ସେମାନେ ବି ଥିଲେ ସହଯାତ୍ରୀ

                ସାର୍ଙ୍କ କଥାରେ ଷ୍ଟେସନ ମାଷ୍ଟର୍ ହସି ହସି ଉତ୍ତର ଦେଲେ – “ଦେଖନ୍ତୁ ସାର୍ ସେମାନେ ପ୍ରତିଦିନ ଏଇ ଗାଡିରେ ଆସନ୍ତି । ଏ ପାହାଡିଆ ଅଂଚଳରେ ପାମ୍ ଚାଷର କ୍ଷେତ । ପାମ୍ ତେଲ ଉତ୍ପାଦନର ଜାଗା ଇଏ । ସେମାନେ ପାମ୍ ମଞ୍ଜି ଖାଇବାକୁ ଆସନ୍ତି । ଦିନସାରା ଖାଆନ୍ତି ଶୁଅନ୍ତି । ପୁଣି ଛଅଟା ବେଳକୁ ଘରକୁ ଯିବାକୁ ଫେରନ୍ତା ଟ୍ରେନ୍ ଧରିବାକୁ ଆସନ୍ତି ଏଠିକି । ତେଣୁ ଏମାନେ ତ ଆମର ନିତିଦିନିଆ ପାସେଞ୍ଜର । ପିଲାଏ ସବୁ ଟ୍ରେନ୍ରୁ ଓହ୍ଲାଇ ସାର୍ଙ୍କ ଚାରିପଟେ ଘେରି ଗଲେଣି ସେତେବେଳକୁ । ସାର୍ ସେମାନଙ୍କୁ ଦେଖି ପାଟିଟେ କରିଲେ –

                “ଟ୍ରେନ୍ ଛାଡିଦବ କାହିଁକି ଓହ୍ଲାଉଚ?”

                ଧାଇଁଲେ ଏଥର ପିଲାମାନେ ତାଙ୍କ ଡବା ଆଡକୁ । ଷ୍ଟେସନ୍ ମାଷ୍ଟର୍ କହିଲେ ପିଲାଙ୍କ ଆଡକୁ ହାତ ବଢାଇ –

                “ଠିକ୍ ସାର୍, ୟାଙ୍କରି ପରି । ଏଇ ପିଲା ଦଳଙ୍କ ପରି ଲାଗନ୍ତି ସେମାନେ ଆମକୁ । ଗଦା ହୋଇଥିବେ । ଠାଏ କରି ତାଳିଟାଏ ମାରିଦେଲେ ଦୌଡିଯାଇ ଉଭେଇ ଯିବେ କୁଆଡେ । ଏକା ଦୃଶ୍ୟ ସାର୍ । ହେଲେ ସେମାନେ କେବେବି କାହାରି କିଛି କ୍ଷତି କରନ୍ତି ନାହିଁ ।”

                ସାର୍ ଫେରିଲେ ଚଂଚଳ ପାଦ ପକାଇ ଟ୍ରେନ୍ ଡବାକୁ ।

                ରାଜା ଭାବୁଥିଲା – ମୋ ସାର୍ଟ ତ ଚିରିଲେ । ଏଇଲେ ଆଉ ଖଣ୍ଡିକରେ ଜାଣ ପୂରା ଟ୍ରିପ୍ କଟାଇବାକୁ ହବ । ଏଣେ ତା ମନ କହୁଥାଏ – ଛଅଟା ପର୍ଯ୍ୟନ୍ତ ରହିଯାଇ ହୁଅନ୍ତା କି ଯାହା ଫଳରେ କି ଦେଖି ହୁଅନ୍ତା ଆମର ଏ ସହଯାତ୍ରୀ ମାଙ୍କଡ ପହ୍ଲଙ୍କ ସମୟ ଜ୍ଞାନ ।


ଗପ ସାରଣୀ

ତାଲିକାଭୁକ୍ତ ଗପ