ସେ ଦିନର ମୁଖ୍ୟ ନାୟକ

ସମୀର ଓ ଆନାଙ୍କ ସ୍କୁଲ୍ ବସ୍ ଆସିବାର ବେଳ ହୋଇଗଲାଣି । ସମୀରର ଫୋର୍ଥ ଓ ଆନାର ଷ୍ଟାଣ୍ଡାର୍ଡ ଉଆନ୍ । ଟାଇଗର୍କୁ ସତେକି ଘଂଟା ଦେଖି ଆସେ । ବହୁ ଦୂରରୁ ବସ୍ ମୋଡ ବୁଲିବା ପୂର୍ବରୁ ସେ ଯାଇ ବସିଥିବ ଗେଟ୍ ପାଖରେ । ଆଉ ଚାହିଁଥିବ ରାସ୍ତାକୁ । ମଝିରେ ମଝିରେ ଠିଆ ହୋଇପଡି ଲାଙ୍ଗୁଡ ହଲେଇ ପକଉଥିବ । ଘର ଆଡକୁ ପୁଣି ଟିକେ ଚାହିଁ ଦେଉଥିବ । ସତେକି ସେ ଦେଖିବାକୁ ମନ କରୁଥିବ ତା ପରି ଆଉ କିଏ ଅପେକ୍ଷା କରିଛନ୍ତି କି ନାହିଁ ସେ ସ୍କୁଲ୍ ବସ୍କୁ ।

                ବସ୍ ପହଁଚୁ ନ ପହଁଚୁଣୁ ଦେଖିବ ତା ତତ୍ପରତା । ଠିଆ ହୋଇ ପଡି ମୁହଁ ଗଳେଇ ଦେଉଥିବ ଗେଟବାଟେ । ଏଥରର ଶବ୍ଦ ଭୋଭୋ ନୁହେଁ । କୁଁ କୁଁ ହୋଇ ସ୍ୱାଗତ କରୁଥିବ । ଝାମ୍ପୁଲା ଲାଞ୍ଜ ତା’ର ହଲୁଥିବ ଏକଡୁ ସେକଡ । ତା ପରର ଘଟଣା ଦେଖିବା କଥା – ପିଲା ଦୁହେଁ ଗେଟ୍ ଭିତରେ ପଶିବେ । ସେ ଆଗ ସମୀର ଦେହରେ ଘସି ହୋଇ ପଡିବ । ସମୀର ବି ଦୁଇ ଗୋଡରେ ଠିଆ ହୋଇ ପଡିବ ତା ଗୋଡକୁ ଧରି । ସେ ଟିକେ ଗେଲ କରିଦବ । ତାପରେ ଆନାନାନୀଙ୍କ ପାଳି । ସେ ଖାଲି ଟିକେ ତା କାନକୁ କୁଚ୍କୁଚ୍ କରିଦେବ । ପରବର୍ତ୍ତୀ କାମ ଟାଇଗରଙ୍କୁ ଜଣା । ସମୀରର ବହି ବ୍ୟାଗ୍କୁ ସେ ଦାନ୍ତରେ କାମୁଡି ଘୋଷାରୀ ଘୋଷାରୀ ଚାଲିବ ତା ପଛେ ପଛେ । ସବୁଦିନ ମା’ ରାଗିବେ – ତୋ ବ୍ୟାଗ୍ ଘୋଷାରୀ ହୋଇ ହୋଇ ଛିଣ୍ଡି ଯାଉଛି ଜାଣି ପାରୁନୁ?” ପୁଣି ତୁ ତାକୁ ଦଉଚୁ କାହିଁକି?”

                ଏହା ଶୁଣି ସମୀର ଉତ୍ତର ଦିଏ ଯେ, “ମୁଁ କାହିଁକି ଦେବି? ସେ ତ ନିଜେ ମୋଠୁ ନେଇଯାଉଛି ।”

                ଟାଇଗର କିନ୍ତୁ ସେମାନେ ଜୋତା ଖୋଲିବା ପାଇଁ ବସିଥିବା ଚେୟାର ପାଖରେ ନେଇ ଥୋଇଦେବ ବ୍ୟାଗ୍କୁ । ଆନାର ଅଭିଯୋଗ ସମୀର ତାକୁ ସବୁଦିନେ ବିସ୍କୁଟ ଖଣ୍ଡେ ଖଣ୍ଡେ ଦିଏ ତ ସେଥିପାଇଁ ସେ ତା ବ୍ୟାଗ୍ ଟେକେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ