ସ୍ତ୍ରୀ କାହାର

         ସତକଥା, ସ୍ତ୍ରୀ ଲୋକ, ତାଙ୍କର ସବୁତ କୋମଳ, କୋମଳ ପାଦରେ ପୁଣି ଉଠା ପକା ଶଗଡ ଗୁଳାରେ ଚାଲି ଚାଲି ଯିବେ । ଏ ଯୋଉ ଖରା ହେଉଛି, ବ୍ୟବସାୟୀ ଗୋଟିଏ ଦୀର୍ଘ ନିଶ୍ୱାସ ନେଲା ଓ କାନ୍ଧ ଗାମୁଛାରେ ମୁହଁ ପୋଛି କହିଲା, ହେଉ ଭଉଣୀ ବୋଲି ତ କହୁଛ ବସାଇ ନିଅ ।

         ମନେ ମନେ ସ୍ତ୍ରୀ ମଧ୍ୟ ଭାବୁଥିଲା, ସ୍ୱାମୀ କହୁଛନ୍ତି ଯେତେବେଳେ କଥା ପଦକରେ ବ୍ୟବସାୟୀର ସ୍ତ୍ରୀ ଯାଇ ଶଗଡରେ ବସିଗଲା ।

         ପ୍ରଥମେ ଧୀରେ ଧୀରେ ଶଗଡ ଗଡାଉଥିଲା ଶଗଡ ବାଲା, ତା’ପରେ ଧୀରେ ଧୀରେ ଶଗଡର ଗତି ବଢାଇବାକୁ ଲାଗିଲା । ଏପରିକି ସେ ଶଗଡକୁ ଏପରି ଭାବରେ ଦଉଡାଇଲା ଯେ, ବ୍ୟବସାୟୀ ଦଉଡି ଦଉଡି ବେଦମ୍ ହୋଇଗଲା ।

         ଏହାପରେ ବ୍ୟବସାୟୀ ଭାବିଲା, ଏ ଶଗଡବାଲାଟା ଆଦୌ ଭଲ ଲୋକ ନୁହେଁ, ହୁଏତ ଚରିତ୍ରହୀନ ହୋଇଥିବ । ନାହିଁ ଏହାର କଅଁଳିଆ କଥାକୁ ଆଦୌ ବିଶ୍ୱାସ କରିବାର ନୁହେଁ । ଏହା ଭାବି ବ୍ୟବସାୟୀ ଖୁବ୍ ଜୋର୍ରେ ପାଟି କରି କହିଲା, ଶଗଡ ରଖ, ତାକୁ ଶଗଡରୁ ଓହ୍ଲାଇ ଦିଅ ।

         ଶଗଡବାଲା ବ୍ୟବସାୟୀର ଆତୁର କଣ୍ଠର ଡାକ ଶୁଣି କହିଲା କାହିଁକି? ତମ କଥାରେ ଶଗଡ ରଖିବି ।

         ବ୍ୟବସାୟୀ କହିଲେ, ମୋର ସ୍ତ୍ରୀକୁ ଏହିଠାରେ ଓହ୍ଲାଇ ଦେଇ ତମେ ତମର ଶଗଡ ନେଇ ଚାଲିଯାଅ । ଆମେ ଚାଲି ଚାଲି ବରଂ ଯିବୁ । ମୁଁ ତୁମ ଶଗଡ ସାଥିରେ ଏତେ ବେଗରେ ଦୌଡି ଦୌଡି ଯାଇପାରିବି ନାହିଁ ।

         ଶଗଡିଆ କହିଲା, ତମେ ଦୌଡି ଦୌଡି କାହିଁକି ଆସୁଛ ଯେ, ତମର ପୁଣି ସ୍ତ୍ରୀ । ମୋ ସ୍ତ୍ରୀ କୁ ତମେ ତମର ସ୍ତ୍ରୀ କହୁଛ । ବାଃ ବାଃରେ ଭଦ୍ରଲୋକ ।

         ଶଗଡିଆର ମୁଖରୁ ଏକଥା ଶୁଣି ବ୍ୟବସାୟୀ ଜଣକ ଚମକି ପଡିଲା, କ’ଣ ହେଲା? ତମ ସ୍ତ୍ରୀ, ଆରେ କି ଯୁଗ ହେଲା କି ଆସି । ଏହାପରେ ଖୁବ୍ ଜୋର୍ରେ ପାଟି କଲାରୁ ରାସ୍ତାରେ ଥିବା ଲୋକମାନେ ଶଗଡକୁ ଅଟକାଇଲେ ।

         ଶଗଡ ବାଲା ଥିଲା କୃଷକ । ବାଟରେ ଲୋକେ ତାକୁ ଏକଥାର ମର୍ମ ପଚାରନ୍ତେ ଶଗଡିଆ କହିଲା, ମୋ ସ୍ତ୍ରୀକୁ ମୁଁ ମୋ ଶଗଡରେ ବସାଇ ନେଇ ଯାଉଛି । ଦେଖୁନା ଏ ଲୋକଟା ଉପରେ ପଡି କହୁଛି ୟେ ତା’ ସ୍ତ୍ରୀ ବୋଲି ।

         କିନ୍ତୁ ବ୍ୟବସାୟୀ ଜଣଙ୍କ କହିଲା, ନାଇ ଆଜ୍ଞା ଆମେ ଦୁହେଁ ଚାଲି ଚାଲି ଆସୁଥିଲୁ । ରାସ୍ତାରେ ଭେଟି ଏ ଲୋକଟା କହିଲା ଆରେ ଆରେ ତମେ ପୁରୁଷ ଲୋକ ପରା ଏ ରାସ୍ତାରେ ଚାଲି ଚାଲି ଯାଇପାରିବ । ହେଲେ ୟେ ଭଉଣୀକୁ କିପରି ଚଲାଇ ଚଲାଇ ନେଉଛ । ଗୋଟେ କାମ କର । ଏ ଭଉଣୀକୁ ମୋର ଶଗଡରେ ବସାଇ ଦିଅ । ମୁଁ ଶଗଡକୁ ଧୀରେ ଧୀରେ ଚଲାଉଛି । ତମେ ଆମ ପଛରେ ଗୋଟିଏ ଗୋଟିଏ ଆସ । ଆତ୍ମ ବିଶ୍ୱାସ ରେ ମୁଁ ସିନା ରାଜି ହୋଇଗଲି; ହେଲେ ଦେଖ ଚାଣ୍ଡାଳଟା ମୋ ସ୍ତ୍ରୀକୁ ତା’ର ସ୍ତ୍ରୀ ବୋଲି କହିଲାଣି ।

         ରାସ୍ତା ଲୋକେ ଶଗଡିଆଠାରୁ ସମସ୍ତ କଥା ଶୁଣି ସାରିବା ପରେ ସ୍ତ୍ରୀକୁ ରାସ୍ତାଲୋକେ ପଚାରିଲେ, ଆଚ୍ଛା ତୁମେ କହିଲ ଭଉଣୀ ତୁମେ ସତରେ କାହାର ସ୍ତ୍ରୀ ।

         ଏପରି କାଣ୍ଡକାରଖାନା ଦେଖିବା ପରେ ସ୍ତ୍ରୀ ଲଜ୍ଜିତ ହୋଇ ତଳକୁ ମୁଖ କରି ବସିଥିଲେ । ସମସ୍ତଙ୍କ କଥା ଶୁଣି ସେ ଆଉ କୌଣସି ଉତ୍ତର ଦେଲେ ନାହିଁ ।

         ସେଥିଲାଗି ଏ କଥାର ସମାଧାନ ସେଠାରେ ହୋଇପାରିଲା ନାହିଁ । ଶେଷରେ ସିଦ୍ଧାନ୍ତ ହେଲା ଯେ ଏକଥା ଏବେ ଏଠାରେ ସମାଧାନ ହୋଇପାରିବ ନାହିଁ । କଥା ସମ୍ରାଟଙ୍କ ଦରବାରକୁ ଯିବା ଦରକାର ।

         ଲୋକମାନେ ଶଗଡିଆ ସହିତ ବ୍ୟବସାୟୀ ଓ ତାଙ୍କର ସ୍ତ୍ରୀଙ୍କୁ ନେଇ ସମ୍ରାଟଙ୍କ ଦରବାରରେ ଠିଆ କରାଇଦେଲେ ।

         ସମ୍ରାଟ୍ ଏମାନଙ୍କୁ ଦେଖି ପଚାରିଲେ ତୁମ୍ଭେମାନେ କିଏ? ଏଠାକୁ କାହିଁକି ଆସିଛ?

         ବ୍ୟବସାୟୀ ଜଣଙ୍କ ଆରମ୍ଭରୁ ଶେଷ ଯାଏଁ ସବୁ କଥା ଗୋଟି ଗୋଟି କରି ସମ୍ରାଟଙ୍କ ଆଗରେ କହିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ