ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ଦେହର ମଳିରୁ ଜୈବିକ ପୁତ୍ର ଅସମ୍ଭବ ତେଣୁ ଗଣେଶ ଏକ କାଳ୍ପନିକ ଚରିତ୍ର । କାହାଣୀ ଅନୁସାରେ ପାର୍ବତୀ ଯେତେବେଳେ ନିଜ ଦେହ ମଳିରୁ ଏକ ପୁତ୍ର ସନ୍ତାନର ଆକୃତି କରି ଜୀବ ଦାନ ଦେଲେ ତାହା କ୍ଷଣିକରେ ଏକ ବାଳୁତ ରୂପଧାରୀ ମନୁଷ୍ୟରେ ପରିଣତ ହୋଇଗଲା, ସେତେବେଳେ ତାଙ୍କ ମୁଣ୍ଡ ହାତୀ ସଦୃଶ୍ୟ ନଥିଲା । ତାଙ୍କ ମୁଣ୍ଡ ଦେଖିବାକୁ ଠିକ୍ ମଣିଷ ପରି ଥିଲା । ଜନ୍ମ ହବାର କ୍ଷଣିକ ମଧ୍ୟରେ ସେ କଥା ହେବା ଏବଂ ସୁରକ୍ଷ୍ୟା ବିଦ୍ୟା ମଧ୍ୟ ଶିଖିଗଲେ ଯେତେବେଳେକି ଏକ ମାନବ ଶିଶୁକୁ ଏହା କିଛି ବର୍ଷ ଲାଗିଥାଏ । ପାର୍ବତୀ ନିଜେ ସ୍ନାନ କରୁଥିବା ସମୟରେ ଗଣେଶଙ୍କୁ ଦ୍ୱାରପାଳ ଭାବେ ଜଗିବାର ଦାଇତ୍ୱ ଦେଲେ । ଏହି ସମୟରେ ଶିବ ଯେବେ ଘରକୁ ଆସି ଗୃହପ୍ରବେଶ ପାଇଁ ଚେଷ୍ଟାକଲେ ସେଥିରେ ଗଣେଶ ବାଧା ଦେଲେ ।  ବାପା ପୁଅ ଦୁହେଁ ଦୁହିଁଙ୍କୁ ଚିହ୍ନି ନପାରି ଯୁଦ୍ଧ କଲେ । ଦୁଇ ଜଣ ଭଗବାନ ହୋଇ ମଧ୍ୟ କେହି କାହାକୁ ଚିହ୍ନି ନପାରିବା ଏକ ଆଶର୍ଯ୍ୟ ବିବୃତି । ତେବେ ଯାହା ହଉ ଯୁଦ୍ଧରେ ବାପା ଜିତିଲେ ଏବଂ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଗଲା । ପରେ ପାର୍ବତୀ ଏହା ଦେଖି ବହୁତ କାନ୍ଦିଲେ ଏବଂ ପୁଅକୁ ବଞ୍ଚାଇବା ପାଇଁ ଶିବଙ୍କୁ ଅଳି କଲେ ଏବଂ ଗଣେଶ ତାଙ୍କ ପୁଅ ବୋଲି ପରିଚୟ ଦେଲେ । ଶିବଙ୍କର ତ୍ରିଶୁଳରୁ ଛେଦିତ ମୁଣ୍ଡ କେବେ ଯୋଡି ହୁଏନା ତେଣୁ ସେ ଯୋଡି ପାରିବେନି ବୋଲି ନିଜର ଅସାମର୍ଥ୍ୟତାକୁ ଜଣାଇଲେ ।  ଏଠାରେ ଦ୍ରଷ୍ଟବ୍ୟଯେ ଶିବଙ୍କ ତ୍ରିଶୁଳ ଆଗରେ ନିଜେ ଶିବ ମଧ୍ୟ ଶକ୍ତି ହୀନ । ପରେ ବ୍ରହ୍ମାଙ୍କ ଉପାୟ ଅନୁସାରେ ଶିବ ତାଙ୍କ ଦୂତଙ୍କୁ ଉତ୍ତରଦିଗକୁ ମୁହଁ କରିଥିବା ଜୀବର ମୁଣ୍ଡ କାଟି ଆଣିବାକୁ ଆଦେଶ ଦେଲେ । ନିଜେ ଭଗବାନ ହୋଇ ନିଜ ପିଲା ପାଇଁ କିପରି ଅନ୍ୟ ଜୀବର ମୁଣ୍ଡ କଟାଇବାପାଇଁ ଆଦେଶ ଦେଲେ ଏହା ସାଧାରଣ ତର୍କର ବାହାରେ । ତେବେ ଦୂତ ମାନେ ଖୋଜି ଖୋଜି ଏକ ହାତୀ ପିଲାର ମୁଣ୍ଡକୁ କାଟି ଆଣି ଶିବଙ୍କୁ ଦେଲେ ଆଉ ଶିବ ତାକୁ ଗଣେଶଙ୍କ ଗଣ୍ଡିରେ ଯୋଡି ହାତୀ ମୁଣ୍ଡ ଥିବା ମାନବ ଶରୀରକୁ ଜୀବଦାନ ଦେଲେ; ସେବେଠୁ ଗଣେଶ ହାତୀ ମୁଣ୍ଡ ଧାରୀ ଭଗବାନ । ଏଠାରେ ବିଚାର ଯୋଗ୍ୟଯେ; ପାର୍ବତୀଙ୍କ ଦେହରେ ଏତେ ମଳିଥିଲା ଯେ ସେଥିରୁ ସେ ଏକ ବାଳୁତ ରୂପଧାରୀ ମୂର୍ତ୍ତୀ ତିଆରିକରି ତାକୁ ଜୀବଦାନ ଦେଇଦେଲେ; ଏହିପରି ମଳି ମଣିଷ କିଛି ସହ ବର୍ଷ ନଗାଧେଇଲେଭି ବାହାରିବା କଷ୍ଟ । ସେ ଯାହା ହେଉ ପିତା ଶିବ ଗଣେଶଙ୍କୁ ହତ୍ୟା କଲାପରେ ମଧ୍ୟ ଦୁଃଖର କିଛି କାରଣ ନଥିଲା, କାରଣ ପାର୍ବତୀ ଆଉଥରେ ନିଜ ମଳିରୁ ପୁନର୍ବାର ଗଣେଶ ତିଆରି କରି ପାରିଥାନ୍ତେ କିମ୍ବା ନିଜ ମଳିଦ୍ୱାରା ଏକ ଗଣେଶ ମସ୍ତକ ବନେଇ ଯୋଡି ଦେଇ ପାରିଥାନ୍ତେ କିନ୍ତୁ ସେତେବେଳେ ବୋଧେ ପାର୍ବତୀଙ୍କ ସହ ଅନ୍ୟ ପ୍ରମୁଖ ଦେବା ଦେବୀଙ୍କର ପାଖରେ ଉପସ୍ଥିତ ବୁଦ୍ଧି ନଥିଲା, କିମ୍ବା ଗଣେଶ ଚରିତ୍ର ସୃଷ୍ଟି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ଏହା ବିଷୟରେ ଦୃଷ୍ଟି ଦେଇନଥିଲେ । ଏଠାରେ ସବୁ କିଛି କାଳ୍ପନିକ ହେଲେ ମଧ୍ୟ ବିଶେଷ ଜ୍ଞାନର ମଧ୍ୟ ଅଭାବ ଅଛି  । ତାହା ହେଉଛି ମୁଣ୍ଡ ହେଉଛି ଏକ ଜୀବର ପ୍ରକୃତ ପରିଚୟ ତାହାର ଗଣ୍ଡି ନୁହେଁ । ଯଦି ରାମ ଏବଂ ଦାମ ନାମ ଧାରୀ ମନୁଷ୍ୟ ଦ୍ଵୟଙ୍କ ମୁଣ୍ଡକାଟି ଶରୀର ବଦଳାଇ ଦିଆଯାଏ ଏବଂ ପରେ ଜୀବ ଦାନ ଦିଆଯାଏ ତେବେ ରାମକୁ ଡାକିଲେ ରାମ ଜବାବ ଦବ ଦାମ ନୁହେଁ । ତେଣୁ ଶରୀର ଯାହାର ହେଉନା କାହିଁକି ମୁଣ୍ଡରେ ହିଁ ଜୀବର ପ୍ରକୃତ ପରିଚୟ ଥାଏ । ଯେତେବେଳେ ଶିବ ଏକ ହାତୀ ମୁଣ୍ଡ ଗଣେଶଙ୍କ ଗଣ୍ଡିରେ ଯୋଡ଼ିଲେ ତେବେ ଏହା ଏକ ହାତୀର ହିଁ ପରିଚୟ ଦେବ ପୂର୍ବ ଗଣେଶର ନୁହଁ । ତେଣୁ ଆମେ ପୂଜା କରୁଥିବା ଗଣେଶ, ଗଣେଶ ନୁହଁ ଏକ ହାତୀ ଯାହାର ନାମ କୌଣସି ପୁରାଣରେ ଲେଖା ନାହିଁ । ସେହି ହାତୀ ପିଲାର ନାମ ନା ସେ ଦୂତ ଜାଣିଥିଲେ ନା କାଳ୍ପନିକ ଚରିତ୍ର ଶୃଷ୍ଟିକାରୀ ଲେଖିବାକୁ ଯୌକ୍ତିକ ମନେ କରିଥିଲେ ।  ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛୁ ଅଯୌକ୍ତିକରେ  ମଧ୍ୟ ଏକ ଅଚିହ୍ନା, ନାମ ନଥିବା ହାତୀକୁ ବର୍ଷ ବର୍ଷ ଧରି ଭୁଲରେ ପୂଜା କରିଆସୁଅଛୁ । ବୈଜ୍ଞାନିକ ବିଚାର ଅନୁଶାରେ ମସ୍ତିଷ୍କର ମୃତ୍ୟୁ ଜୀବର ମୃତ୍ୟୁ ବୋଲି ଧରା ଯାଏ । ତେଣୁ ଗଣେଶଙ୍କ ମୁଣ୍ଡ ଖଣ୍ଡନ ହୋଇଥିବା ଦିନ ହିଁ କାଳ୍ପନିକ ଗଣେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଆପଣଂକ ବିସ୍ୱାଶକୁ ଆହତ କରିପାରେ କିନ୍ତୁ ନିଜକୁ ତର୍କ ଅନ୍ଧ ଭାବରେ ବଂଚେଇବା ଏବଂ ପର ପିଢ଼ିକୁ ତର୍କ ଅନ୍ଧତ୍ୱ ମାନସିକ ରୋଗରେ ଠେଲିଦେବା ଏକ ମହା ମୁର୍ଖତା ହିଁ ହେବ ।    ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ