ହରିଣର କୁଣିଆ

ଥରେ ହରିଣର ଦେହ ଭାରି ଖରାପ ହେଲା । ଏମିତିକି ବୁଲି ଖାଇବାକୁ ବି ତାର ଆଉ ବଳ ନଥିଲା । ଗୋଟିଏ ଜାଗାରେ ବହୁତ ଘାସ ଦେଖି ହରିଣଟି ସେଇଠି ହିଁ ପଡିରହିଲା । ଅନ୍ୟ ଜନ୍ତୁମାନେ ହରିଣର ଦେହ ଖରାପ କଥା ଶୁଣି ତାକୁ ଦେଖିବାକୁ ଆସିଲେ । ଯେଉଁମାନେ ହରିଣକୁ ଦେଖିବାକୁ ଆସିଲେ ସେମାନଙ୍କୁ ଏ ହରିଣ ମଧ୍ୟ କିଛି କିଛି ଘାସ ଖାଇବାକୁ ଦେଲା । ଏହିପରି ସେ ହରିଣର ସବୁ ଘାସ ସରିଗଲା ଏବଂ ଶେଷରେ ହରିଣ ଖାଇବାକୁ ନପାଇ ପଡି ପଡି ମରିଗଲା ।

ବେଶି କୁଣିଆ ଆସିଲେ ତାଙ୍କୁ ଚର୍ଚ୍ଚା କରି ନିଜକୁ କେବଳ ହତାଶ ହେବାକୁ ପଡେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ