇଗଲା ।

ରାଜା ତାଙ୍କ ରାଜ୍ୟର ସମସ୍ତ ଅଟାକୁ ଆଣି ରୁଟି ତିଆରି କରି ପାହାଡ ପ୍ରମାଣେ ଗଦା କରିବାକୁ ଆଦେଶ ଦେଲେ । ଲୋକଟି ରୁଟି ଗଦା ପାଖରେ ଠିଆ ହୋଇ ଦିନକ ମଧ୍ୟରେ ସବୁତକ ରୁଟି ଖାଇ ଶେଷ କରିଦେଲା ।

ଏହାପରେ ବୋକାରାମ ରାଜାଙ୍କୁ ତାଙ୍କ କନ୍ୟାକୁ ତାକୁ ବିବାହ ଦେବାକୁ କହିବାରୁ ରାଜା ପୁଣି ଏକ ନୂଆ ସର୍ତ୍ତ ବାଢି କହିଲେ ‘ତୁମେ ଯଦି ମୋତେ ଏମିତି ଗୋଟିଏ ଜାହାଜ ଆଣି ଦେବ ଯାହା କି ଉଭୟ ଜଳଭାଗ ଓ ସ୍ଥଳ ଭାଗରେ ଚାଲି ପାରିବ ତା ହେଲେ ଯାଇ ମୁଁ ମୋ କନ୍ୟାକୁ ତୁମକୁ ବିଭା ଦେବି ।’

ଏଥର ମଧ୍ୟ ସେ ବୋକାରାମ ବଣକୁ ଗଲା ଏବଂ ପୂର୍ବର ସେ ଗେଡା ଆଉ ଧୂସର ବର୍ଣ୍ଣର ବୁଢାଲୋକଟିକୁ ଭେଟିଲା । ତାକୁ ସେ ରାଜାଙ୍କର ସର୍ତ୍ତ କଥା କହିବାରୁ ସେ ଲୋକଟି କହିଲା ‘ତୁମେ ମୋତେ ଦୟା ଦେଖାଇ ପିଠା ଆଉ ମଦ ଖାଇବାକୁ ଦେଇଥିବାରୁ ମୁଁ ରାଜାଙ୍କର ମଦ ଭଣ୍ଡାରକୁ ପିଇ ଶେଷ କରିଛି ଏବଂ ପାହାଡ ପ୍ରମାଣେ ଗଦା ହୋଇଥିବା ରୁଟିତକ ଖାଇଛି । ଏଥର ମଧ୍ୟ ତୁମକୁ ମୁଁ ଏମିତି ଏକ ଜାହାଜ ଦେବି ଯେ, ଯାହା କି ଉଭୟ ଜଳଭାଗ ଓ ସ୍ଥଳଭାଗରେ ଚାଲି ପାରିବ । ଏହା କହି ସେ ଲୋକଟି ବୋକାରାମକୁ ଜାହାଜଟିଏ ଦେଲା ।

ବୋକାରାମ ସେ ଜାହାଜଟି ନେଇ ରାଜାଙ୍କୁ ଦେଲା । ସେଇ ଜାହାଜକୁ ଦେଖି ରାଜା ଆଉ ମନା କରିନପାରି ବୋକାରାମକୁ ତାଙ୍କ ଝିଅକୁ ବିଭାଦେଲେ । କିଛି ବର୍ଷ ରାଜକୁମାରୀଙ୍କୁ ବିବାହ କରି ରାଜ ପ୍ରାସାଦରେ କିଛି ବର୍ଷ ରହି ରାଜାଙ୍କ ମୃତ୍ୟୁ ପରେ ସେ ଦେଶର ରାଜାହୋଇ ସୁଖରେ କାଳାତିପାତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ