ସ୍ୱାର୍ଥତ୍ୟାଗୀ ସେଇ ଝିଅଟି

ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନାଁ ତା’ର ସିମୋନୀ ୱଲ୍ । ୧୯୦୯ ମସିହାରେ ପ୍ୟାରିସ୍ ସହରରେ ତାଙ୍କର ଜନ୍ମ ହୋଇଥିଲା । ସେ ଝିଅଟିକୁ ବାଇଶ ବର୍ଷ ହେଲା ବେଳକୁ ସେ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଗଲାଣି । ପାଠପଢା ଶେଷ ହେଉ ହେଉ ଗୋଟିଏ କଲେଜରେ ପ୍ରଫେସର ଚାକିରି ବି ତାକୁ ମିଳିଗଲା । ହେଲେ ସେ ଝିଅ ମନରେ ଆଦୌ ଖୁସି ନ ଥାଏ । ତା’ର ମନର ଭାବନା ବି କେହି ଜାଣିପାରୁ ନ ଥାନ୍ତି ।

                ଝିଅଟି କେଉଁଠୁ ଜାଣିପାରିଲା ଯେ, ଦେଶର ମୂଲିଆମାନେ ବଡ କଷ୍ଟରେ ଚଳୁଛନ୍ତି । ତେଣୁ ସେ ସେମାନଙ୍କ ପାଇଁ ଦୁଃଖ ପ୍ରକାଶ କରୁଥାଏ । ମନେମନେ ଭାବୁଥାଏ ଚୌକି ଉପରେ ବସି ଅଯଥା ସେମାନଙ୍କ ବିଷୟରେ ଚର୍ଚ୍ଚାକରି ବା ଭାଷଣ ଦେଇ ଦୁଃଖୀମାନଙ୍କ ଦୁଃଖ ବୁଝିହେବ ନାହିଁ । କେବଳ ଦୁଃଖୀରଙ୍କୀଙ୍କ ସାଥିରେ ରହି ସେମାନଙ୍କ ଭଳି ଜୀବନ କଟାଇଲେ ହିଁ ଦୁଃଖୀର ଦୁଃଖ ଦୂର କରିହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ